ରୋହିତଙ୍କ Cop Universeରେ ସାମିଲ ହେଲେ ଆଉ ଜଣେ ଅଭିନେତା
Advertisement

ରୋହିତଙ୍କ Cop Universeରେ ସାମିଲ ହେଲେ ଆଉ ଜଣେ ଅଭିନେତା

ରୋହିତଙ୍କ 'ଇଣ୍ଡିଆନ ପୋଲିସ ଫୋର୍ସ' ଓଟିଟି ପ୍ଲାଟଫର୍ମରେ ଧମାଲ କରିବା ପାଇଁ ପୁରା ପ୍ରସ୍ତୁତ । ସିଦ୍ଧାର୍ଥ ମଲହୋତ୍ରା ଆଉ ଶିଲ୍ପା ସେଟ୍ଟୀଙ୍କ ପରେ ଆଉ ଜଣେ ଅଭିନେତା ରୋହିତଙ୍କ Cop Universeରେ ସାମିଲ ହୋଇଛନ୍ତି

ରୋହିତଙ୍କ Cop Universeରେ ସାମିଲ ହେଲେ ଆଉ ଜଣେ ଅଭିନେତା

ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀ (Rohit Shetty)ଙ୍କ କପ୍ ୟୁନିଭର୍ସକୁ ନେଇ ଚର୍ଚ୍ଚା ଏବେ ସବୁଠି ଲାଗିରହିଛି । ଓଟିଟି ପ୍ଲାଟଫର୍ମରେ ରୋହିତ ନିର୍ଦ୍ଦେଶନାରେ ଡେବ୍ୟୁ କରିବା ସହ ନିଜ କପ୍ ୟୁନିଭର୍ସର ଝଲକ ନିକଟରେ ସେୟାର କରିଥିଲେ । ଓଟିଟିରେ ରିଲିଜ ହେବାକୁ ଯାଉଥିବା ରୋହିତଙ୍କ ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସ (Indian Police Force) ରେ ଆଉ ଜଣେ ଅଭିନେତା ସାମିଲ ହୋଇଛନ୍ତି । ଆଉ ସେ ହେଲେ ବିବେକ ଓବରଏ (Vivek Oberoi)। ବିବେକ ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହିତ ଇଣ୍ଡିଆନ ପୋଲିସ ଫୋର୍ସ ସିରିଜର ଫାଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ବିବେକ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରିବା ସହ ବିବେକ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ରୋହିତଙ୍କ କପ୍ ୟୁନିଭର୍ସ  ଜଏନ କରିଥିବାରୁ ବେଶ ଖୁସି ଅଛନ୍ତି । ସେହିପରି ରୋହିତ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଚରେ ବିବେକଙ୍କ ପୋଲିସ ଲୁକ୍ ପୋଷ୍ଟର ସେୟାର କରି ବିବେକଙ୍କୁ ନିଜ କପ୍ ୟୁନିଭର୍ସକୁ ସ୍ୱାଗତ ଜଣାଇଛନ୍ତି ।ଏହି ୱେବ ସିରିଜ  ଜରିଆରେ ବିବେକ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

 ପୂର୍ବରୁ ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra) ଏବଂ ଶିଲ୍ପା ସେଟ୍ଟୀ (Shilpa Shetty)ଙ୍କ ଲୁକ୍ ସେୟାର କରାଯାଇଛି । ପ୍ରଥମେ ୱେବ ସିରିଜର ଟିଜର ସେୟାର କରାଯାଇଥିଲା । ଯେଉଁଥିରେ ରୋହିତ ସେଟ୍ଟୀଙ୍କ ଫିଲ୍ମ ସେଟ ଅପ୍ ସହ ସିଦ୍ଧାର୍ଥ ମଲହୋତ୍ରାଙ୍କ ସୁପର କପ୍ ଗେଟଅପ୍ ଦେଖିବାକୁ ମିଳିଥିଲା । ସିଦ୍ଧାର୍ଥ ଏଥିରେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି ।ସିଦ୍ଧାର୍ଥଙ୍କ ଆର୍ମି ଅଫିସର ଭୂମିକା ପୂର୍ବରୁ ସମସ୍ତେ ଦେଖିସାରିଛନ୍ତି । ଫିଲ୍ମ ଶେରଶାହରେ ସିଦ୍ଧାର୍ଥ ଆର୍ମି ଅଫିସର ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ସିଦ୍ଧାର୍ଥଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ । ତାଙ୍କୁ  ଭଲ  ରେସପନ୍ସ  ମଧ୍ୟ ମିଳିଥିଲା । ସେଥିପାଇଁ ରୋହିତ ସେଟ୍ଟୀ ନିଜ ଡେବ୍ୟୁ ଓଟିଟି ପ୍ରୋଜେକ୍ଟରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ସ୍ଥାନ ଦେଇଛନ୍ତି । ଏହି ୱେବ ସିରିଜ ଜରିଆରେ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Also Read: ଏଥର ଡିଜିଟାଲରେ ରୋହିତଙ୍କ କପ୍ ୟୁନିଭର୍ସ

ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ୱେବସିରିଜ୍‌ ‘ଇଣ୍ଡିଆନ୍‌ ପୋଲିସ୍‌ ଫୋର୍ସ’ରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଷ୍ଟନିଂ ଲୁକ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।   ଏହି ସିରିଜ୍‌ ମାଧ୍ୟମରେ ଶିଳ୍ପା ସେଟ୍ଟୀ  ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥଙ୍କ ଭଳି ଶିଳ୍ପା ମଧ୍ୟ ପୋଲିସ୍‌ ଚରିତ୍ରରେ  ଅଭିନୟ କରୁଛନ୍ତି ।ଇଣ୍ଡିଆନ୍ ପୋଲିସ ଫୋର୍ସ  (Indian Police Force) ର ୧ ମିନିଟ ୫୧ ସେକେଣ୍ଡର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରରେ ସିରିଜର ପୁରା ସେଟର ଝଲକ ଦେଖିବାକୁ ମିଳିଛି । ୱେବ ସିରିଜ ପାଇଁ ରୋହିତଙ୍କ ଟିମ୍ କେମିତି ପୁରା ଜୋଶର ସହ ଲାଗିପଡ଼ିଛନ୍ତି , ତାହା ରିଲିଜ ହୋଇଥିବା ଟିଜରରେ ଦେଖିବାକୁ ମିଳିଛି । ଟିଜର ଆରମ୍ଭରୁ ରୋହିତ ସେଟ୍ଟୀ ଏବଂ ପରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଛି । ସବୁଠୁ ବଡ଼ ଆକ୍ସନ ସିରିଜ ନେଇ ଏଥର ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜଲୱା ଦେଖାଇବେ ରୋହିତ ସେଟ୍ଟୀ ।