Sunny Leone On Death Threats: ସନିଙ୍କୁ ହତ୍ୟା ଧମକ, କ୍ୟାମେରା ଆଗରେ ବଡ ଖୁଲାସା କଲେ ଅଭିନେତ୍ରୀ
Advertisement

Sunny Leone On Death Threats: ସନିଙ୍କୁ ହତ୍ୟା ଧମକ, କ୍ୟାମେରା ଆଗରେ ବଡ ଖୁଲାସା କଲେ ଅଭିନେତ୍ରୀ

Sunny Leone On Death Threats: ବଲିଉଡର ବେବିଡଲ୍ ସନି ଲିଓନି । ଯଦିଓ ସେ ନିଜର କ୍ୟାରିଅର ଜଣେ ପର୍ଣ୍ଣ ଷ୍ଟାର ଭାବେ ଆରମ୍ଭ କରିଥିଲେ, ହେଲେ ଏବେ ସେ ଭଲ ଅଭିନେତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ବଲିଉଡକୁ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ।

ସୌଜନ୍ୟ-ସୋସିଆଲ ମିଡିଆ

Sunny Leone On Death Threats: ବଲିଉଡର ବେବିଡଲ୍ ସନି ଲିଓନି । ଯଦିଓ ସେ ନିଜର କ୍ୟାରିଅର ଜଣେ ପର୍ଣ୍ଣ ଷ୍ଟାର ଭାବେ ଆରମ୍ଭ କରିଥିଲେ, ହେଲେ ଏବେ ସେ ଭଲ ଅଭିନେତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ବଲିଉଡକୁ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ।  ସାଉଥ ଫିଲ୍ମ ଠାରୁ ଆରମ୍ଭ କରି  ବଲିଉଡ ପର୍ଯ୍ୟନ୍ତ ସେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।  ସନି ବର୍ତ୍ତମାନ ତାମିଲ ଫିଲ୍ମ 'ଓ ମାଇଁ ଘୋଷ୍ଟ' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। 

ନିକଟରେ ସେ  ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କୁ ଭାରତୀୟଙ୍କ ଠାରୁ ମୃତ୍ୟୁ ଧମକ ମିଳିଥିଲା । ଖାସ କରି ଯେତେବେଳେ ସେ (Adult Movie) ଆଡଲ୍ଟ ମୁଭିରେ ଏଣ୍ଟ୍ରି ମାରିଥିଲେ  ସେତେବେଳେ ତାଙ୍କୁ ଭାରତୀୟ ଲୋକଙ୍କ ଠାରୁ ଅନେକ ଥର ଇମେଲ୍ ଯୋଗେ ମୃତ୍ୟୁ ଧମକ ଦିଆଯାଇଥିଲା। କେବଳେ ସେତିକି ନୁହେଁ, ତାଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି । ଏପରିକି ବିଗବସରେ ପ୍ରତିଯୋଗୀ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ ଆସିଥିବା ବେଳେ ସେ ଏହି ଶୋ'ରେ ଅଂଶ ଗ୍ରହଣ କରିବାକୁ ମନା କରି ଦେଇଥିଲେ।  ସନିଙ୍କୁ ସେତେବେଳେ ଅନୁଭବ ହୋଇଥିଲା ଯେ, ଯଦି ସେ ସେହି ଶୋକୁ ଯିବେ ଭାରତୀୟମାନେ ତାଙ୍କ ଉପରେ ରାଗିଯିବେ। ସେଥିପାଇଁ ସେ ସେହି ଶୋ'କୁ ଯିବାକୁ ମନା କରି ଦେଇଥିଲେ। ପରେ ସେ ନିଜର ନିଷ୍ପତି ପରିବର୍ତ୍ତନ ମଧ୍ୟ କରିଥିଲେ। 

ମୃତ୍ୟୁ ଧମକ ପାଇଥିଲେ ସନି :

ସନି ଲିଓନି କହିଛନ୍ତି ଯେ ଯେତେବେଳେ ସେ (Adult Movie) ଆଡଲ୍ଟ ମୁଭିରେ କାମ କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ଅନେକ ଘୃଣାଭରା ଇମେଲ ଯାଇଥିଲା।  ଏପରିକି ଲୋକମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ସେତେବେଳେ ମୁଁ କହିଥିଲି ଯେ, ମୁଁ ସନି ଲିଓନ ଭାବରେ ଭାରତ ଯିବି ନାହିଁ, କାରଣ ଭାରତୀୟମାନେ ମୋ ଉପରେ ବହୁତ ରାଗୁଥିଲେ। ମୁଁ ସେହି ସମୟ ଅନେକ କଷ୍ଟ ସହିଛି , ବହୁ ଖରାପ ପରିସ୍ଥିତିର ସାମ୍ନା ମଧ୍ୟ କରିଛି । ସେ ଆହୁରୀ ମଧ୍ୟ କହିଛନ୍ତି, ଯେତେବେଳେ ମୋତେ ୧୯-୨୦ ବର୍ଷ ହୋଇଥିଲା ସେତେବେଳେ ଲୋକେ ଅନେକ ଘୃଣା ଭରା ଚିଠି ମଧ୍ୟ ମୋତେ ଦେଉଥିଲେ । କମ ବୟସରେ ଥିବା ସମୟରେ  ଏସବୁ ଘଟଣାବଳୀର ପ୍ରଭାବ  ନିଶ୍ଚିତ ଭାବେ ମୋତେ ବିବ୍ରତ କରିଥିଲା , ଆଉ ସେହି ସମୟରେ ମୁଁ ଏକା ମଧ୍ୟ ଥିଲି। 

ଧମକ ମିଳିବା ପରେ ମଧ୍ୟ ସନି ଡରି ଯାଇ ନ ଥିଲେ । ସାହାସ ଜୁଟାଇ ସେ ସଲମାନ ଖାନଙ୍କ ଲୋକପ୍ରିୟ ସୋ ବିଗବସରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଅଭିନେତ୍ରୀ ବଡ ପରଦାରେ ନଜର ଆସିଲେ। ସନି ଲିଓନ ଶାହରୁଖ ଖାନଙ୍କ ଫିଲ୍ମରେ ଏକ ଆଇଟମ୍ ନମ୍ବର ମଧ୍ୟ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସନ୍ନି ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ ନିଜର ଜଲଓ୍ବା ଦେଖାଇ ସାରିଛନ୍ତି । ସନି ୨୦୧୨ ରେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଜିସ୍ମ ୨’ । ସନି ଲିଓନି ପ୍ରଥମ ବଲିଉଡ ଅଭିନେତ୍ରୀ ଯିଏ ନିଜ ସହ ଅଭିନେତାଙ୍କ ଏଚଆଇଭି ଟେଷ୍ଟ ଦାବି କରିଥିଲେ । ତା ପରେ ଜ୍ୟାକପଟ (୨୦୧୩), ରାଗିଣି ଏମଏମଏସ ୨ (୨୦୧୪) ଓ ଏକ ପହେଲି ଲୀଲା (୨୦୧୫) ଚଳଚ୍ଚିତ୍ର ଗୁଡ଼ିକରେ ନଜର ଆସିଥିଲେ ।