ସିମ୍ପଲ ଲୁକରେ ଟିଭିର ବୋହୂ
Advertisement

ସିମ୍ପଲ ଲୁକରେ ଟିଭିର ବୋହୂ

ଗୋଟିଏ ଫଟୋରେ ଲକ୍ଷାଧିକ ଲାଇକ୍ସ ଏବଂ କମେଣ୍ଟ ଦେଖିବାକୁ ମିଳେ । ଇନଷ୍ଟାଗ୍ରାମରେ ଆଜିକାଲି ଏହି ଅଭିନେତ୍ରୀ ନିଜ ଫଟୋ ଜରିଆରେ ନିଆଁ ଲଗାଇଛନ୍ତି ।

ସିମ୍ପଲ ଲୁକରେ ଟିଭିର ବୋହୂ

ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ୟା ଆଜିକାଲି ପ୍ରୀତା ନାଁରେ ଘରେ ଘରେ ପରିଚିତ । ଟେଲିଭିଜନ ଦୁନିଆର ସବୁଠୁ ଚର୍ଚ୍ଚିତ ଚେହେରା ଏବଂ ଚର୍ଚ୍ଚିତ ବ୍ୟକ୍ତିତ୍ୱର ଅଧିକାରୀଣି ଏହି ଅଭିନେତ୍ରୀ । ଟିଭି ପରଦାରେ ପ୍ରୀତା ଭୂମିକାରେ ଆସି ସେ ଅଗଣିତ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।ସେ ଅନେକ ସିରିଏଲରେ କାମ କରିଛନ୍ତି । ହେଲେ ହିନ୍ଦୀ ସିରିଏଲ କୁଣ୍ଡଲୀ ଭାଗ୍ୟ ପାଇଁ ସେ ଲାଇମଲାଇଟରେ ଅଛନ୍ତି । ତାଙ୍କ ଫ୍ୟାନ୍ ଫଲୋଇଂ ମଧ୍ୟ ବେଶ ଅଧିକ । ସିରିଏଲରେ ନିଜ ଜଲୱା ଦେଖାଉଥିବା ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍ । ନିଜ ଡେଲି ଅପଡେଟ୍ ସେ ଫ୍ୟାନ୍ସଙ୍କ ସହ ସେୟାର କରିବାପାଇଁ ଜମା ଭୁଲନ୍ତି ନାହିଁ ।  ଆଉ ଫ୍ୟାନ୍ସ ମଧ୍ୟ ପ୍ରୀତାଙ୍କ ଗୋଟିଏ ଝଲକ ପାଇଁ ଅପେକ୍ଷା କରିରହିଥାନ୍ତି । ତାଙ୍କର ଗୋଟିଏ ଗୋଟିଏ ଫଟୋରେ ଲକ୍ଷାଧିକ ଲାଇକ୍ସ ଏବଂ କମେଣ୍ଟ ଦେଖିବାକୁ ମିଳେ । ଇନଷ୍ଟାଗ୍ରାମରେ ଆଜିକାଲି ଏହି ଅଭିନେତ୍ରୀ ନିଜ ଫଟୋ ଜରିଆରେ ନିଆଁ ଲଗାଇଛନ୍ତି ।

ସେ ନିଜ ଲାଟେଷ୍ଟ ଲୁକ୍ ର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ଏହି ଫଟୋରେ ଶ୍ରଦ୍ଧା ଲାଇଟ୍ ସେଡ୍ ର ଅନାରକଲି ସୁଟ୍ ପିନ୍ଧିଥିବାର ନଜର ଆସିଛନ୍ତି । କାଉଚରେ ବସି ବେଶ ଷ୍ଟାଇଲିଷ୍ଟ ପୋଜ୍ ଦେଇଛନ୍ତି ଶ୍ରଦ୍ଧା । ଫଟୋରେ ଟେଲିଭିଜନର ଏହି ବୋହୂ ଖୁବ ସୁନ୍ଦର ଦେଖାଯାଉଛନ୍ତି ।ନ୍ୟୁଡ୍ ମେକଅପ୍ ସହିତ ଶ୍ରଦ୍ଧା ନିଜ ଲୁକକୁ କମ୍ପ୍ଲିଟ୍ କରିଛନ୍ତି ।ଏଥିସହ ସେ ମଥାରେ ଗୋଟିଏ ଛୋଟ ବିନ୍ଦି ମଧ୍ୟ ପିନ୍ଧିଛନ୍ତି । ଅନାରକଲୀ ସହ ସେ ସିଲଭରର ଇୟରରିଂ ମଧ୍ୟ ପିନ୍ଧିଛନ୍ତି ।

Also Read: ହୁନରବାଜ ଶୋ'ର ବିଜେତା ଆକାଶ ସିଂହ

ଶ୍ରଦ୍ଧାଙ୍କ ଏହି ଏଲିଗାଣ୍ଟ ଲୁକ୍ ଦେଖି ଫ୍ୟାନ୍ସ ପୁରା ଫିଦା ହୋଇଯାଇଛନ୍ତି ।ଶ୍ରଦ୍ଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଫ୍ୟାନ୍ସ ଆଉ ସେଲିବ୍ରିଟି ଏହି ଫଟୋରେ ଲାଇକ୍ସ ଆଉ କମେଣ୍ଟ କରିଛନ୍ତି ।ଶ୍ରଦ୍ଧା ଗତବର୍ଷ ନଭେମ୍ବରରେ ନିଜ ବଏଫ୍ରେଣ୍ଡ ରାହୁଲ ନଗଲଙ୍କୁ ବିବାହ କରିଥିଲେ ।