PM Yuva 2.0 Yojana: ମୋଦି ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ 50 ହଜାର ଟଙ୍କା, ଏହିପରି କରିବାକୁ ହେବ ଆବେଦନ
Advertisement

PM Yuva 2.0 Yojana: ମୋଦି ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ 50 ହଜାର ଟଙ୍କା, ଏହିପରି କରିବାକୁ ହେବ ଆବେଦନ

PM Yuva Yojana: କେନ୍ଦ୍ରର ମୋଦି ସରକାର ଯୁବପିଢ଼ିଙ୍କ ପାଇଁ 'ପିଏମ ଯୁବ 2.0 ଯୋଜନା' ଆରମ୍ଭ କରିବାକୁ ଛନ୍ତି । ଏହା ଅଧୀନରେ ଯୁବ ଲେଖକମାନଙ୍କୁ ବିଭିନ୍ନ ବିଷୟ ଉପରେ ଲେଖିବାର ସୁଯୋଗ ଦିଆଯାଉଛି । ମେଣ୍ଟରସିପ୍ ସ୍କିମ୍ ଅଧୀନରେ ଯୁବକମାନଙ୍କୁ ଏହି ସୁଯୋଗ ଦିଆଯାଉଛି । ଏହି ଯୋଜନା ଅଧୀନରେ ମନୋନୀତ ହୋଇଥିବା ଯୁବ ଲେଖକମାନଙ୍କୁ ପ୍ରତି ମାସରେ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ ।

PM Yuva 2.0 Yojana: ମୋଦି ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ 50 ହଜାର ଟଙ୍କା, ଏହିପରି କରିବାକୁ ହେବ ଆବେଦନ

PM Yuva 2.0 Yojana: ଯଦି ଆପଣଙ୍କୁ ଲେଖିବା ପ୍ରତି ଆଗ୍ରହ ଅଛି ତେବେ ମୋଦି ସରକାର ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି । ଆଜ୍ଞା ହଁ, କେନ୍ଦ୍ରର ମୋଦି ସରକାର ଯୁବପିଢ଼ିଙ୍କ ପାଇଁ 'ପିଏମ ଯୁବ 2.0 ଯୋଜନା' (PM Yuva 2.0 Yojana) ଆରମ୍ଭ କରିବାକୁ ଛନ୍ତି । ଏହା ଅଧୀନରେ ଯୁବ ଲେଖକମାନଙ୍କୁ ବିଭିନ୍ନ ବିଷୟ ଉପରେ ଲେଖିବାର ସୁଯୋଗ ଦିଆଯାଉଛି । ମେଣ୍ଟରସିପ୍ ସ୍କିମ୍ ଅଧୀନରେ ଯୁବକମାନଙ୍କୁ ଏହି ସୁଯୋଗ ଦିଆଯାଉଛି । ଏହି ଯୋଜନା ଅଧୀନରେ ମନୋନୀତ ହୋଇଥିବା ଯୁବ ଲେଖକମାନଙ୍କୁ ପ୍ରତି ମାସରେ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ । ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଯୁବକମାନେ ଏହି ଯୋଜନା ଅନ୍ତର୍ଗତ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ପାଇଁ ଶେଷ ତାରିଖ ଜାନୁଆରୀ ୧୫ ସ୍ଥିର କରାଯାଇଛି । ଭାରତୀୟ ଭାଷା ଓ ଇଂରାଜୀରେ ଯୁବକ ଓ ନୂତନ ଲେଖକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ଏହି ଯୋଜନା କେନ୍ଦ୍ର ସରକାର ଆଣିଛନ୍ତି । ପିଏମ ଯୁବ 2.0 ଯୋଜନା (PM Yuva Yojana) ର ପ୍ରଥମ ଭାଗରେ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଦେଶରେ ପଢ଼ିବା ଓ ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ଯୋଜନା ଅଧୀନରେ ଦେଶର ମୋଟ ୭୫ ଲେଖକଙ୍କୁ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (NBT) ଦ୍ୱାରା ଚୟନ କରାଯିବ । ମେଣ୍ଟରସିପ୍ ଯୋଜନାରେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଶେଷରେ ମାସକୁ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ଏବଂ ପ୍ରତ୍ୟେକ ଯୁବ ଲେଖକଙ୍କୁ ଛଅ ମାସ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏଠାରେ କହି ରଖୁଛୁ ଯେ, ୨୨ଟି ଅଲଗା ଅଲଗା ଭାଷା ବିଷୟରେ ଜାଣି ଥିବା ଯୁବ ପିଏମ ଯୁବ 2.0 ଯୋଜନା (PM Yuva 2.0 Yojana) ରେ ଅଂଶଗ୍ରହଣ କରିପାରିବେ । ଏହି ଭାଷାଗୁଡ଼ିକରେ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମଣିପୁରୀ, ମରାଠୀ, ନେପାଳୀ, ଓଡିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ, ବୋଡୋ, ସନ୍ଥାଲି, ମୈଥୀଳି ଏବଂ ଡୋଗ୍ରି ସାମିଲ ଅଛି ।

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!

ଅଧିକ ପଢ଼ନ୍ତୁ:-୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା; ରୋହିତ-ରାହୁଲ ନୁହଁନ୍ତି, ଏହି ଖେଳାଳି ହେଲେ ଟି-20 ଦଳର ଅଧିନାୟକ

ସର୍ବପ୍ରଥମେ https://innovateindia.mygov.in/yuva/ ୱେବସାଇଟ୍ କୁ ଯାଆନ୍ତୁ । ଏଠାରେ ବାମ ପାର୍ଶ୍ୱରେ ଥିବା 'କ୍ଲିକ୍ ହେୟର ଟୁ ସବମିଟ୍' ଉପରେ କ୍ଲିକ୍ କରନ୍ତୁ । ୱେବସାଇଟରେ PM Yuva 2.0 ସ୍କିମ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଏଠାରେ ଆପଣ ଅନଲାଇନ୍ ଆବେଦନ ଫର୍ମ ପୂରଣ ଓ ଦାଖଲ କରିପାରିବେ ।