​​Govt Jobs: ଗ୍ରାଜୁଏଟ ପାସ୍ କରଥିବା ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ
Advertisement

​​Govt Jobs: ଗ୍ରାଜୁଏଟ ପାସ୍ କରଥିବା ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

OHPC Recruitment 2022: ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ ଜୁନିୟର କ୍ଲର୍କ ଟ୍ରେନି ଓ LD ଆସିଷ୍ଟାଣ୍ଟ ଟ୍ରେନିଂରେ ଚାକିରୀ ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି ।

ସୌ: ସୋସିଆଲ ମିଡିଆ

OHPC Recruitment 2022: ସ୍ନାତକୋତ୍ତର ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି । ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍  (Odisha Hydro Power Corporation Limited) ଜୁନିୟର କ୍ଲର୍କ ଟ୍ରେନି (Junior Clerk Trainee) ଓ LD ଆସିଷ୍ଟାଣ୍ଟ ଟ୍ରେନି (LD Assistant Trainee) ପଦରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଯେଉଁଥି ପାଇଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ସାଇଟ୍ ଭିଜିଟ କରି ଆବେଦନ କରିପାରିବେ । ଏହି ପଦବୀରେ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ୧୧ ଡିସେମ୍ବର ୨୦୨୨ ସୁଦ୍ଧା ଅନଲାଇନ୍ ମୋଡ୍ ରେ ଆବେଦନ କରିପାରିବେ ।

OHPC Jobs 2022: ଖାଲିଥିବା ପଦବୀ ବିବରଣୀ
ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ସମୁଦାୟ ୫୦ଟି ପୋଷ୍ଟ ପୂରଣ ହେବ ।

OHPC Jobs 2022: ଜରୁରୀ ଶିକ୍ଷାଗତ ଯୋଗ୍ୟତା 
ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ପାସ କରିବା ଜରୁରୀ ।

OHPC Jobs 2022: ବୟସ ସୀମା
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଆରାମ ପ୍ରଦାନ କରାଯିବ ।

OHPC Jobs 2022: ଦରମା
ଏହି ପଦବୀରେ ମନୋନୀତ ପ୍ରାର୍ଥୀଙ୍କୁ ଭଲ ଦରମା ଦିଆଯିବ । ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୨୬,୪୦୦ ରୁ ୮୩,୬୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ ।

OHPC Jobs 2022: ଆବେଦନ ଶୁଳ୍କ
ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଠାରୁ କୌଣସି ପ୍ରକାରର ଆବେଦନ ଶୁଳ୍କ ଆଦାୟ କରାଯିବ ନାହିଁ ।

OHPC Jobs 2022: ଚୟନ ପକ୍ରିୟା
ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆଧାରରେ କରାଯିବ ।

OHPC Jobs 2022: କିପରି କରିବେ ଆବେଦନ? 
ଏହି ପୋଷ୍ଟଗୁଡିକରେ କାମ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଅଫିସିଆଲ୍ ୱେବସାଇଟ୍ http: // www.ohpeltd.com/Home/ ଭିଜିଟ କରି ଅନଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିପାରିବେ ।

ଏଥି ସହିତ ସରକାରୀ ମାଧ୍ୟମିକ ସ୍କୁଲରେ ୭ ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ମଧ୍ୟ ଅନୁମୋଦନ କରିଛନ୍ତି । ଏହାଦ୍ବାରା ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିକ୍ଷାର ରୂପାନ୍ତରଣ ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ଅଧିକ କ୍ରିୟାଶୀଳ କରିବ। ସୋସିଆଲ୍ ମିଡିଆରେ ଏନେଇ 5Tସଚିବ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି। ନୂତନ ଶିକ୍ଷକ ନିଯୁକ୍ତି ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । 

ଏହା ବି ପଢ଼ନ୍ତୁ: Indian railway: ରେଳ କର୍ମଚାରୀଙ୍କ ବୃଦ୍ଧି ପାଇବ ଦରମା, ରେଳମନ୍ତ୍ରୀ କଲେ ବଡ ଘୋଷଣା

ଏହା ବି ପଢନ୍ତୁ: Aging Research: ମହିଳାଙ୍କ ତୁଳନାରେ ଶୀଘ୍ର ବୁଢ଼ା ହୋଇଯାନ୍ତି କି ପୁରୁଷ? ଗବେଷଣା ହେଲା ଏହି ବଡ଼ ଖୁଲାସା