Tyres: ଟାୟାର ରଙ୍ଗ କେବଳ କଳା କାହିଁକି ହୋଇଥାଏ? ନାଲି-ହଳଦିଆ-ନୀଳ କ'ଣ ପାଇଁ ନୁହେଁ, ଜାଣନ୍ତୁ ଉତ୍ତର
Advertisement

Tyres: ଟାୟାର ରଙ୍ଗ କେବଳ କଳା କାହିଁକି ହୋଇଥାଏ? ନାଲି-ହଳଦିଆ-ନୀଳ କ'ଣ ପାଇଁ ନୁହେଁ, ଜାଣନ୍ତୁ ଉତ୍ତର

History of Tyres: ଟାୟାରର କଳା ରଙ୍ଗ ବିଷୟରେ ଜାଣିବା ପୂର୍ବରୁ, ଆପଣ ଟାୟାରର ଇତିହାସକୁ ଜାଣିବା ଉଚିତ୍ । ଏହାର ଇତିହାସ ୧୮୦୦ ମସିହାରୁ ଆରମ୍ଭ । ଏହା ସେହି ସମୟ ଥିଲା, ଯେତେବେଳେ ହ୍ୱିଲ୍ ରାଇଟ୍ ନାମକ ଜଣେ କାରିଗର ପ୍ରଥମେ ରବର ଟାୟାର ଉଦ୍ଭାବନ କରିଥିଲେ । ଆସନ୍ତୁ ଜାଣିବା ଟାୟାର ରଙ୍ଗ କେବଳ କଳା କାହିଁକି ହୋଇଥାଏ ।

ସୌ: ସୋସିଆଲ ମିଡିଆ

History of Tyres: ସାଇକେଲ ଠାରୁ ବିମାନ ପର୍ଯ୍ୟନ୍ତ, ଯେତେବେଳେ ବି ଆପଣ ଟାୟାର (Tire) ଦେଖିଥିବେ, ସବୁଗୁଡିକର ରଙ୍ଗ ଆପଣଙ୍କୁ କଳା ନଜର ଆସିଥାଏ । ଆଜି ଯଦି ଆପଣ କାହାକୁ ଟାୟାର ବିଷୟରେ କୁହନ୍ତି, ତାଙ୍କ ମନରେ କେବଳ କଳା ରଙ୍ଗର (Black color) ଟାୟାର ଗୁଡିକ ଉଙ୍କିମାରେ । କିନ୍ତୁ କାହିଁକି ଏହା ହୋଇଥାଏ? ଟାୟାରଗୁଡିକ କଳା ରଙ୍ଗରେ କାହିଁକି ତିଆରି ହୁଏ, କାହିଁକି ନାଲି, ହଳଦିଆ, ନୀଳ, ସବୁଜ, ଗୋଲାପୀ ରଙ୍ଗରେ ତିଆରି ହୁଏ ନାହିଁ । ଆପଣ ଜାଣନ୍ତି କି ଏହାର ଜବାବ । ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ଜଣାଇବୁ ଓ ଟାୟାର ରଙ୍ଗ ସବୁବେଳେ କଳା ରହି ଆସିଛି କି, ନା ଏହାର ରଙ୍ଗ କେବେ ବଦଳିଛି । ଦୁନିଆରେ ଏହା କେବେ ଅନ୍ୟ କୌଣସି ରଙ୍ଗରେ ତିଆରି ହୋଇଛି କି? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର ।

ରଙ୍ଗ ପୂର୍ବରୁ ଜାଣନ୍ତୁ ଟାୟାର ଇତିହାସ
ଟାୟାରର କଳା ରଙ୍ଗ ବିଷୟରେ ଜାଣିବା ପୂର୍ବରୁ, ଆପଣ ଟାୟାରର ଇତିହାସ ଜାଣିବା ଉଚିତ୍ । ଏହାର ଇତିହାସ ୧୮୦୦ ମସିହାରୁ ଆରମ୍ଭ । ଏହା ସେହି ସମୟ ଥିଲା, ଯେତେବେଳେ ହ୍ୱିଲ୍ ରାଇଟ୍ ନାମକ ଜଣେ କାରିଗର ପ୍ରଥମେ ରବର ଟାୟାର ଉଦ୍ଭାବନ କରିଥିଲେ । ଏହା ପରେ, ଚାର୍ଲ୍ସ ମାକ୍ଟୋଶ ଆମାଜନ ଓ ଅନ୍ୟାନ୍ୟ ସ୍ଥାନରୁ କିଛି ବିଶେଷ ଗଛରୁ ବାହାର କରାଯାଇଥିବା ତରଳ ଦ୍ରବ୍ୟ ବ୍ୟବହାର କରି ଟାୟାର ତିଆରି କରିଥିଲେ, ଯାହାକୁ ପ୍ରାକୃତିକ ରବର କୁହାଯାଏ । କିନ୍ତୁ ଏହି ସମସ୍ତ ଟାୟାର ବଜାରରେ ସଫଳ ହୋଇପାରିଲା ନାହିଁ । ଏହାପରେ ୧୮୩୯ ମସିହାରେ, ଚାର୍ଲ୍ସ ଗୁଡୟର୍ ଭୁଲକାନାଇଜଡ୍ ରବର ଉଦ୍ଭାବନ କରିଥିଲେ, ଯେଉଁଠାରୁ ଏକ ସଫଳ ଟାୟାର ତିଆରି କରାଯାଇପାରିଥିଲା ।

ଟାୟାର ଶବ୍ଦ କେଉଁଠୁ ଆସିଲା?
ଟାୟାର ଶବ୍ଦ ଫରାସୀ ଶବ୍ଦ ଟାୟାରରୁ ଉତ୍ପନ୍ନ । ଯାହାର ଅର୍ଥ ହେଉଛି ଟାଣିବା ବାଲା । ପୂର୍ବରୁ ମଣିଷମାନେ ସେମାନଙ୍କ ସମୟରେ ଚମଡା, ଲୁହା ଓ କାଠରେ ଟାୟାର ତିଆରି କରି ବ୍ୟବହାର କରୁଥିଲେ । ଦୁନିଆ ଯେପରି ଦ୍ରୁତ ଗତିରେ ବଦଳୁଛି ଓ ଲୋକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ କରୁଛନ୍ତି, ସେ ଦିନଟି ମଧ୍ୟ ଦୂର ନୁହେଁ ଯେତେବେଳେ ରବର ବଦଳରେ ଅନ୍ୟ କିଛି ସାମଗ୍ରୀରୁ ଟାୟାର ତିଆରି ହେବ ।

ପୂର୍ବରୁ ଟାୟାର ରଙ୍ଗ ଧଳା ଥିଲା
୧୨୬ ବର୍ଷ ପୂର୍ବେ ଯେତେବେଳେ ଟାୟାରଗୁଡ଼ିକ ପ୍ରଥମେ ତିଆରି ହେଲା, ସେତେବେଳେ ଏହାର ରଙ୍ଗ ଧଳା ଥିଲା । କାରଣ ଯେଉଁ ରବରରୁ ସେ ତିଆରି ହୋଇଥିଲେ ତାହା ସମ୍ପୂର୍ଣ୍ଣ କ୍ଷିର ପରି ଧଳା ଥିଲା । ଯଦିଓ ଏହା ବହୁତ ଦୁର୍ବଳ ଥିଲା ଓ ଯାନଗୁଡିକର ଓଜନ ସଠିକ୍ ଭାବରେ ବୋହିପାରିଲା ନାହିଁ । ସେଥିପାଇଁ ପରବର୍ତ୍ତୀ ସମୟରେ କାର୍ବନ ବ୍ଲାକକୁ ଏହାକୁ ଶକ୍ତିଶାଳୀ କରିବା ପାଇଁ ଏଥିରେ ମିଶ୍ରଣ କରିବାକୁ ପଡିଲା, ଯେଉଁ କାରଣରୁ ଏହାର ରଙ୍ଗ କଳା ହୋଇଗଲା । ଏହା ପରେ ଟାୟାରଗୁଡ଼ିକୁ ଅତ୍ୟନ୍ତ ଶକ୍ତିଶାଳୀ ଓ ମଜବୁତ ହୋଇ ଯାଇଥିଲା, ଯାହା ଆଜି ସବୁ ସ୍ଥାନରେ ବ୍ୟବହୃତ ହୁଏ ।