ପେଟ୍ରୋଲ ଡିଜେଲ ଗ୍ୟାସ ଦର ହ୍ରାସ କରନ୍ତୁ ରାଜ୍ୟ ସରକାର: ବିଜେପି
Advertisement

ପେଟ୍ରୋଲ ଡିଜେଲ ଗ୍ୟାସ ଦର ହ୍ରାସ କରନ୍ତୁ ରାଜ୍ୟ ସରକାର: ବିଜେପି

ଗତକାଲି କେନ୍ଦ୍ର ସରକାର ଏହି ସବୁ ଆବଶ୍ୟକୀୟ ଦ୍ରଵ୍ୟ ମୂଲ୍ୟ ହ୍ରାସ କରିଛନ୍ତି। 

ପେଟ୍ରୋଲ ଡିଜେଲ ଗ୍ୟାସ ଦର ହ୍ରାସ କରନ୍ତୁ  ରାଜ୍ୟ ସରକାର: ବିଜେପି

ସମ୍ବଲପୁର: ଗ୍ୟାସ, ପେଟ୍ରୋଲ, ଡିଜେଲ ଦର ହ୍ରାସ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ସରକାର ତାଙ୍କର ଟ୍ୟାକ୍ସ କିଛି କମ କରିଲେ ସାଧାରଣ ଜନତା ଆହୁରି ଉପକୃତ ହେବେ ବୋଲି କହିଛି ବିଜେପି।

ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏବେ ରାଜ୍ୟ ସରକାର ଏପରି କରନ୍ତୁ ବୋଲି କହିଥି ବିଜେପି। ଗତକାଲି କେନ୍ଦ୍ର ସରକାର ଗ୍ୟାସ, ପେଟ୍ରୋଲ, ଡିଜେଲ ମୁଲ୍ୟ ହ୍ରାସ କରିଛନ୍ତି। ବାରମ୍ବାର ବିଜେଡି ରାଜ୍ୟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଭିନ୍ନ ସ୍ଥାନରେ ଗ୍ୟାସ ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ ଆନ୍ଦୋଳନ କରୁଥିଲା। ଗତକାଲି କେନ୍ଦ୍ର ସରକାର ଏହି ସବୁ ଆବଶ୍ୟକୀୟ ଦ୍ରଵ୍ୟ ମୂଲ୍ୟ ହ୍ରାସ କରିଛନ୍ତି। ଏବେ ରାଜ୍ୟ ସରକାର ମୁଲ୍ୟ ହ୍ରାସ କରୁ ବୋଲି ଦାବି କରିଛି ବିଜେପି। 

ଯଦି ଏବେ ରାଜ୍ୟ ସରକାର ତେଲ, ଗ୍ୟାସ ମୁଲ୍ୟ ହ୍ରାସ କରନ୍ତି ତାହେଲେ ଖାଉଟିଙ୍କୁ ସୁହାଇବ।  ଆହୁରି କମ ମୂଲ୍ୟରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପାଇପାରିବେ ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି। ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ରାଜ୍ୟ ଉପ ସଭାପତି ରେଙ୍ଗାଲି ବିଧାୟକ ନାଉରି ନାୟକ, ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ,ରାମଚନ୍ଦ୍ର ମେହେର, ସଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।