President Droupadi Murmu: ଆସନ୍ତା ୧୦ ଫେବୃଆରୀରେ ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ
Advertisement

President Droupadi Murmu: ଆସନ୍ତା ୧୦ ଫେବୃଆରୀରେ ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ

President Droupadi Murmus Odisha Visit: ଆସନ୍ତା ୧୦ ଏବଂ ୧୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

 President Droupadi Murmu: ଆସନ୍ତା ୧୦ ଫେବୃଆରୀରେ ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ

President Droupadi Murmus Odisha Tour: ଆସନ୍ତା ୧୦ ଫେବୃଆରୀରେ ଗୃହ ରାଜ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଭାରତର ପ୍ରଥମ ନାଗରିକ ମୁଖ୍ୟ ଅତିଥି ଭାବେ ରାଜଧାନୀ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହେଉଥିବା ସମାରୋହରେ ଯୋଗଦେବେ।

ସେହିପରି ୧୧ ଫେବୃଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଠାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବେ। ଏହା ପରେ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଇଣ୍ଡିଆନ ରାଇସ କଂଗ୍ରେସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମ୍ପର୍କରେ ଏ ପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ପଦଭାର ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଗୃହ ରାଜ୍ୟ ଓଡିଶା ଗସ୍ତରେ ଆସିଥିଲେ।