Jagannath Temple :ପୁରୀରେ ରାଷ୍ଟ୍ରପତିଙ୍କ ପାଇଁ ଛଅ ପ୍ରକାର ଭଜା ଓ ନଅ ପ୍ରକାର ତିଅଣ
Advertisement

Jagannath Temple :ପୁରୀରେ ରାଷ୍ଟ୍ରପତିଙ୍କ ପାଇଁ ଛଅ ପ୍ରକାର ଭଜା ଓ ନଅ ପ୍ରକାର ତିଅଣ

ରାଷ୍ଟ୍ରପତି ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା କାର୍ଯ୍ୟକ୍ରମ ରହିଛି। ସେହି ଅନୁଯାୟୀ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ମହାସୁ‌ଆର ନିଯୋଗ ମିଳିତ ଭାବେ ଅବଢ଼ା ପ୍ରସ୍ତୁତ କରିବେ। ଯେହେତୁ ଦ୍ବିତୀୟ ଭୋଗମଣ୍ଡପ ସମୟରେ ରାଷ୍ଟ୍ରପତି ଆସିବେ, ସେ ଦୃଷ୍ଟିରୁ ସକାଳ ୯ଟାରେ ମହାପ୍ରଭୁଙ୍କୁ ସକାଳ ଧୂପରେ ଲାଗି ହେବାକୁ ଥିବା ମହାପ୍ରସାଦ ରାଷ୍ଟ୍ରପତିଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି। 

Jagannath Temple :ପୁରୀରେ ରାଷ୍ଟ୍ରପତିଙ୍କ ପାଇଁ ଛଅ ପ୍ରକାର ଭଜା ଓ ନଅ ପ୍ରକାର ତିଅଣ

President visit Puri: ପୁରୀ (ସଞ୍ଜୟ ମହାପାତ୍ର): ରାଷ୍ଟ୍ରପତିଙ୍କ ଗସ୍ତକୁ (President Droupadi Murmu) ନେଇ ଶ୍ରୀମନ୍ଦିର (Jagannath Temple) ଓ ଜିଲା ପ୍ରଶାସନର ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିର (Srimandir) ନିକଟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ବେଳେ ଦିନ ୧୨ଟା ସୁଦ୍ଧା ଦର୍ଶନ ହୋଇଛି ବ୍ୟବସ୍ଥା। ସେପଟେ ଆନନ୍ଦ ବଜାରରେ (Ananda Bazar) ମହାପ୍ରସାଦ (Mahaprasad) ପାଇବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସକାଳ ଧୂପରେ ଝିଲ୍ଲୀ, ବିରି ପିଠା, ହଂସକେଳି ଆଦି ଦିଆଯିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ।

ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଛତିଶା ନିଯୋଗ ସହ ଏ ‌ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି। ସେପଟେ ସୁଆର ମହାସୁଆର ନିଯୋଗ ବି ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଯେହେତୁ ଆନନ୍ଦବଜାରରେ ବସି ରାଷ୍ଟପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ମେନୁରେ କାନିକା, ଖେଚୁଡ଼ି ସହ ଅନେକ ବିରିପିଠା, ମଞ୍ଜା-କଖାରୁ ରାଇ, ସନ୍ତୁଳା, ହବିଷ ଖଟା ବା ଓଉ ଖଟା କରିବାକୁ ଯୋଜନା କରିଛି। 

ରାଷ୍ଟ୍ରପତି ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା କାର୍ଯ୍ୟକ୍ରମ ରହିଛି। ସେହି ଅନୁଯାୟୀ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ମହାସୁ‌ଆର ନିଯୋଗ ମିଳିତ ଭାବେ ଅବଢ଼ା ପ୍ରସ୍ତୁତ କରିବେ। ଯେହେତୁ ଦ୍ବିତୀୟ ଭୋଗମଣ୍ଡପ ସମୟରେ ରାଷ୍ଟ୍ରପତି ଆସିବେ, ସେ ଦୃଷ୍ଟିରୁ ସକାଳ ୯ଟାରେ ମହାପ୍ରଭୁଙ୍କୁ ସକାଳ ଧୂପରେ ଲାଗି ହେବାକୁ ଥିବା ମହାପ୍ରସାଦ ରାଷ୍ଟ୍ରପତିଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି। ସକାଳଧୂପରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା ଏଣ୍ଡୁରି, ଚନ୍ଦ୍ରକାନ୍ତି, ଝିଲ୍ଲୀ, ହଂସକେଳି ଆଦି ବିରି ପିଠା ଦିଆଯିବ। ସେହିଭଳି ‌କାନିକା, ଖେଚୁଡ଼ି, ମିଠା ଡାଲି ଓ ଡାଲମା, ଶାଗ ଭଜା, ଭଜା, ମଞ୍ଜା-କଖାରୁରେ ପ୍ରସ୍ତୁତ ସ୍ବତନ୍ତ୍ର ରାଇ, ଗୋଟାମୁଗ ତରକାରୀ, ଓଉ ଖଟା, ସନ୍ତୁଳା ଆଦି ଦିଆଯିବ। ଯଦି ଓଉ ଖଟା କି ହବିଷ ଭଳି ଖଟା ପ୍ରସ୍ତୁତ ନ ‌ହୋଇ ପାରିଲା, ତେବେ ଅନ୍ୟ ସ୍ବତନ୍ତ୍ର ଖଟା ପ୍ରସ୍ତୁତ ହେବ। ରାଷ୍ଟ୍ରପତି ସିଂହଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କୁ ଗର୍ଭଗୃହରୁ ଦର୍ଶନ କରିବେ। ପରେ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିବେ। ପରେ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବାର କାର୍ଯ୍ୟକ୍ରମ ରହିଛି।

ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ବ୍ଲୁବୁକ ସିକ୍ଯୁରିଟି ଆଧାରରେ ବ୍ଯବସ୍ଥା କରାଯାଉଛି। ହେଲିପ୍ୟାଡରୁ ଶ୍ରୀମନ୍ଦିର ଆଉ ସେଠାରୁ ରାଜଭବନ ଏସବୁର ସ୍ୱତନ୍ତ୍ର ପ୍ରସ୍ତୁତି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୨ଟାରୁ ୧ଟା ମଧ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମନ୍ଦିରର ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ। ତେବେ ସେଦିନ ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ପ୍ରତିଶୃତି ଦେଇଛନ୍ତି। ସକାଳ ଧୁପରେ ମହାପ୍ରସାଦ ପାଇଁ ବ୍ଯବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗକୁ କୁହାଯାଇଛି। ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନ ଓ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି।

ମହାମହିମ ରାଷ୍ଟ୍ରପତିଙ୍କ ୪ ଘଣ୍ଟିଆ ପୁରୀ ଗସ୍ତକୁ ନେଇ ଚାଲିଛି ବ୍ଯାପକ ପ୍ରସ୍ତୁତି। ରାଷ୍ଟ୍ରପତି ଓଡିଆ ଝିଅ ହୋଇଥିବା ଆଉ ତାଙ୍କର ପ୍ରଥମ ପୁରୀ ଗସ୍ତ ହୋଇଥିବାରୁ କିଭଳି ଆତିଥ୍ଯରେ ଟିକେ ବି ତୃଟି ନହେବ ତାହା ଉପରେ ଦିଆଯାଉଛି କଡା ନଜର।