ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ବର୍ଷିବ!
Advertisement

ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ବର୍ଷିବ!

Odisha Weather Update: ଏହସହ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପାରଦ ଉଚ୍ଚ ରହିବ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର (Bhubaneswar Meteorological Centre) । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ରାଜ୍ୟରେ ଆସନ୍ତା ୩ ଦିନ ହାଲୁକା ବର୍ଷା  (Rain) ସମ୍ଭାବନା ରହିଛି । ଏକ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦିନ ଯାଏଁ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ।

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମୟୂରଭଂଜ, କେଉଁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି । ଆସନ୍ତା ୭ ତାରିଖ ସକାଳ ଯାଏଁ ଏପରି ସ୍ଥିତି ଲାଗି ରହିବା ସହ ଉପକୂଳ ଓଡିଶାରେ ପାଗ ପ୍ରାୟତଃ ଶୁଖିଲା ଓ କୋହଲା ରହିବ ।

ଏହସହ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପାରଦ ଉଚ୍ଚ ରହିବ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର (Bhubaneswar Meteorological Centre) । 

ଏହା ବି ପଢ଼ନ୍ତୁ:-ଏହି ଟ୍ରେଜେରୀରେ ୫୦ ବର୍ଷ ଧରି ପଡ଼ି ରହିଛି ୭୩ କିଲୋ ରୁପା, RBI ବି ନେବାକୁ କରିଦେଇଛି ମନା; ଜାଣନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସହ କିପରି ରହିଛି କନେକ୍ସନ୍

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ନାଁରେ ନିଜ ସମ୍ପତ୍ତି କଲେ ଏହି ବୃଦ୍ଧ ମହିଳା, ଜାଣନ୍ତୁ ଏହି ନିଷ୍ପତ୍ତି ପଛର କାରଣ

ଏହା ବି ପଢ଼ନ୍ତୁ:-ରେଳ ଯାତ୍ରୀମାନଙ୍କ ପାଇଁ ଖରାପ ଖବର, ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଟ୍ରେନ ଭଡ଼ା! ଜାଣନ୍ତୁ ଡିଟେଲ୍ସ

 

ସୂଚନାଯୋଗ୍ୟ, ଆଜି ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହରର ଭାବେ ରେକର୍ଡ ହୋଇଛି । ଏଠାରେ ଆଜି ତାପମାତ୍ରା ୪୨.୬ ଡିଗ୍ରୀ ରହିଛି । ଏହାପରେ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧ ୪୨ ଡିଗ୍ରୀ, ଭବାନୀପାଟନା ୪୦.୬ ଡିଗ୍ରୀ, ସୁବର୍ଣ୍ଣପୁର ୪୦.୬ ଡିଗ୍ରୀ, ସୁନ୍ଦରଗଡ଼ ୪୦.୫ ଡିଗ୍ରୀ, ସମ୍ୱଲପୁର ୪୦.୧, ଝାରସୁଗୁଡ଼ା ୪୦.୮ ଡିଗ୍ରୀ, ତାଲଚେର ୩୯, ଡିଗ୍ରୀ, ମାଲକାନଗିରି ୩୯ ଡିଗ୍ରୀ, ଫୁଲବାଣୀ ୩୯.୯ ଡିଗ୍ରୀ, ଦାରିଙ୍ଗିବାଡ଼ି ୩୭.୫ ଡିଗ୍ରୀ, ନୟାଗଡ଼ ୩୮.୮ ଡିଗ୍ରୀ, ଭଦ୍ରକ ୩୭.୪ ଡିଗ୍ରୀ, ରାୟଗଡ଼ା ୩୭.୮ ଡିଗ୍ରୀ, ଛତ୍ରପୁର ୩୮ ଡିଗ୍ରୀ, କୋରାପୁଟ ୩୪.୬ ଡିଗ୍ରୀ, ଭୁବନେଶ୍ୱର ୩୪.୪ ଡିଗ୍ରୀ କଟକ, ୩୪.୨ ଡିଗ୍ରୀ, ବାଲେଶ୍ୱର ୩୪.୬ ଡିଗ୍ରୀ ଏବଂ ଅନୁଗୋଳରେ ୩୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।