ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ!
Advertisement

ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ!

Odisha Weather Update: ଅନ୍ୟ ସବୁ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି କେନ୍ଦ୍ର । 

ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ!

ଭୁବନେଶ୍ୱର: Odisha Weather Update: ପ୍ରଚଣ୍ଡ ଖରା ମଧ୍ୟରେ ଅଦିନିଆ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କିଛି ଜିଲାରେ ବର୍ଷା (Rain) ନେଇ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) । ମହାରାଷ୍ଟ୍ର ମଧ୍ୟ ଭାଗରୁ ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ସମୁଦ୍ର ଆଡୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ତେଣୁ ଉତ୍ତାପ ଓ ଜଳବାୟୁ ମିଶି କିଛି ସ୍ଥାନରେ ଘଡଘଡି ବର୍ଷା କରାଇବ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି ।

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ଅଧିକ ପଢ଼ନ୍ତୁ:-ଏୟାର ଇଣ୍ଡିଆ ପରେ ବର୍ତ୍ତମାନ ବିକ୍ରି ହେବାକୁ ଯାଉଛି ଏହି ବଡ଼ ବ୍ୟାଙ୍କ, ସରକାର ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି

ଅଧିକ ପଢ଼ନ୍ତୁ:-କେବଳ ଆପଣାନ୍ତୁ ଏହି ୫ଟି ଉପାୟ ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! ବିନା ଟେନସନରେ ଚଲାନ୍ତୁ ଏସି-କୁଲର୍

ଆଜି ଅର୍ଥାତ ମାର୍ଚ୍ଚ ୨୪ ସକାଳ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଫଳରେ ତାତି ରୁ ସାମାନ୍ୟ ତ୍ରାହି ମିଳିବ । ଅନ୍ୟ ସବୁ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି କେନ୍ଦ୍ର ।