ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ!
Advertisement

ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ!

Odisha Weather Update: ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଅଞ୍ଚଳରେ ବିଜୁଳୁ ଘଡି ଘଡି ସହ ବର୍ଷା (Rainfall) ଲାଗି ରହିଛି । କେନ୍ଦୁଝର, ମୟୁରଭଞ୍ଜ ଏବଂ କନ୍ଧମାଳ ଜିଲ୍ଲାରେ କିଛି ଅଞ୍ଚଳରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ବୋଲି କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ!

ଭୁବନେଶ୍ୱର: Odisha Weather Update: ଉତ୍ତର ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ସକ୍ରିୟ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ମୟୂରଭଂଜ, ବାଲେଶ୍ବର, କେଉଁଝର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଏହାସହ ଆସନ୍ତାକାଲି ମଧ୍ୟ ଏସବୁ ଅଧିକାଂଶ ଜିଲ୍ଲାରେ ଘଡଘଡି ବର୍ଷା ବଜ୍ରପାତ ହେବାର ଆଶଙ୍କା ରହିଛି । ଏହାପର ଦୁଇ ଦିନ ପାଗ ଶୁଖିଲା ରହିବା ପରେ ୧୦ ତାରିଖରେ ପୁଣି ଅଦିନିଆ ବର୍ଷାର ଆଗମନ ରହିଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ୨ରୁ ୩ ଡିଗ୍ରୀ ଉଚ୍ଚା ତଥା ୪୦ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରିଛି କେନ୍ଦ୍ର ।

ସେପଟେ ଏବର୍ଷର ପ୍ରଥମ କାଳ ବୈଶାଖୀ ସକ୍ରିୟ ରହିଛି । କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ୫୦ କିମିରୁ ୬୦ କିମି ବେଗରେ ପବନ ସହ ବିଜୁଳି, ଘଡଘଡି ଏବଂ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ଅଞ୍ଚଳରେ ସତର୍କ ରହିବା ସହ ବିଜୁଳି ଘଡ଼ଘଡ଼ିରୁ ରକ୍ଷା ପାଇଁ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ କରିନିଅନ୍ତୁ ବୋଲି କେନ୍ଦ୍ର କହିଛି ।

ଏହା ବି ପଢ଼ନ୍ତୁ:-ଯୁକ୍ରେନର ମହିଳା ସୈନିକଙ୍କ ସହ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ନେତୃତ୍ୱରେ ୨୦୨୩ର ମଧ୍ୟ ପ୍ରଦେଶ ବିଧାନ ନିର୍ବାଚନ ଲଢ଼ିବ କଂଗ୍ରେସ, ବିଜେପି କହିଲା- ଏହା ରାହୁଲ, ପ୍ରିୟଙ୍କାଙ୍କ ପାଇଁ ଚେତାବନୀ!

ଏହା ବି ପଢ଼ନ୍ତୁ:-ଖେଚୁଡ଼ି ଖାଇ ଶନିଙ୍କୁ କରାନ୍ତୁ ଶାନ୍ତ, ଦୂରେଇ ଯିବ ସବୁ ସମସ୍ୟା

 

ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଅଞ୍ଚଳରେ ବିଜୁଳୁ ଘଡି ଘଡି ସହ ବର୍ଷା (Rainfall) ଲାଗି ରହିଛି । କେନ୍ଦୁଝର, ମୟୁରଭଞ୍ଜ ଏବଂ କନ୍ଧମାଳ ଜିଲ୍ଲାରେ କିଛି ଅଞ୍ଚଳରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ବୋଲି କେନ୍ଦ୍ର ତରଫରୁ ସୂଚନା ମିଳିଛି ।