Odisha News: ଘୋଡାଶାଳ ଘାଟିରେ ବଡ ଧରଣର ଦୁର୍ଘଟଣା, ପାହାଡ଼ରେ ପିଟିହେଲା ବସ
Advertisement

Odisha News: ଘୋଡାଶାଳ ଘାଟିରେ ବଡ ଧରଣର ଦୁର୍ଘଟଣା, ପାହାଡ଼ରେ ପିଟିହେଲା ବସ

ଗଜପତି (Gajapati) ଜିଲ୍ଲା ଆର ଉଦୟଗିରି (R Udayagiri) ଥାନା ଅନ୍ତର୍ଗତ ତାଣ୍ଡିଗୁଡା (Tandiguda) ଗ୍ରାମରୁ ପୁଡାମାରୀ (Pudamari) ଫେରୁଥିବା ଏକ ଘରୋଇ ବସ ବଡ଼ ଦୁର୍ଘଟଣାରୁ (Accident) ଅଳ୍ପକେ ବର୍ତ୍ତି ଯାଇଛି। ନାୟକ ଏଣ୍ଡ ନାୟକ ନାମକ ଏହି ବସଟି ଘୋଡାଶାଳ ଘାଟି ଚଢୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ସମସ୍ଯା ଦେଖାଦେଇଥି

Odisha News: ଘୋଡାଶାଳ ଘାଟିରେ ବଡ ଧରଣର ଦୁର୍ଘଟଣା, ପାହାଡ଼ରେ ପିଟିହେଲା ବସ

Accident News In Odia ଗଜପତି: ଗଜପତି (Gajapati) ଜିଲ୍ଲା ଆର ଉଦୟଗିରି (R Udayagiri) ଥାନା ଅନ୍ତର୍ଗତ ତାଣ୍ଡିଗୁଡା (Tandiguda) ଗ୍ରାମରୁ ପୁଡାମାରୀ (Pudamari) ଫେରୁଥିବା ଏକ ଘରୋଇ ବସ ବଡ଼ ଦୁର୍ଘଟଣାରୁ (Accident) ଅଳ୍ପକେ ବର୍ତ୍ତି ଯାଇଛି। ନାୟକ ଏଣ୍ଡ ନାୟକ ନାମକ ଏହି ବସଟି ଘୋଡାଶାଳ ଘାଟି ଚଢୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ସମସ୍ଯା ଦେଖାଦେଇଥିଲା। ଫଳରେ ଗାଡିଟି ଅଚାନକ ପଛକୁ ପଛକୁ ଗଡ଼ିବା ଆରମ୍ଭ କରିଥିଲା। ଏହି ସମୟରେ ଗାଡ଼ିଟି ସୌଭାଗ୍ୟବଶତଃ ପାହାଡ ପଟକୁ ପଛ ହେବାରୁ ଗାଡିଟି ତଳକୁ ଖସି ନଥିଲା। ସେପଟେ କିଛି ଯାତ୍ରୀ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିରୁ ଡେଇଁ ପଡିଥିଲେ। ତେବେ ଏହି ସମୟରେ ଗାଡି ଭିତରେ ପେଲା ଠେଲାରେ ୯ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଗାଡ଼ି ମଧ୍ୟରେ ଥିବା ସୁନା ମଣ୍ଡଳ ନାମକ ଜଣେ ଯାତ୍ରୀଙ୍କର ବାମ ଜଙ୍ଘ ଭାଙ୍ଗିଥିବାବେଳେ ପ୍ରମିଳା ଶବର ନାମକ ଜଣେ ମହିଳାଙ୍କ ଡାହାଣ ଜଙ୍ଘ ଭାଙ୍ଗିଛି। ଊଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ପଠାଯାଇଛି। ଅନ୍ୟ ଆହତ ମାନେ ହେଲେ ଝୁନୁ ଗମାଙ୍ଗ  ଯୁନେକି ରଇତ,ଅନିତା ଶବର,ସଞ୍ଜିତା ଶବର, ଜିବନୀ ଶବର, ବିପ୍ର ଜାନି  ଓ ଊର୍ମିଳା ରାଇକା । ସମସ୍ତେ ଗଂଜାମ ଜିଲ୍ଲା ପୁଡାମାରି ଅଞ୍ଚଳର ବୋଲି ଜଣାପଡିଛି। ଆହତ ସମସ୍ତ ଯାତ୍ରୀ ମାନେ ଆର,ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଘଟଣା ସ୍ଥଳରେ ଆର,ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ପ୍ରଭା ନାମକ ବସ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଗତ ସୋମବାର ଭୋର ସମୟରେ ରାଉରକେଲାର ଚାନ୍ଦିପୋଷଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନାରହିଛି।

ମିଳିଥିବା ସୂଚନା ମୁତାବକ ଚାନ୍ଦିପୋଷ ନିକଟରେ ଏକ ହାଇଓ୍ୱା ଛିଡ଼ା ହୋଇଥିଲା। ତେବେ ଭୁବନେଶ୍ୱରରୁ ଦ୍ରୁତ ବେଗରେ ଆସୁଥିବା ପ୍ରଭା ବସ ଉକ୍ତ ହାଇଓ୍ୱାକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ବସର ଡାହାଣ ପାର୍ଶ୍ୱଟି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଭୋର ସମୟ ହୋଇଥିବାରୁ ବସରେ କିଛି ଲୋକ ଶୋଇଥିଲେ। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। 

ସେହିପରି ୨୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ସେମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣାସମ୍ପର୍କରେ ଖବର ପାଇଁ କିଛି ସ୍ଥାନୀୟ ଲୋକେ, ପୋଲିସ କର୍ମୀ ଆସି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି। 

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୨୫ରୁ ଅଧିକ ଗୁରୁତର

Also Read: Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର