Odisha: ଡ୍ୟୁଟି ବେଳେ ଡାକ୍ତରଖାନାରେ ଧରାପଡିଲେ ନକଲି ଡାକ୍ତର
Advertisement

Odisha: ଡ୍ୟୁଟି ବେଳେ ଡାକ୍ତରଖାନାରେ ଧରାପଡିଲେ ନକଲି ଡାକ୍ତର

Bhadrak District Headquarters Hospital:  ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ସୁରକ୍ଷାକର୍ମୀଙ୍କ ନିକଟକୁ ଯାଇ ନିଜକୁ ଜଣେ ନୂତନ ନିଯୁକ୍ତ ଡାକ୍ତର ଭାବେ ପରିଚିତ କରି ୱାର୍ଡ ଭିତରକୁ ଯିବାକୁ କହିଥିଲେ। 

Odisha: ଡ୍ୟୁଟି ବେଳେ ଡାକ୍ତରଖାନାରେ ଧରାପଡିଲେ ନକଲି ଡାକ୍ତର

Fake Doctor Apprehended On Duty: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଡ୍ୟୁଟି ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧରା ପଡ଼ିଛନ୍ତି ଜଣେ ନକଲି 
ଡାକ୍ତର। ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗରେ ନକଲି ଡାକ୍ତର ବେଶରେ ଜଣେ ଯୁବକ ଧରାପଡିଛନ୍ତି। ଧରାପଡ଼ିଥିବା ଯୁବକ ଜଣଙ୍କ ଯାଜପୁର ଜିଲ୍ଲାର ରାଜୀବ ବୋଲି ଜଣାପଡିଛି।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ସୁରକ୍ଷାକର୍ମୀଙ୍କ ନିକଟକୁ ଯାଇ ନିଜକୁ ଜଣେ ନୂତନ ନିଯୁକ୍ତ ଡାକ୍ତର ଭାବେ ପରିଚିତ କରି ୱାର୍ଡ ଭିତରକୁ ଯିବାକୁ କହିଥିଲେ। ହେଲେ ନିୟମିତ ଭାବେ ଯାଞ୍ଚ କରୁଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଷ୍ଟେଥୋସ୍କୋପ ସହ ବୁଲୁଥିବା ଯୁବକଙ୍କୁ ଦେଖି ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେତେବେଳେ ସେହି ଯୁବକଙ୍କ ଜଣ ଉତ୍ତର ଦେବାକୁ ଅସମର୍ଥ ହୋଇଥିଲେ, ସେତେବେଳେ ସିଡିଏମଓ ସମ୍ପୃକ୍ତ ଯୁବକ ଉପରେ। ପରେ ସିଡିଏମଓ ଡାକ୍ତରଖାନା ପୋଲିସ ଡେସ୍କ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଯେତେବେଳେ ସୁରକ୍ଷା କର୍ମୀ ଅଭିଯୁକ୍ତ ଯୁବକଙ୍କୁ ଅଟକାଇ ପଚରା ଉଚରା କରିବା ଆରମ୍ଭ କରିଥିଲେ ସେତେବେଳେ ଷ୍ଟେଥୋସ୍କୋପ ସହ ବୁଲୁଥିବା ଯୁବକ ଜଣଙ୍କ ନକଲି ଡାକ୍ତର ବୋଲି ଜଣାପଡିଥିଲା। 

ଷ୍ଟେଥୋସ୍କୋପ ସହ ବୁଲୁଥିବା ଯୁବକ ରାଜୀବଙ୍କୁ ଅଟକ ରଖାଯାଇଥିବା ବେଳେ, ଡାକ୍ତର ଭାବରେ ଡାକ୍ତରଖାନାରେ ପ୍ରବେଶ କରିବା ପଛରେ ତାଙ୍କର କେଉଁ ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ କରାଯାଉଛି। ଏହି ସମୟରେ ନକଲି ଡାକ୍ତର ସଂଖ୍ୟା ବୃଦ୍ଧି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଇଛି।