Naba Das Murder:'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'!
Advertisement

Naba Das Murder:'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'!

Naba Das Murder Conspiracy: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଦିନ ପରେ ଦିନ ଗଡ଼ି ଚାଲିଛି । ହେଲେ ହତ୍ୟାକାଣ୍ଡ ନେଇ କୌଣସି ଠୋସ୍ ପ୍ରମାଣ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ସେହିପରି ସାଧାରଣ ଲୋକଙ୍କ ଅନେକ ମତ ଏବେ ସାମ୍ନାକୁ ଆସିଛି ।  ଏ ବାବଦରେ CBI ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନ କୁ ଆସିବ । ରାଜ୍ୟ ସରକାର ଏଭଳି ଏକ ଦୁର୍ଭାଗ୍ୟ ଜନକ ଦୁର୍ଘଟଣା କୁ ଗୁରୁତ୍ୱ ର ସହ ନେଇଛନ୍ତି। 

 

Naba Das Murder:'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'!

Naba Das Murder: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଙ୍କ ମୃତ୍ୟୁ ଘଟଣା ଏବେ ଚାରିଆଡେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ତାଙ୍କ ର ମୃତ୍ୟୁ ଏକ ସାଧାରଣ ହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ନା ରାଜନୈତିକ ପାଶାପାଲିର ମର୍ଡର ଏ ସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।  କିଛି ସାଧାରଣ ଲୋକଙ୍କର ପ୍ରତିକ୍ରିୟା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା  ଘଟଣା ରେ ସମ୍ବଲପୁର ଅଞ୍ଚଳରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା । ଏହି ଆକସ୍ମିକ ହତ୍ୟାକାଣ୍ଡ କୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଲୋକେ।
କିଏ କିଏ ସିଧା ସଳଖ ରାଜ୍ୟ ସରକାରଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରୁଥିବା ବେଳେ କିଏ କିଏ ବ୍ୟକ୍ତିଗତ ଶତ୍ରୁତା ନେଇ ହତ୍ୟା କରାଯାଇ ପାରିଥାଏ ବୋଲି କହୁଛନ୍ତି । ରାଜ୍ୟ ରେ ତାଙ୍କର ବ୍ୟବସାୟ ପତିଆରା ଯେଭଳି ଭାବରେ ବୃଦ୍ଧି ପାଉଥିଲା ସେଥିପାଇଁ ହୁଏତ ତାଙ୍କର ହତ୍ୟା କରାଯାଇ ପାରିଥାଏ। 

ସେହିପରି ତାଙ୍କର ହତ୍ୟା ପାଇଁ ପୂର୍ବରୁ ଚଳଚ୍ଚିତ୍ର ର ପୃଷ୍ଠଭୂମି ପ୍ରସ୍ତୁତ ହୋଇସାରିଥିଲା ବୋଲି ମଧ୍ୟ କହୁଛନ୍ତି ଲୋକେ । କିନ୍ତୁ ସାଧାରଣ ଲୋକେ ଏଭଳି ଏକ ହତ୍ୟାକାଣ୍ଡ କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯଦି ରକ୍ଷକ ଭକ୍ଷକ ହୁଏ ତା ହେଲେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସମାଜର ଏତେ ବଡ଼ ଲୋକ,ସେ ପୁଣି ଜଣେ କ୍ୟାବିନେଟ ପାହ୍ୟା(Odisha Cabinet Minister) ର ମନ୍ତ୍ରୀ ତାଙ୍କୁ ଯଦି ବିଚ ବଜାରରେ ଗୁଳି ମାରି ହତ୍ୟା କରାଯାଇ ପାରୁଛି ତା ହେଲେ ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି କହୁଛନ୍ତି ସାଧାରଣ ଲୋକେ । ଆଉ କିଏ କିଏ କହୁଛନ୍ତି ଏ ଭିତରେ କିଛି ରହସ୍ୟ ଲୁଚି ରହିଛି । ରାଜନୈତିକ ଅଭିସନ୍ଧି ରହିଛି,  ଏ ବାବଦରେ CBI ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନ କୁ ଆସିବ । ରାଜ୍ୟ ସରକାର ଏଭଳି ଏକ ଦୁର୍ଭାଗ୍ୟ ଜନକ ଦୁର୍ଘଟଣା କୁ ଗୁରୁତ୍ୱ ର ସହ ନେଇଛନ୍ତି। 

ସେଥିପାଇଁ ଜଣେ ଅବସର ପ୍ରାପ୍ତ ବିଚାରପତି ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଅର୍ପଣ କରିଛନ୍ତି ନିଶ୍ଚିତ ଭାବରେ ଦୋଷୀ ଦଣ୍ଡ ପାଇବ ବୋଲି ମଧ୍ୟ କିଛି ଲୋକ କହିଛନ୍ତି । ସୂଚନା ଥାଉ କି ଗତ ମାସ ୨୯ ତାରିଖରେ ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସ (Former Health Minister Naba Das) ଏକ ଦଳୀୟ କାର୍ଯ୍ୟକ୍ରମ ରେ ବ୍ରଜରାଜ ନଗର ସ୍ଥିତ ଗାନ୍ଧୀ ଛକ କୁ ଦିନ ୧୧ ଟା ବେଳେ ଯାଇଥିଲେ |ସେଠାରେ ତାଙ୍କର କାର୍ଯ୍ୟକ୍ରମ ରହିଥିବା ରୁ ଅନେକ ବିଜେଡି କର୍ମୀ ଙ୍କ ସହ ପୋଲିସ ମଧ୍ୟ ରହିଥିଲେ |ଠିକ ୧୧ଟା ସମୟରେ ପ୍ରଥମେ ଏସ୍କର୍ଟ ଗାଡି ଟି ଆସିଥିଲା ତା ପରେ ତାଙ୍କ ଇନୋଭା ଗାଡି ଟି ଗାନ୍ଧୀ ଛକ ରେ ପହଞ୍ଚିବା ପରେ, ଲୋକେ ଯାଇ ତାଙ୍କ ର ଗାଡି ର ସମ୍ମୁଖ ଗେଟ ପାଖରେ ପହଞ୍ଚି ଥିଲେ ସେ ନିଜେ ଗେଟ ଖୋଲିବା ପରେ କିଏ କିଛି ବୁଝିବା ପୂର୍ବରୁ ପ୍ରଥମେ ଗୋଟିଏ ଗୁଳି କିଏ ଜଣେ ମାରିଥିଲା । 

ମନ୍ତ୍ରୀ ତାଙ୍କର ଛାତି କୁ ଚାପି ଧରି "କିଏ ଗୁଳି ମାରିଦେଲା" (Naba Das Shot) ବୋଲି କହିଥିଲେ । ସେ ଭିତରେ ଆଉ ଗୋଟିଏ ଗୁଳି ତାଙ୍କର ଛାତି ଭେଦି ସାରିଥିଲା । ତା ପରେ ପରେ ପୁଣି ଗୁଳି ଫୁଟିଥିଲା । ଲୋକେ ଇତସ୍ତତଃ ହୋଇଥିଲେ । ଘଟଣାସ୍ଥଳରୁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ହସ୍ପିଟାଲ କୁ ନିଆ ଯାଇଥିଲା ଓ ପରବର୍ତ୍ତୀ ସମୟରେ ଏୟାର ଲିଫ୍ଟ କରି ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ଜୀବନ ଚାଲି ଯାଇଥିଲା । ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କର ମୃତ୍ୟୁ ଏକ ରହସ୍ୟ ହୋଇ ରହିଥିବା ଲୋକେ କହୁଛନ୍ତି । ସେଥିପାଇଁ ସମାଜ ର ବିଭିନ୍ନ ବର୍ଗ ର ଲୋକଙ୍କ ପାଖ ରୁ ଭିନ୍ନ ଭିନ୍ନ ମତ ଆସୁଛି । ତେବେ ସମୟ କହିବ କ୍ରାଇମ ବ୍ରାଞ୍ଚ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନ କୁ ଆଣି ପାରୁଛି ନାଁ ଗୋବିନ୍ଦ ସାହୁ(Gobinda Sahu) ଆତ୍ମହତ୍ୟା ପରି ନବ ଦାସ ହତ୍ୟାକାଣ୍ଡ ର ମଧ୍ୟ ଚାପ୍ଟର କ୍ଲୋଜ କରାଯାଉଛି ତାହାକୁ ସାଧାରଣ ରେ ଅପେକ୍ଷା । 

Also Read: Naba Das Assassination: ନବଙ୍କୁ ହତ୍ୟା ପାଇଁ ଥାନାରୁ ପ୍ଲାନ୍ କରିଥିଲା ଗୋପାଳ, ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ

Also Read: Naba Das Murder Case: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ