Puri: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ
Advertisement

Puri: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

Puri : ଆଜି ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମମତା ନବୀନ ନିବାସରେ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ବୁଧବାର ଦିନ ନିଜେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ତେବେ ନବୀନଙ୍କ ସହ ଏହି ସାକ୍ଷାତ ସୌଜନ୍ୟମୂଳକ ବୋଲି କହିଥିଲେ ମମତା ।

ସୌ(ସୋସିଆଲ ମିଡିଆ)

Puri News: ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(Mamata Banerjee)। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ କଡା଼ ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ମମତା । ଶ୍ରୀମନ୍ଦିର ସେବାୟତ ମାନେ ମମତାଙ୍କୁ ସ୍ବାଗତ କରିବା ସହ ଶ୍ରୀ ମନ୍ଦିରକୁ ପୋଛୋଟି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ମମତା ବାନାର୍ଜୀଙ୍କ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ଯ ସ୍ୱାଗତ କରାଯାଇଥିଲା। କୌଳିକ ପଣ୍ଡା ରାମକୃଷ୍ଣ ଦାସମହାପାତ୍ର ତାଙ୍କୁ ଖଣ୍ଡୁଆ ପ୍ରଦାନ କରିବା ସହ ଶ୍ରୀମନ୍ଦିର(Puri Temple) ଭିତରକୁ ପାଛୋଟି ନେଇଥିଲେ। ରତ୍ନବେଦୀରେ ଚତୁର୍ଦ୍ଧା ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ମମତାଙ୍କ ନାମରେ ନୀଳଚକ୍ରରେ ଚଉଦ ହାତିଆ ହଳଦିଆ ବାନା ବନ୍ଧାଯାଇଥିଲା । ଭଣ୍ଡାର ମେକାପ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଦାରୁମୁର୍ତ୍ତି ମମତାଙ୍କୁ ପ୍ରଦାନ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ସହଯୋଗ ଲାଗି ମମତା ବାନାର୍ଜୀ ସମସ୍ତ ଦଇତାପତି, ସେବାୟତ, ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଓ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିବା କହିଥଲେ ମମତା । ପ୍ରକାଶଥାଉ କି, ଆଜି ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ(Naveen Patnaik) ମମତା ନବୀନ ନିବାସରେ(naveen nivas) ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ବୁଧବାର ଦିନ ନିଜେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ତେବେ ନବୀନଙ୍କ ସହ ଏହି ସାକ୍ଷାତ ସୌଜନ୍ୟମୂଳକ ବୋଲି କହିଥିଲେ ମମତା । ହକି ବିଶ୍ବକପ ସମୟରେ ନିମନ୍ତ୍ରଣ ପରେ ବି ବ୍ୟକ୍ତିଗତ କାରଣରୁ ମୁଁ ଆସିପାରିନଥିବାରୁ ଯେବେ ଓଡ଼ିଶା ଆସିବେ ସେବେ ନବୀନଙ୍କୁ ସାକ୍ଷାତ କରିବା ନେଇ ପ୍ରତିଶ୍ରୁତି ଦେଇଥିବା କହିଥିଲେ ।

Also Read-ଆଜି ହେଉଛି ସହିଦ ଭଗତ ସିଂହଙ୍କ ଶ୍ରାଦ୍ଧ ଦିବସ: ଯେବେ ବନ୍ଧୁକ ଫଳିବା ନେଇ ଉଠାଇଥିଲେ ପ୍ରଶ୍ନ

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ଜମି ଅନୁଧ୍ୟାନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହି ଜମିରେ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ କରାଯିବ । ରଥଯାତ୍ରା, ସ୍ନାନଯାତ୍ରା ଓ ବିଭିନ୍ନ ଛୁଟି ସମୟରେ ପୁରୀକୁ ଲକ୍ଷାଧିକ ପଶ୍ଚିମବଙ୍ଗ ଯାତ୍ରୀ ଆସିଥାନ୍ତି । ଏହି ସମୟରେ ଏହି ଅତିଥି ଭବନକୁ ସେମାନେ ବ୍ୟବହାର କରିପାରିବେ । ରାଜ୍ୟ ସରକାର କେତେ ପରିମାଣର ଜମି ଦେବେ ତାହା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସ୍ପଷ୍ଟ ହେବ। ସମ୍ପୃକ୍ତ ଜମିର କିଶମ ମୂର୍ତ୍ତିକା ପରୀକ୍ଷା ଆର୍କୋଲୋଜିକାଲ ପ୍ଲାନ ଓ ଡିଜାଇନ ପ୍ରସ୍ତୁତ ହେବା ପରେ ଗେଷ୍ଟ ହାଉସ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ବ୍ରୀଜ୍ ନିର୍ମାଣ, ମୁଖ୍ଯ ରାସ୍ତାକୁ ସଂଯୋଗୀକରଣ , ଭୌଗୋଳିକ ଓ ଅନ୍ଯାନ୍ଯ କାରଣରୁ ଏହି ସ୍ଥାନ ତାଙ୍କୁ ବେଶ ପସନ୍ଦ ଆସିଥିବା କହିଛନ୍ତି ମମତା ।