ଗୋରୁ ଗାଈଙ୍କୁ ଅଜଣା ରୋଗ, ୫ ଦିନରେ ଗଲାଣି ୮ ବଳଦଙ୍କ ଜୀବନ
Advertisement

ଗୋରୁ ଗାଈଙ୍କୁ ଅଜଣା ରୋଗ, ୫ ଦିନରେ ଗଲାଣି ୮ ବଳଦଙ୍କ ଜୀବନ

ଏବେ ଚାଷ ସମୟ । ବିଭିନ୍ନ ସ୍ଥାନରୁ ଋଣ ଆଣି ଚାଷ କାମ ଆରମ୍ଭ କରିଥିଲେ ଚାଷୀ । କିନ୍ତୁ ଗୋରୁ ଗାଈଙ୍କୁ ଏହି ଅଜଣା ରୋଗ ହେବା ପରେ ଚାଷ କାମ ମଧ୍ୟ ଠପ୍ ହୋଇଯାଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରେମାନନ୍ଦ ପୂଜାରୀ, ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଆକିଲି ଗାଁରେ ଗୋରୁ ଗାଈଙ୍କୁ ଅଜଣା ରୋଗ । ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ପାଞ୍ଚ ଦିନରେ ଆଠଟି ବଳଦର ମୃତ ହେଲାଣି । ଏବେ ବି ଅନେକ ଅସୁସ୍ଥ ଅଛନ୍ତି । ଅନ୍ୟପଟେ ପ୍ରାଣୀଧନ ବିଭାଗର ଟିମ୍ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ତେବେ ରୋଗ ଚିହ୍ନଟ କରିବାରେ ଏହି ଟିମ୍ ମଧ୍ୟ ସଫଳ ହେଉଥିବା ଗ୍ରାମବାସୀ କହିଛନ୍ତି । 

କୈଣସି ଉପାୟ ନପାଇ ଲୋକେ ନିମ୍ବ, ତୁଳସୀ ଓ ମହୁକୁ ଗୋରୁ ଗାଈଙ୍କୁ ପିଆଇବା ସହ ଅନେକ ଦେଶୀ ଚିକିତ୍ସା ଚଳାଇଛନ୍ତି । ବିଶେଷ କରି ଗୋରୁ ଗାଈ ଠିକରେ ଖାଇପାରୁ ନ ଥିବା ବେଳେ ଦିନକୁ  ଦିନ ଦୁର୍ବଳ ହୋଇଯାଉଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହେଉଛି । 
ଏବେ ଚାଷ ସମୟ । ବିଭିନ୍ନ ସ୍ଥାନରୁ ଋଣ ଆଣି ଚାଷ କାମ ଆରମ୍ଭ କରିଥିଲେ ଚାଷୀ । କିନ୍ତୁ ଗୋରୁ ଗାଈଙ୍କୁ ଏହି ଅଜଣା ରୋଗ ହେବା ପରେ ଚାଷ କାମ ମଧ୍ୟ ଠପ୍ ହୋଇଯାଇଛି । 

ଅପରପକ୍ଷେ, ମୋହନା ବ୍ଳକ ଭେର୍ଟନାରି ଅଫିସର ନିଜେ ଟିମ୍ ସହ ଯାଇ ଅସୁସ୍ଥ ଥିବା ଗୋରୁ ଗାଈଙ୍କୁ ଚିକିତ୍ସା କରୁଛନ୍ତି । ମଳମୂତ୍ର ଓ ରକ୍ତ ନମୂନା ସଂଗ୍ରହ କରି ପାରଳାଖେମୁଣ୍ଡି ପଠାଯାଇଛି । ପ୍ରାଥମିକ ଲକ୍ଷଣରୁ ଏହା କୌଣସି ରୋଗ ନୁହେଁ, ବରଂ ବିଷକ୍ରିୟାରେ ଏଭଳି ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।