Terrorist Naushad: ଆତଙ୍କବାଦୀ ନୈଶାଦ ଦେଲେ ଚାଞ୍ଚଲ୍ୟକର ବୟାନ୍, ଦେଶ ବିରୋଧରେ କରିଥିଲା ଏପରି ଷଡଯନ୍ତ୍ର!
Advertisement

Terrorist Naushad: ଆତଙ୍କବାଦୀ ନୈଶାଦ ଦେଲେ ଚାଞ୍ଚଲ୍ୟକର ବୟାନ୍, ଦେଶ ବିରୋଧରେ କରିଥିଲା ଏପରି ଷଡଯନ୍ତ୍ର!

Terrorist Naushad And Jagga: ନିକଟରୁ ଦିଲ୍ଲୀର ଜାହାଙ୍ଗୀରପୁରୀ(Delhi's Jahangirpuri area) ଅଞ୍ଚଳରୁ ଗିରଫ ହୋଇଥିଲେ ସନ୍ଦିଗ୍ଧ ଆତଙ୍କବାଦୀ ନୈଶାଦ ଏବଂ ଜଗଜିତ୍ ସିଂ (ଜଗା)। ଉଭୟଙ୍କୁ  ଲଗାତର ପଚରାଚରା କରୁଛି ପୋଲିସ । ତେବେ ପଚରାଉଚରା ସମୟରେ ଦୁଇ ଆତଙ୍କୀ ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ।

Terrorist Naushad:  ଆତଙ୍କବାଦୀ ନୈଶାଦ ଦେଲେ ଚାଞ୍ଚଲ୍ୟକର ବୟାନ୍, ଦେଶ ବିରୋଧରେ କରିଥିଲା ଏପରି ଷଡଯନ୍ତ୍ର!

Terrorist Naushad And Jagga: ନିକଟରୁ ଦିଲ୍ଲୀର ଜାହାଙ୍ଗୀରପୁରୀ(Delhi's Jahangirpuri area) ଅଞ୍ଚଳରୁ ଗିରଫ ହୋଇଥିଲେ ସନ୍ଦିଗ୍ଧ ଆତଙ୍କବାଦୀ ନୈଶାଦ ଏବଂ ଜଗଜିତ୍ ସିଂ (ଜଗା)। ଉଭୟଙ୍କୁ  ଲଗାତର ପଚରାଚରା କରୁଛି ପୋଲିସ । ତେବେ ପଚରାଉଚରା ସମୟରେ ଦୁଇ ଆତଙ୍କୀ ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ।  ସେ ପାକିସ୍ତାନୀ ଆତଙ୍କବାଦୀ ସୋହେଲଙ୍କ ନିର୍ଦ୍ଦେଶରେ କାମ କରିବା ଆରମ୍ଭ କରିଥିଲେ। ଏବଂ ତାଙ୍କ ନିର୍ଦ୍ଦେଶରେ ଅନେକ ଜଘନ୍ୟ ହତ୍ୟାକାଣ୍ତ ମଧ୍ୟ ସେ କରିଛନ୍ତି । 

ହତ୍ୟା ମାମଲାରେ ଜେଲରେ ସଜା କାଟୁ ଥିବା ନୈଶଦ ୨୦୧୮ ମସିହାରେ ଅର୍ଥାତ ଦିର୍ଘ ୨୫ ବର୍ଷ ପରେ ଜେଲରୁ ମୁକୁଳିଥିଲେ।  ଏହା ପରେ ସେ କ୍ରମାଗତ ଭାବରେ ଆତଙ୍କବାଦୀଙ୍କୁ ଭେଟିବା ଆରମ୍ଭ କରିଥିଲେ। ମୁକ୍ତ ହେବା ପରେ ସେ ୨୦୧୯ ରେ ଦୁଇଥର ନେପାଳ ଯାଇଥିଲେ। ଯାହାଫଳରେ ସେ ନେପାଳରୁ ପାକିସ୍ତାନ ଯିବା ପାଇଁ ଏକ ବାଟ ମଧ୍ୟ ଖୋଜିଥିଲେ। ନେପାଳ ଯିବାକୁ ଏକ ପାର୍ସପୋର୍ଟ ବନାଇବା ପାଇଁ ସେ ଜଣେ ନେପାଳୀ ଅଧିକାରୀଙ୍କୁ ଲାଞ୍ଚ ମଧ୍ୟ ଦେଇଥିଲେ ।   କିନ୍ତୁ ନେପାଳୀ ଅଧିକାରୀ ଜଣକ ତାଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିଲେ । ଏହି କାରଣରୁ ନୈଶାଦଙ୍କ ନେପାଳ ଯିବା ଯୋଜନା ବିଫଳ ହୋଇଥିଲା। 

ନୈଶାଦ ୨୭ ବର୍ଷ ଭାରତରେ ବିଭିନ୍ନ ଜେଲରେ ସଜା କାଟିଥିଲା : ସନ୍ଦିଗ୍ଧ ନୈଶାଦ ପ୍ରାୟ ୨୭ ବର୍ଷ ଧରି ଭାରତର ବିଭିନ୍ନ ଜେଲରେ ବନ୍ଦୀ ଥିଲେ ଏବଂ ସେହି ସମୟ ମଧ୍ୟରେ ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀଙ୍କୁ ଭେଟିଥିଲେ। ଏହା ପରେ ନୈଶାଦ ଏହି ଆତଙ୍କବାଦୀ ସଂଗଠନ ପାଇଁ କାମ କରିବା ଆରମ୍ଭ କରିଥିଲେ। ଉଭୟ ନୈଶାଦ ଏବଂ ଜଗଜିତ ଭାରତରେ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ନେଟୱାର୍କ ସ୍ଥାପନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ।

Also Read : Delhi Terror Plan: ହତ୍ୟା ପରେ ମୃତଦେହକୁ କରିଥିଲା ୮ ଖଣ୍ତ ,ଭିଡିଓ କରି ପାକିସ୍ତାନକୁ ପଠାଇଥିଲା ସନ୍ଦିଗ୍ଧ ଆତଙ୍କୀ

ପୂର୍ବରୁ ମଧ୍ୟ ଉଭୟଙ୍କ ବିଷୟରେ ବଡ଼ ଖୁଲାସା କରିଛି ପୋଲିସ: ଏହା ପୂର୍ବରୁ ମଧ୍ୟ ପଚରାଉଚରା ବେଳେ ଉଭୟ ଅନେକ ବଡ଼ ଖୁଲାସା ପୋଲିସ ଆଗରେ କରିଛନ୍ତି । ଦୁହେଁ ପାକିସ୍ତାନର ଲସ୍କର-ଏ-ତୋଇବା ସହିତ ଜଡିତ ସୋହେଲଙ୍କୁ ହତ୍ୟାକାଣ୍ଡର ୩୭ ସେକେଣ୍ଡର ଭିଡିଓ ପଠାଇଥିଲେ। ନୈଶାଦ ଲାଲ କିଲା ଆକ୍ରମଣ ଘଟଣାରେ ଜଡିତ ଅଭିଯୁକ୍ତ ଆରିଫ ମହମ୍ମଦ ଏବଂ ଲସ୍କର-ଏ-ତାଇବା  ଆତଙ୍କବାଦୀ ସୋହେଲଙ୍କୁ ଜେଲରେ ଭେଟିଥିଲେ।ଆତଙ୍କବାଦୀ ଜଗଜିତ୍ ସିଂ ଓରଫ ଜଗାଙ୍କୁ ଖାଲିସ୍ତାନୀ କାର୍ଯ୍ୟକଳାପ ଭାରତରେ ବୃଦ୍ଧି କରିବାକୁ କୁହାଯାଇଥିଲା। ଏଥିପାଇଁ ପ୍ରତିମାସରେ ନୈଶାଦ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଯାଇଥିଲା। ଖଲିସ୍ତାନ ଆତଙ୍କବାଦୀ ଆର୍ଶଦୀପ ଡାଲାଙ୍କ ସହ ଜଗଜିତ୍ ସମ୍ପୃକ୍ତ ଥିଲେ । ଯିଏ ଖାଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ଏବଂ ପଞ୍ଜାବର ଜଣେ ଗ୍ୟାଙ୍ଗଷ୍ଟର । ଅଭିଯୁକ୍ତ ନୈଶାଦ ଏବଂ ଜଗଜିତ୍ ଏକ ହତ୍ୟାକାଣ୍ଡ ଘଟାଇଥିଲେ ଏବଂ ଏହାର ଭିଡିଓକୁ ପାକିସ୍ତାନରେ ଥିବା ହ୍ୟାଣ୍ଡେଲଙ୍କ ନିକଟକୁ ପଠାଇଥିଲେ।

ଉଭୟଙ୍କୁ ୧୩ ଜାନୁଆରୀରେ ଗିରଫ କରାଯାଇଥିଲା: ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଶୁକ୍ରବାର (ଜାନୁୟାରୀ ୧୩)ରେ ଭାଲସ୍ସା ଡାଏରୀ ( Bhalswa Dairy, New Delhi) ଅଞ୍ଚଳରୁ ଉଭୟଙ୍କୁ ଗିରଫ କରିଥିଲା। ଆତଙ୍କବାଦ ବିରୋଧୀ ଆଇନ (Unlawful Activities (Prevention) ଅନୁଯାୟୀ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।