Crime News: ଦୁଷ୍କର୍ମକାରୀର ଛିଣ୍ଡା ଓଠକୁ ବିଲରୁ ପାଇଲା ପୋଲିସ, ଜାଣନ୍ତୁ ପୂରା ଘଟଣାକ୍ରମ
Advertisement

Crime News: ଦୁଷ୍କର୍ମକାରୀର ଛିଣ୍ଡା ଓଠକୁ ବିଲରୁ ପାଇଲା ପୋଲିସ, ଜାଣନ୍ତୁ ପୂରା ଘଟଣାକ୍ରମ

Crime News: ଉତ୍ତରପ୍ରଦେଶରେ ଦିନକୁ ଦିନ ଯୋଡ଼ି ହୋଇ ଚାଲିଛି ଅପରାଧର ନୂଆ ନୂଆ ଫର୍ଦ୍ଦ । ହତ୍ୟା, ଦୁଷ୍କର୍ମ, ନାରୀ ନିର୍ଯାତନାରେ ବେଶ ଆଗୁଆ ରହିଛି ରାଜ୍ୟ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଙ୍କୁ ବିଲରେ ଏକୁଟିଆ ଦେଖି ଦୁଷ୍କର୍ମ ନେଇ ଉଦ୍ୟମ କରିଥିଲା ଯୁବକ । ନିଜକୁ ବଞ୍ଚାଇବାକୁ ଯାଇ କିଛି ଏପରି କରିଦେଲେ ମହିଳା ।

 

ସୌ(ସୋସିଆଲ ମିଡିଆ)

Crime News:  ୟୁପି (Uttar Pradesh) ମିରଟରେ ଜଣେ ମହିଳା ସାହାସିକତାର ସହ ନିଜକୁ ଦୁଷ୍କର୍ମ ହେବାରୁ ବଞ୍ଚାଇଛନ୍ତି । ଶୂନଶାନ୍ କ୍ଷେତରେ ମହିଳାଙ୍କୁ ଏକୁଟିଆ ଦେଖି ଯୁବକ ଜଣକ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିବା ନେଇ ଚେଷ୍ଚା କରିଥିଲା ଏତିକି ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଜଣଙ୍କ ଯୁବକର ଓଠକୁ କାମୁଡି଼ ଛିଣ୍ତାଇ ଦେଇଥିଲେ । ଯୁବକ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲା । ଏହାର ସୁଯୋଗ ଦେଖି ମହିଳା ଜୋରେ ଚିତ୍କାର କରିଥିଲେ । ଲୋକେ ଦୌଡ଼ି ଆସି ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସର ଜିମା ଦେଇଥିଲେ ।

ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଦରେଲା ପୋଲିସ ଷ୍ଚେସନ ନିକଟସ୍ଥ ଏକ ଗାଁରେ । ସୂଚନା ଅନୁଯାୟୀ ମହିଳା ଜଣକ ଶନିବାର ଦିନ ଅପରାହ୍ନରେ ନିଜ ଚାଷ ଜମିକୁ କାମ କରିବା ଲାଗି ଯାଇଥିଲେ । ଯୁବକ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କୁ ପଛପଟୁ ଧରି ପକାଇଥିଲେ । ମହିଳା ଜଣଙ୍କ ଜାରିପାରିନଥିଲେ ଯେ ଏପରି କିଏ କରୁଛି । ନିଜକୁ ବଞ୍ଚାଇବାକୁ ଚେଷ୍ଚା କରିବା ସହ ଚିତ୍କାର କରିବାକୁ ଲାଗିଥିଲେ ମହିଳା । ଏତିକି ବେଳେ ଯୁବକ ମହିଳାଙ୍କ ପାଟିକୁ ବନ୍ଦ କରିଦେଇଥିଲା । ମହିଳାଙ୍କୁ କ୍ଷେତ ଭିତରକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ (Attempt to Rape) କରିଥିଲା ।

ମହିଳା ଜଣକ ନିଜ ବୟାନରେ କହିଛନ୍ତି ଯେ, ନିଜକୁ ବଞ୍ଚାଇବା ଲାଗି ମୁଁ ଉଦ୍ୟମ କରିଥିଲି । ଯୁବକ ଜଣଙ୍କ ଯେତେବେଳେ ମତେ ଚୁମ୍ୱନ କରିବାକୁ ଉଦ୍ୟମ କରିଥିଲେ ସେହି ସମୟରେ ମୁଁ ତା ଓଠକୁ କାମୁଡ଼ି ଛିଣ୍ତାଇ ଦେଇଥିଲି । ତା ଓଠରୁ ପ୍ରବଳ ରକ୍ତ ବାହାରିଥିଲା ଆଉ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲା ଏହାର ସୁଯୋଗ ନେଇ ମୁଁ ଚିତ୍କାର କରିଥିଲି ।

Also Read-Urvashi Car Accident: ଋଷଭଙ୍କ ପରେ କାର୍ ଦୁର୍ଘଟଣାର ସମ୍ମୁଖୀନ ହେଲେ ଉର୍ବଶୀ

Also Read-Gautam Adani: ଏହି ଦୁଇ ସଂସ୍ଥାଙ୍କୁ ମିଳିଛି ଅଦାନୀଙ୍କୁ ବଞ୍ଚାଇବାର ଦାୟିତ୍ୱ, ଜାଣନ୍ତୁ କେମିତି ରହିବ ପ୍ରକ୍ରିୟା

Also Read-Weird Wedding: ଅଜବ ବାହାଘର, ବରକୁ ପିଟନ୍ତି ସେହିପରି କନ୍ୟାକୁ ଛେପ ପକାନ୍ତି !

ମହିଳାଙ୍କ ପାଟି ଶୁ୍ଣି ଆଖପାଖରୁ ଲୋକେ ଦୌଡି଼ ଆସି ଯୁବକକୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ଯୁବକର ଛିଣ୍ତା ଓଠକୁ ଜବତ କରିଥିଲା ।ଏହାସହ ଅଭିଯୁକ୍ତକୁ ଚିକିତ୍ସା ଲାଗି ନିକଟସ୍ଥ CHCକୁ ନେଇ ନେଇଥିଲା। ଅଭିଯୁକ୍ତ ଯୁବକ ଜଣକ ଲାୱଡ଼ ଗ୍ରାମର ମୋହିତ ବୋଲି ଜଣାପଡ଼ିଛି । ମହିଳାଙ୍କ ଏଫଆଇଆରକୁ (FIR) ଆଧାର କରି ଯୁବକକୁ ଗିରଫ କରିଛି ପୋଲିସ ।