କେଶକୁ ନେଇ କଳି! ପୋଲିସ ମୁଖିଆଙ୍କୁ ଜୁନିୟର ମାରିଲା ଗୁଳି
Advertisement

କେଶକୁ ନେଇ କଳି! ପୋଲିସ ମୁଖିଆଙ୍କୁ ଜୁନିୟର ମାରିଲା ଗୁଳି

ପ୍ରାଦେଶିକ ପୋଲିସ ମୁଖ୍ୟଙ୍କ ସୁରକ୍ଷାରେ ନିୟଜିତ ସୈନିକମାନେ କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତଙ୍କୁ ଗୁଳି କରିଥିଲେ। ଏହି ଘଟଣା ଫିଲିପାଇନ୍ସର ସୁଲୁ ପ୍ରାନ୍ତରେ ଘଟିଥିବା କୁହାଯାଉଛି।

ଫାଇଲ ଫଟୋ

ମନୀଲା: ଫିଲିପାଇନ୍ସର ପୋଲିସ୍ ମୁଖ୍ୟଙ୍କୁ ଜଣେ ଯବାନଙ୍କୁ ଗାଳିଗୁଲଜ କରିବା କଷ୍ଟକର ହୋଇପଡିଥିଲା। ଏଥିରେ କ୍ରୋଧିତ ପୋଲିସ ମୁଖିଆଙ୍କୁ ଗୁଳି କରି ହତ୍ୟା କରିଥିଲା। ପୋଲିସ ମୁଖିଆ, ଯବାନଙ୍କ ଲମ୍ବା କେଶରେ ରାଗି ଯାଇଥିଲେ ଏବଂ ସେ ଏହାକୁ ନେଇ ତାଙ୍କୁ ଗାଳିଗୁଲଜ କରିଦେଇଥିଲେ। ପରେ, ପ୍ରାଦେଶିକ ପୋଲିସ ମୁଖ୍ୟଙ୍କ ସୁରକ୍ଷାରେ ନିୟଜିତ ସୈନିକମାନେ କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତଙ୍କୁ ଗୁଳି କରିଥିଲେ। ଏହି ଘଟଣା ଫିଲିପାଇନ୍ସର ସୁଲୁ ପ୍ରାନ୍ତରେ ଘଟିଥିବା କୁହାଯାଉଛି।

ସୁଲୁ ପ୍ରାଦେଶିକ ପୋଲିସ ନିର୍ଦ୍ଦେଶକ କର୍ଣ୍ଣେଲ ମାଇକେଲ ବାଭାୟାନ ଜୁନିୟର, ଯବାନଙ୍କ ଲମ୍ବା କେଶକୁ ନେଇ ସମାଲୋଚନା କରିଥିଲେ। ଏହାକୁ ନେଇ କ୍ରୋଧିତ ଥିବା ଯବାନ ଗୁଳି କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରାଦେଶିକ ପୋଲିସ ନିର୍ଦ୍ଦେଶକ କର୍ଣ୍ଣେଲ ମାଇକେଲ ନିୟମିତ ଭାବେ ଜୋଲୋର ଆଷ୍ଟୁରିଆ ଗ୍ରାମରେ ଥିବା ଚେକପଏଣ୍ଟରେ କ୍ୟାଣ୍ଟିନ ନିୟମର କାର୍ଯ୍ୟକାରିତା ଯାଞ୍ଚ କରୁଥିଲେ। ଏହି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା।

Also Read: ଖଲ୍ଲିକୋଟ ବିଧାୟିକାଙ୍କ ଘରେ ବୋମା ମାଡ଼ ଘଟଣା; ଗାଁ ପୁରୁଷ ଶୂନ୍ୟ, ୬ ଗିରଫ

ଯେତେବେଳେ କର୍ଣ୍ଣେଲ, ପୋଲିସ୍ ଷ୍ଟାଫ୍ ସର୍ଜେଣ୍ଟ୍ ଇମ୍ରାନ୍ ଜିଲାହଙ୍କ ଲମ୍ବା କେଶ ଦେଖି ବହୁତ ରାଗିଗଲେ ଓ ତାଙ୍କୁ ଲମ୍ବା କେଶ ପାଇଁ ଗାଳି ଦେଇ ଚାଲିଗଲେ। ପରେ ସେ ନିକଟସ୍ଥ ପୋଲିସ କ୍ୟାମ୍ପରୁ କଇଁଚି ନେଇ ପୋଷ୍ଟକୁ ଫେରିଥିଲେ। ସେ ବୋଧହୁଏ ଜିଲାହଙ୍କ କେଶ କାଟିବାକୁ ଇଚ୍ଛା କରିଥିଲେ, କିନ୍ତୁ ଏହାପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। କେଶ କାଟିବାକୁ କର୍ଣ୍ଣଲ ପାଖରେ ପହଞ୍ଚିବା ମାତ୍ରେ ଜିଲାହ ତାଙ୍କ ଉପରେ ଗୁଳି ବର୍ଷଣ କରିଥିଲେ। ଫଳର ହସ୍ପିଟାଲ ନେବା ବାଟରେ କର୍ଣ୍ଣେଲଙ୍କ ମୃତ୍ୟୁ ହୋଇଥିଲା।

ସେଠାରେ ଉପସ୍ଥିତ ଥିବା ସମସ୍ତ ପୋଲିସ କର୍ମଚାରୀ ଏହି ହଠାତ୍ ଗୁଳି ବିନିମୟରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ପୋଲିସ ମୁଖ୍ୟଙ୍କ ସୁରକ୍ଷାରେ ଥିବା ସୁରକ୍ଷା କର୍ମୀମାନେ ଅଭିଯୁକ୍ତ ପୋଲିସକୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଜାତୀୟ ପୋଲିସ ମହାନିର୍ଦ୍ଦେଶକ ଗୁଇଲେରମୋ ଏଲିଜାର ନିର୍ଦ୍ଦେଶ ଦେଇଛନ୍ତି। ଅତୀତରେ ଯବାନମାନେ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ ଟେନସନରେ ଆକ୍ରମଣ କରୁଥିବା ଘଟଣା ସାମ୍ନାକୁ ଆସିଛି, କିନ୍ତୁ ବୋଧହୁଏ ପ୍ରଥମ ଥର ପାଇଁ ଜଣେ ପୋଲିସ କର୍ମଚାରୀ ତାଙ୍କ କେଶ ପାଇଁ ଗୁଳି ଚଳାଇବା ଘଟଣା ସାମ୍ନାକୁ ଆସିଛି।