Neemuch Mob Lynching: ମୁସଲମାନ ଭାବି ଜୈନ ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ, ବିଜେପି ନେତା ଗିରଫ
Advertisement

Neemuch Mob Lynching: ମୁସଲମାନ ଭାବି ଜୈନ ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ, ବିଜେପି ନେତା ଗିରଫ

ମୃତ ବ୍ୟକ୍ତି ରତଲାମ ଜିଲ୍ଲା ସରସୀ ତହସିଲର ୬୫ ବର୍ଷିୟ ଭଂୱରଲାଲ ଚତର ଜୈନ। ଶନିବାର ସକାଳେ ତାଙ୍କ ମୃତଦେହ ମନସା ରାମପୁରା ରାସ୍ତାରେ ମିଳିଥିଲା। ଏହା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭଂୱରଲାଲଙ୍କୁ ମାଡ ମାରୁଥିବା ବେଳେ ତାଙ୍କୁ ପଚରାଯାଉଛି କି 'ତୁମେ ଜଣେ ମୁସଲମାନ'? 

ସୌ- ସୋସିଆଲ ମିଡିଆ

Neemuch Mob Lynching : ଆଜିକାଲି ଦେଶରେ Mob Lynching ବା ଭିଡହିଂସା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ସେଓନି, ତାପରେ ଆଲିରାଜପୁର ଏବଂ ବର୍ତ୍ତମାନ ନେମୁଚରେ ନିରିହ ବ୍ୟକ୍ତିଙ୍କୁ ନିର୍ଦୟ ଭାବେ ହତ୍ୟା କରାଯାଇଛି। ନେମୁଚରେ ଜଣେ ବୃଦ୍ଧଙ୍କୁ ମାଡ ମରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ମାଡ ମାରୁଛନ୍ତି ଏବଂ ପଚାରୁଛନ୍ତି ତୁମର ନାମ ମହମ୍ମଦ କି? ତୁମେ ଜାୱାରା ଠାରୁ ଆସିଛ କି? ଆଧାର କାର୍ଡ ଦେଖାନ୍ତୁ ବୋଲି ମାଡ ମାରୁଥିବା ବ୍ୟକ୍ତି କହୁଛନ୍ତି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଏହା ପରେ ତାଙ୍କୁ ମାଡ ମରାଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ ପୋଲିସ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତ ବିଜେପି ନେତାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଭାଇରାଲ ଭିଡିଓଟି ମଧ୍ୟପ୍ରଦେଶର ନିମୁଚ ଅନ୍ତର୍ଗତ ମନସାର ବୋଲି କୁହାଯାଉଛି। ମୃତ ବ୍ୟକ୍ତି ରତଲାମ ଜିଲ୍ଲା ସରସୀ ତହସିଲର ୬୫ ବର୍ଷିୟ ଭଂୱରଲାଲ ଚତର ଜୈନ। ଶନିବାର ସକାଳେ ତାଙ୍କ ମୃତଦେହ ମନସା ରାମପୁରା ରାସ୍ତାରେ ମିଳିଥିଲା। ଏହା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭଂୱରଲାଲଙ୍କୁ ମାଡ ମାରୁଥିବା ବେଳେ ତାଙ୍କୁ ପଚରାଯାଉଛି କି 'ତୁମେ ଜଣେ ମୁସଲମାନ'? ହତ୍ୟା ଅଭିଯୋଗରେ ମାନସାର ପୂର୍ବତନ କାଉନସିଲର ବିଣା କୁଶୱାଙ୍କ ସ୍ୱାମୀ ଦୀନେଶ କୁଶୱାଙ୍କୁ ଗିରଫ କରାଯାଇଛି। ଦୀନେଶ କୁଶୱା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମନସା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାକୁ ନଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଯାଇଛି।

Also Read: ପୁଣି ଅନର କିଲିଂ : ସର୍ବସାଧାରଣ ସ୍ଥାନରେ ଛୁରୀଭୁଷି ହତ୍ୟା

ପୋଲିସ ମୃତକଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କ ପରିବାର ସଦସ୍ୟ ଏହା ବିଷୟରେ ଜାଣିବାକୁ ପାଇଥିଲେ। ପରିବାର ସଦସ୍ୟ ସକାଳେ ମନସାକୁ ଆସି ଭଂୱରଲାଲଙ୍କ ମୃତଦେହ ତାଙ୍କ ଗାଁକୁ ନେଇ ଶେଷକୃତ୍ୟ କରିଥିଲେ। ସମ୍ପର୍କୀୟମାନେ କହିଥିଲେ ଯେ, ପୂର୍ଣ୍ଣିମା ଅବସରରେ ରାଜସ୍ଥାନର ଚିତ୍ତୋରଗଡ ଦୁର୍ଗରେ ସମସ୍ତେ ପୂଜା କରିବାକୁ ଯାଇଥିଲେ। ସେଠାରୁ ଭଂୱରଲାଲ ନିଖୋଜ ହୋଇଯାଇଥିଲେ। ପରିବାର ସଦସ୍ୟ ବହୁ ଖୋଜାଖୋଜି କରି ପରେ ସେମାନେ ଚିତ୍ତୋରଗଡ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଭାନୱାଲାଲଙ୍କ ମୃତଦେହ ମେ ୧୯ ଅପରାହ୍ନରେ ମାନସାର ରାମପୁରା ରୋଡରେ ମିଳିଥିଲା। 
 
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ମାତ୍ରେ ମୃତଙ୍କ ଭାଇ, ଗ୍ରାମବାସୀ ଏବଂ ଜୈନ ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ମନସା ଥାନାରେ ଏକାଠି ହୋଇଥିଲେ। ଅଭିଯୁକ୍ତକୁ ଗିରଫ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଇପିସିର ଧାରା ୩୦୨ ଏବଂ ୩୦୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ ମଧ୍ୟ କରାଯାଇଛି ବୋଲି ପୋଲିସ କହିଛି। ମୃତକଙ୍କ ମାନସିକ ସ୍ଥିତି ଠିକ ନଥିବା ପରିବାର ଲୋକ କହିଛନ୍ତି। ଅଭିଯୁକ୍ତମାନେ ମାରୁଥିବା ବେଳେ ଭଂୱରଲାଲ ତାଙ୍କୁ ଜୀବନ ଭିକ୍ଷା କରିଥିଲେ। ୨୦୦ ଟଙ୍କା ନିଅ ଆଉ ମୋତେ ଛାଡି ଦିଅ ବୋଲି ସେ କହିଥିଲେ।

Also Read: କଏଦୀ ନଂ- ୨୪୧୩୮୩: କାଳ କୋଠରୀରେ ଏମିତି ବିତୁଛି Navjot Singh Sidhuଙ୍କ ଜୀବନ

ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଟୁଇଟ୍ କରି କହିଛନ୍ତି ଯେ, ମଧ୍ୟପ୍ରଦେଶରେ କ’ଣ ଘଟୁଛି…? ସେଓନି, ଗୁନା, ମୋହୋ, ମଣ୍ଡେଲାରେ ଆଦିବାସୀଙ୍କୁ ଲିଞ୍ଚିଂ ଏବଂ ବର୍ତ୍ତମାନ ରାଜ୍ୟର ନେମୁଚ ଜିଲ୍ଲାର ମାନସାରେ ଜଣେ ବୃଦ୍ଧଙ୍କୁ ଲିଞ୍ଚିଂ କରାଯାଇଛି। ଅଭିଯୁକ୍ତଙ୍କ ଲିଙ୍କ୍ ବିଜେପି ସହ ରହିଛି। କେତେ ଦିନ ପର୍ଯ୍ୟନ୍ତ ଲୋକମାନେ ଏହିପରି ହତ୍ୟା କରିବେ? ଅନ୍ୟପଟେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ନିମୁଟ ଘଟଣାରେ ଅଭିଯୁକ୍ତକୁ ଛଡାଯିବ ନାହିଁ। ସେମାନଙ୍କ ବିରୁଦ୍ଧରେ କୋଠରରୁ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।