MLA Santosh Singh Saluja son Arrested: ବନ୍ଧା ହେଲେ ବିଧାୟକଙ୍କ ପୁଅ
Advertisement

MLA Santosh Singh Saluja son Arrested: ବନ୍ଧା ହେଲେ ବିଧାୟକଙ୍କ ପୁଅ

MLA Santosh Singh Saluja son Arrested: କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ପୁଅଙ୍କୁ ବୁଧବାର ଦିନ ଗିରଫ କରିଛି ପୋଲିସ ।

ସୌ(ସୋସିଆଲ ମିଡିଆ)

MLA Santosh Singh Saluja son Arrested: କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ପୁଅଙ୍କୁ ବୁଧବାର ଦିନ ଗିରଫ କରିଛି ପୋଲିସ । ଗତକାଲି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଏକ ସିନେମା ହଲରେ ଗଣ୍ଡଗୋଳ ଘଟଣାରେ ପୋଲିସ ବିଧାୟକଙ୍କ ପୁଅ ସେଜି ସିଂଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଆଧାର କରି ପୋଲିସ ବିଧାୟକଙ୍କ ପୁଅକୁ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସିର ଧାରା ୩୮୪, ୫୦୬ ଓ ୩୫୩ ଓ ଆର୍ମସ ଆକ୍ଟ ଆଧାରାରେ ମାମଲା ରୁଜୁ କରିଯାଇଛି।

ମିଳିଥିବା ସୂଚନା ଅନୁୟାୟୀ, କଣ୍ଟାବାଞ୍ଜିସ୍ଥିତ “ଆଲିସାନ” ସିନେମା ହଲକୁ ସେଜି ତାଙ୍କ ସାଙ୍ଗ ମାନଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ହଲ ମାଲିକ ଓ ସେଜିଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ହଲ ମାଲିକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଛି ବୁଝାସୁଝା କରିବା ଲାଗି ଚେଷ୍ଟା କରିଥିଲା । ସେଠାରେ ପୋଲିସ ସହ ମଧ୍ୟ ସେଜି ସିଂଙ୍କର ଯୁକ୍ତିତର୍କ ହୋଇଥିଲା ।  କିଛି ସମୟର ଯୁକ୍ତିତର୍କ ପରେ ପରିସ୍ଥିତି ଶାନ୍ତ ପଡି଼ଯାଇଥିଲା । ଏହାପରେ ଘରକୁ ଚାଲିଆସିଥିଲେ ସାଲୁଜାଙ୍କ ପୁଅ । ପରେ ରାତିରେ ହଲ ମାଲିକ ସେଜି ସିଂଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ । ହଲ ମାଲିକଙ୍କ ଅଭିଯୋଗକ୍ରମେ ବିଧାୟକ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ । ପରେ ପୋଲିସ ସେଜିଙ୍କ ଜିମରୁ ନଗତ ୧୯ ଲକ୍ଷ ଟଙ୍କ ସହ ବିଭିନ୍ନ ବ୍ରାଣ୍ତର ପ୍ରାୟ ୧୭ ଲିଟର ମଦ ଜବତ କରିଛି । ତେବେ ଏନେଇ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ପୁଅଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସେଜି ସିଂଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ତାଙ୍କୁ ସ୍ଥାନୀୟ CHCକୁ ନିଆଯାଇଛି । ଏହା ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।