Murder: ଅଭିନୟକୁ ସଲାମ, ସ୍ୱାମୀକୁ ମାରି ସୁଟକେଶରେ ପୁରାଇ ଗଳାଫଟେଇ କାନ୍ଦୁଥିଲା ସ୍ତ୍ରୀ
Advertisement

Murder: ଅଭିନୟକୁ ସଲାମ, ସ୍ୱାମୀକୁ ମାରି ସୁଟକେଶରେ ପୁରାଇ ଗଳାଫଟେଇ କାନ୍ଦୁଥିଲା ସ୍ତ୍ରୀ

Khordha Murder News: ସ୍ୱାମୀକୁ ମାରି ସ୍ତ୍ରୀ କରୁଥିଲା ଜବରଦସ୍ତ ଆକ୍ଟିଂ। ଖୋର୍ଦ୍ଧା ଏସପି ଆଜି ଏକ ପ୍ରେସମିଟ କରି ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି । ସେ କହିଛନ୍ତି ଯେ, ମିଲି ନିଜେ ହିଁ ନିଜ ସ୍ୱାମୀକୁ ହତ୍ୟା କରି ସୁଟକେଶରେ ପୁରାଇଥିଲେ । ଆଉ ଏଥିରେ ସାହାଯ୍ୟ କରିଥିଲେ ସମ୍ପର୍କୀୟ ଭାଇ।  

Murder: ଅଭିନୟକୁ ସଲାମ, ସ୍ୱାମୀକୁ ମାରି ସୁଟକେଶରେ ପୁରାଇ ଗଳାଫଟେଇ କାନ୍ଦୁଥିଲା ସ୍ତ୍ରୀ

Murder: ଗତକାଲି ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ଜଙ୍ଗଲରେ ସୁଟକେସ୍‌ରୁ ଏକ ଯୁବକଙ୍କ ମୃତଦେହ ମିଳିଥିଲା। ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସ୍‌ପି। ପ୍ରେସମିଟ୍ କରି ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ। ମୃତ ଯୁବକ ମନୋରଞ୍ଜନଙ୍କ ପତ୍ନୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । କାରଣ ଗତକାଲି ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀ ମିଲି ମାଟିରେ ଲୋଟି ବୁକୁଫଟା ଚିତ୍କାର କରି କାନ୍ଦୁଥିଲେ ହେଲେ ଆଜି ସବୁକିଛି ଓଲଟିଯାଇଛି।

ପୋଲିସର କହିବା କଥା, ମିଲି ନିଜ ସମ୍ପର୍କୀୟ ଭାଇ ଓ ସହଯୋଗୀଙ୍କ ଜରିଆରେ ହତ୍ୟା କରିଛି। ମନୋରଞ୍ଜନ ନିୟମିତ ମିଲିକୁ ମାରଧର କରୁଥିଲେ ବୋଲି ଏସ୍‌ପି କହିଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ହତ୍ୟା ଯୋଜନା କରିଥିଲେ ପତ୍ନୀ ମିଲି।  ଯୋଜନା ଅନୁସାରେ ଏକ ରଶିରେ ତଣ୍ଟିକୁ ଚିପି ହତ୍ୟା କରିଥିଲେ ମିଲି । ଏକ ନୂଆ ସୁଟକେଶ୍ କିଣି ମିଲି ସେଥିରେ ନିଜ ସ୍ୱାମୀର ମୃତଦେହକୁ ପୁରାଇ ପ୍ୟାକ୍ କରିଥିଲେ। ପରେ ସମୟ ସୁଯୋଗ ଦେଖି ଜଙ୍ଗଲରେ ନେଇ ଫିଙ୍ଗିଦେଇଥିଲେ। ଘଟଣାରେ ସମ୍ପୃକ୍ତ ପତ୍ନୀ ମିଲି ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ (Police)। 

ଏଥିସହ ତିନି ଅଭିଯୁକ୍ତଙ୍କୁ ଚଣ୍ଡେଶ୍ୱର ସ୍ଥିତ ଭଡାଘର ଓ ହରିପୁର ଜଙ୍ଗଲରେ ଯେଉଁଠି ସୁଟକେଶ୍ ପଡିଥିଲା ସେ ସ୍ଥାନକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଛି। ତେବେ ଖୋର୍ଦ୍ଧା SP (Khordha Sp) ସିଦ୍ଧାର୍ଥ କଟାରିୟାଙ୍କ ନିର୍ଦ୍ଦେଶରେ ନାଚୁଣୀ ଥାନା ଏବଂ ଟାଙ୍ଗୀ ଥାନା ଅଧିକାରୀଙ୍କୁ ନେଇ ଦୁଇଟି ଟିମ ଗଠନ କରାଯାଇଥିଲା । ଏହି ଦୁଇଟି ଟିମ୍ ତଦନ୍ତ କରିବା ସମୟରେ ଜାଣିବାକୁ ପାଇଥିଲେ ମିଲି ଦାସ ତାର ବନ୍ଧୁ ବିକ୍ରମ ସାହୁ, ଭାଈ ମିଟୁ ଦାସ ପୁର୍ବରୁ ଷଡ଼ଯନ୍ତ୍ର କରି ଟାଙ୍ଗୀ ଅଞ୍ଚଳରୁ  ଏକ ସୁଟକେସ କିଣି ଥିଲେ। ପ୍ରଥମେ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିବା ପରେ ମୃତ ଦେହକୁ ଉକ୍ତ ନୂଆ ସୁଟକେଶରେ ରଖି କେହି ନ ଜାଣିଲା ପରି ମୋଟର ସାଇକେଲରେ ଆଣି ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରେ ଫିଙ୍ଗି ଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ମାନେ ।

Also Read: ସାବଧାନ ! କ୍ୟାମେରା ସବୁ ଦେଖୁଛି...ଦୋକାନୀ ନଥିବା ବେଳେ ଚୋରର କଳା କାରନାମା

Also Read:  Rape case: ଅସହାୟ ନାବାଳିକା ଉପରେ ପଡିଲା ପାପ ନଜର, ସାହାଯ୍ୟ କରିବା ଆଳରେ ଦୁଷ୍କର୍ମ