Crime News: ସ୍ତ୍ରୀ କଲା ଫାୟାରିଂ କିନ୍ତୁ ବନ୍ଧା ହେଲା ସ୍ବାମୀ
Advertisement

Crime News: ସ୍ତ୍ରୀ କଲା ଫାୟାରିଂ କିନ୍ତୁ ବନ୍ଧା ହେଲା ସ୍ବାମୀ

Poonch Woman Killed With Bullet Fired From Husband Rifle: ସ୍ବାମୀର ବନ୍ଧୁକରୁ ଗୁଳି ଚଲାଇଲା ସ୍ତ୍ରୀ । ଆଉ ଗିରଫ ହେଲା ସ୍ବାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ । ତେବେ ମହିଳାଙ୍କ ଗୁଳିରେ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ବୟସ ୩୦ ବର୍ଷ ହେବ ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀକୁ ଗିରଫ କରିବା ସହିତ ବନ୍ଧୁକ ମଧ୍ୟ ଜବତ କରିଛି ।

ସୌଜନ୍ୟ- ସୋସିଆଲ ମିଡିଆ

Poonch Woman Killed With Bullet Fired From Husband Rifle: ସ୍ବାମୀର ବନ୍ଧୁକରୁ ଗୁଳି ଚଲାଇଲା ସ୍ତ୍ରୀ । ଆଉ ଗିରଫ ହେଲା ସ୍ବାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ।  ତେବେ ମହିଳାଙ୍କ ଗୁଳିରେ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ବୟସ ୩୦ ବର୍ଷ ହେବ ବୋଲି କୁହାଯାଉଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀକୁ ଗିରଫ କରିବା ସହିତ ବନ୍ଧୁକ ମଧ୍ୟ ଜବତ କରିଛି । ଏନଏନଆଇର ସୂଚନା ଅନୁଯାୟୀ, ଗୁଳି ଚଳାଇଥିବା ମହିଳାଙ୍କ ସ୍ବାମୀ ଜଣେ ଭିଡିସି ସଦସ୍ୟ । ସେ ପୁଞ୍ଚ ଜିଲ୍ଲାର ସୁରାନକୋଟ୍ ଅଞ୍ଚଳର ଜଣେ ଭିଡିସି ସଦସ୍ୟ ଭାବେ କାର୍ଯ୍ୟ କରନ୍ତି। ତେବେ ଏହା ହତ୍ୟା ନା ଦୁର୍ଘଟଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତେବେ,ଜାନୁଆରୀ ୨୬ରେ ଏହି ଘଟଣା ଘଟିଛି । 

ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ପରିଚୟ ସମ୍ପର୍କରେ ପୋଲିସ ଏହା କହିଛି:
ପୋଲିସର ସୂଚନା ଅନୁସାରେ, ଗୁଳି ଚଳାଇଥିବା ମହିଳା ଜଣକ ହେଲେ ରୁବିନା କୌଶର ।  ପୋଲିସ କହିଛି ଯେ,ମହିଳା ଜଣକ ତାଙ୍କ ସ୍ବାମୀଙ୍କ ରାଇଫଲରୁ ସ୍ପଷ୍ଟ ଦିବାଲୋକରେ ସ୍ଥାନୀୟ ଜଣେ ମହିଳାଙ୍କ ଉପରେ ହଠାତ ଗୁଳି ଚଳାଇଥିଲେ । ଗୁଳି କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  କିନ୍ତୁ ମହିଳାଙ୍କ ଦେହରେ ଗୁଳି ବାଜିବାରୁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । 

Also Read : Crime News: ସ୍ବାମୀ ନା ପିଶାଚ, ପ୍ରେମ ବିବାହ କରି ହାତ ଧରିଥିଲା ଆଉ...

Also Read : Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା

ପୋଲିସ କହିଛି ଯେ ମାମଲା ସମ୍ପର୍କରେ ସୂଚନା ପାଇବା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା। ତେବେ,ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସୁରାନକୋଟର ଉପର ମୁରାର ବାସିନ୍ଦା ନାଜିର ହୁସେନ୍‌ଙ୍କ ପୁଅ ନାସର ଅହମ୍ମଦ ବୋଲି ଜଣାପଡିଛି। ପୋଲିସ ଏକ ମାମଲା ରୁଜୁ କରିଛି। ଏବଂ ଭିଡିସି ସଦସ୍ୟଙ୍କ ବନ୍ଧୁକ ମଧ୍ୟ ଜବତ କରିଛି । 

ଏହା ହତ୍ୟା ନା ଦୁର୍ଘଟଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି: ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାସର ଅହମ୍ମଦ ଗୁଳି ଚଳାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ନାସର ଅହମ୍ମଦ ହଠାତ୍ ଗୁଳି ଚଳାଇଛନ୍ତି ନା ଉଦ୍ଦେଶ୍ୟମୂଳକ ଭାବେ ଗୁଳି ଚଳାଇଛନ୍ତି ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି।

Also Read : Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍

Also Read : Acid Attack: ପଡୋଶୀଙ୍କ ଘର ଆଗରେ କୁକୁର ବୁଲାଇବାରୁ ହେଲା ଏସିଡ ଆକ୍ରମଣ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ?