Crime News: ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ କରି ଝିଅର ମା'ପାଖକୁ ଅଭିଯୁକ୍ତ ପଠାଇଲା ଅଶ୍ଲୀଳ ଫଟୋ
Advertisement

Crime News: ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ କରି ଝିଅର ମା'ପାଖକୁ ଅଭିଯୁକ୍ତ ପଠାଇଲା ଅଶ୍ଲୀଳ ଫଟୋ

Crime News: ପୁଣି ଲଜ୍ଜ୍ୟା । ହରିୟାଣର ଗୁରୁଗ୍ରାମରୁ ଏକ ଲଜ୍ଜ୍ୟା ଜନକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମରେ ପରିଣତ ହେବାକୁ ଯାଉଥିଲା କିନ୍ତୁ ଶେଷରେ ଥାନାରେ ପହଞ୍ଚିଛି । ଗୁରୁଗ୍ରାମର ଏକ ହୋଟେଲରେ ୧୬ ବର୍ଷିୟା ନାବାଳିକାକୁ ଜଣେ ଛାତ୍ର ଦୁଷ୍କର୍ମ କରି ତାର ଅଶ୍ଲୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ପୀଡିତାଙ୍କ ମାଆ ପାଖକୁ ମଧ୍ୟ ପଠାଇଛି । 

ସୌଜନ୍ୟ- ସୋସିଆଲ ମିଡିଆ

Crime News: ପୁଣି ଲଜ୍ଜ୍ୟା । ହରିୟାଣର ଗୁରୁଗ୍ରାମରୁ ଏକ ଲଜ୍ଜ୍ୟା ଜନକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମରେ ପରିଣତ ହେବାକୁ ଯାଉଥିଲା କିନ୍ତୁ ଶେଷରେ ଥାନାରେ ପହଞ୍ଚିଛି । ଗୁରୁଗ୍ରାମର ଏକ ହୋଟେଲରେ ୧୬ ବର୍ଷିୟା ନାବାଳିକାକୁ ଜଣେ ଛାତ୍ର ଦୁଷ୍କର୍ମ କରି ତାର ଅଶ୍ଲୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ପୀଡିତାଙ୍କ ମାଆ ପାଖକୁ ମଧ୍ୟ ପଠାଇଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏ-ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଜଣକ ହେଲା ରାଜ୍ ଦ୍ବୀବେଦି ।

ପୀଡିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ,ତାଙ୍କ ଝିଅ ଗତ ବର୍ଷ ଇନଷ୍ଟାଗ୍ରାମରେ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। ବନ୍ଧୁତା ଆରମ୍ଭ ହୋଇଥିବା ସମୟରେ ଉଭୟ ଭିଡିଓ କଲରେ ମଧ୍ୟ କଥା ହେଉଥିଲେ। କିନ୍ତୁ ଯୁବକ ଜଣକ ତାଙ୍କ ଝିଅକୁ  ଗତ ସପ୍ତାହରେ ଏକ ହୋଟେଲକୁ ଡାକିଥିଲେ।ଏବଂ ସେଠାରେ ତାକୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ ମାଆ ଅଭିଯୋଗ ଆଣିଛନ୍ତି । ଏବଂ ଦୁଷ୍କର୍ମ ସମୟର ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ ଯୁବକ ଜଣକ ଉତ୍ତୋଳନ କରିଥିବା କହିଛନ୍ତି ପୀଡିତାଙ୍କ ମାଆ । ଏବଂ ଦୁଷ୍କର୍ମ ସମୟର ଭିଡିଓ ଓ ଫଟୋ ମଧ୍ୟ ଅଭିଯୁକ୍ତ ତାଙ୍କ ନିକଟକୁ ପଠାଇଛି । ଅଭିଯୁକ୍ତ ପୂର୍ବରୁ ମଧ୍ୟ ତାଙ୍କ ଝିଅକୁ ଭିଡିଓ କଲରେ ହୋଇଥିବା କିଛି ନ୍ୟୁଡ ଫଟୋ ଓ ଭିଡିଓ ମଧ୍ୟ ପୀଡିତାଙ୍କ ରଖିଥିବା ଅଭିଯୋଗ ହୋଇଛି । ଯାହାକୁ ମାଧ୍ୟମ କରି ସେ ପୀଡିତାଙ୍କୁ ହୋଟେଲକୁ ଡାକୁଥିଲା , ଏବଂ ହୋଟେଲକୁ ନ ଆସିଲେ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଉଥିଲା ଅଭିଯୁକ୍ତ।  

ପୋଲିସ ଏହି ସୂଚନା  ପାଇବା ପରେ  ଅଭିଯୁକ୍ତ ରାଜ୍ ଦ୍ବୀବେଦି ବିରୋଧରେ ମାମଲା ରୁଜୁ କରିଛି । ପୋକସୋ ଆକ୍ଟର ଧାରା ୮(ଯୌନ ଉତ୍ପୀଡ଼ନ), ଆଇପିସିର ଧାରା ୫୦୬ (ଅପରାଧିକ ଭୟ) ଏବଂ ଧାରା ୬୭ଏ ଆଇଟି ଆକ୍ଟ। ମହିଳା ପୋଲିସ୍ ଷ୍ଟେସନ (ପଶ୍ଚିମ)ର ଏସଏଚଓ ଇନ୍ସପେକ୍ଟର ପୁଣମ୍ ସିଂ କହିଛନ୍ତି ଯେ, ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ସେ କହିଛନ୍ତି ଯେ ,ପ୍ରାପ୍ତ ସୂଚନା ଅନୁଯାୟୀ ଅଭିଯୁକ୍ତକୁ ଛାତ୍ର ବୋଲି ଜଣାପଡିଛି । 

ସେହିପରି ନିକଟରେ ଏପରି ଏକ ଘଟଣା ଘଟିଥିଲା , ଯାହା ସମସ୍ତଙ୍କୁ ସ୍ତବ୍ଧ କରାଇଥିଲା। କେରଳରେ ଜଣେ ପିତା ତାଙ୍କ ସାବତ ଝିଅକୁ ଦୁଷ୍କର୍ମ କରିଥିଲେ ଓ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ତେବେ ଏହି ମାମଲା ପୋଲିସ ପାଖରେ ପହଞ୍ଚିଥିଲା ଓ ବର୍ତ୍ତମାନ ଏହି ମାମଲାରେ କେରଳ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାବାଳିକା-ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମୋଟ ୪୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ମାମଲା ୨୦୧୭ ର ଅଟେ ଓ ୧୫ ବର୍ଷୀୟା ନାବାଳିକା ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିଲା । ଇଡୁକି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଟି.ଜି. ଭର୍ଗେସ୍ ଭାରତୀୟ ଦଣ୍ଡ ସଂହିତା ଓ ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା (POCSO) ଅଧିନିୟମର ବିଭିନ୍ନ ବିଭାଗ ଅନୁଯାୟୀ ମଙ୍ଗଳବାର ଦିନ ଜଣେ ୪୧ ବର୍ଷ ଏହି ପାପୀ ପିତାଙ୍କୁ ୪୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।