Crime News: 'ମୋତେ ପ୍ରେତାତ୍ମା ହୋଇ ଡ଼ରାଉଛି ମୋ ପ୍ରେମିକା' କହୁଛି...
Advertisement

Crime News: 'ମୋତେ ପ୍ରେତାତ୍ମା ହୋଇ ଡ଼ରାଉଛି ମୋ ପ୍ରେମିକା' କହୁଛି...

Crime News Update: ପୀଡିତାଙ୍କ ପରିବାର ବର୍ଗ ନିଖୋଜ ମାମଲା ପୋଲିସ ଷ୍ଟେସନରେ ଦାୟର କରିଥିଲେ। ଅଞ୍ଜୁଙ୍କ ମା ଗୋପାଲ ଉପରେ ସନ୍ଦେହ କରି ପୋଲିସ ଆଗରେ କହିଥିଲେ ଯେ, ଗୋପାଲ ହିଁ ମୋ ଝିଅକୁ ହତ୍ୟା କରି ଫିଙ୍ଗିଦେଇ ଥାଇପାରେ। 

Crime News: 'ମୋତେ ପ୍ରେତାତ୍ମା ହୋଇ ଡ଼ରାଉଛି ମୋ ପ୍ରେମିକା' କହୁଛି...

Crime News: ପ୍ରେମ, ସମ୍ପର୍କ ଧୋକା ପରି ଖବର ଏବେ ସର୍ବଦା ଗଣମାଧ୍ୟମର ହେଡଲାଇନରେ । ହେଲେ ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଛତିଶଗଡର କୋରବା ଜିଲ୍ଲାରେ ଏହି ଘଟଣା ପୋଲିସକୁ ଚିନ୍ତାରେ ପକାଇଛି।  ଗୋପାଲ ଖାଡିଆ ନାମକ ଜଣେ ଯୁବକ ନିଜ ପ୍ରେମିକା ବିଷୟରେ ପୋଲିସକୁ ଯାହା କହିଲା ପୋଲିସ ଶୁଣି ଆଶ୍ଚର୍ଯ୍ୟ । ଗୋପାଲ କହିଛି ଯେ, ତା ପ୍ରେମିକା ତାକୁ ଡ଼ରାଉଛି । ସେ ଲଗାତାର ଡରିବା ସହ ତା ପ୍ରେମିକା ତା ପିଛା ଛାଡ଼ୁନାହିଁ ବୋଲି ଯୁବକ ଜଣକ କହିଛି। ପ୍ରେମିକାର ଭୂତ ତାକୁ ବଞ୍ଚିବାକୁ ଦେବ ନାହିଁ କହି ପୋଲିସ ଆଗରେ କାନ୍ଦିଛି ପ୍ରେମିକ । ତେବେ ପଚରାଉଚରା ପରେ ଗୋପାଲ ନିଜ ପ୍ରେମିକାକୁ ହତ୍ୟା କରିଥିବା ସ୍ୱୀକାର କରିଛି। 

ସୂଚନାନୁନସାରେ, ଗୋପାଲ ଓ ଅଞ୍ଜୁ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ହେଲେ ଗୋପାଲ ନିଜ ପ୍ରେମିକାକୁ ହତ୍ୟା କରି ୨୦ ଫୁଟ ଗାତ ଖୋଳି ପୋତିଦେଇଥିଲା । ପୋଲିସ କର୍ମୀ ମାନେ ବି ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୋଲିସ କହିବା କଥା, ଯୁବତୀ ଅଞ୍ଜୁ ଯାଦବ ଗତ ୮ ମାସ ଧରି ଗାଏବ ଥିଲେ । ପୀଡିତାଙ୍କ ପରିବାର ବର୍ଗ ନିଖୋଜ ମାମଲା (Missing Case) ପୋଲିସ ଷ୍ଟେସନରେ ଦାୟର କରିଥିଲେ। ଅଞ୍ଜୁଙ୍କ ମା ଗୋପାଲ ଉପରେ ସନ୍ଦେହ କରି ପୋଲିସ ଆଗରେ କହିଥିଲେ ଯେ, ଗୋପାଲ ହିଁ ମୋ ଝିଅକୁ ହତ୍ୟା କରି ଫିଙ୍ଗିଦେଇ ଥାଇପାରେ। ପୋଲିସ ଘଟଣାର ଯାଞ୍ଚ କରିବା ସହ ଗତ ମଙ୍ଗଳବାର ଦିନ ପଚରାଉଚରା କରିଥିଲା।

ପରେ ତଦନ୍ତ ପରିସର (Police Investigation) ଭୁକ୍ତ ହୋଇଥିବା ପ୍ରେମିକ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା। ତିନି ବର୍ଷର ଭଲ ପାଇବାରେ ଗୋପାଲ ଓ ଅଞ୍ଜୁ ଗୋଟିଏ ଇଟାଭାଟିରେ କାମ କରୁଥିଲେ। ତେବେ କାହିଁକି ପୋଲିସ ହତ୍ୟା କରିବା କଥା ପଚାରିବାରୁ ଗୋପାଲ ସବୁ କଥା ମାନିନେଇଥିଲା। ଅଞ୍ଜୁ ଯାଦବ ସବୁବେଳେ ଗୋପାଲକୁ ବାହା ହେବାକୁ ବାଧ୍ୟ କରୁଥିଲା। ଏହାକୁ ବାରମ୍ବାର ମନା କରିବା ସହ ବାହା ହେବନି ବୋଲି କହିଥିଲା ଗୋପାଲ। ଏଥିରେ ଜୋରସୋରରେ ଝଗଡ଼ା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୋପାଲ ଅଞ୍ଜୁଙ୍କୁ ହତ୍ୟା କରିଥିଲା । ସେଠାରେ ଏକ ନିଛାଟିଆ ନର୍ସର ଇଲାକାକୁ ନେଇ ୨୦ ଫୁଟ ଗାତ ଖୋଳିଥିଲା ପରେ ସେଠାରେ ଅଞ୍ଜୁଙ୍କୁ ପୋତି ଦେଇଥିଲା । ପରେ ପୋଲିସ ସେହି ସ୍ଥାନକୁ ଯାଇ ଗାତ ଖୋଳି ମରଶରୀରକୁ ଉଦ୍ଧାର କରିବାକୁ ପ୍ରୟାସ ଜାରିକରିଛି। 

ଏହାସହ ଅଭିଯୁକ୍ତ ପ୍ରେମିକ କହିଛି ଯେ, ପ୍ରେମିକା ଅଞ୍ଜୁକୁ ସେ ହତ୍ୟା କରିଥିବାରୁ ପ୍ରେମିକା ତାକୁ ସବୁବେଳେ ଭୂତ ହୋଇ ଡ଼ରାଉଛି। ରାତିରେ ଦିନରେ ତାକୁ ଦେଖାଦେଉଛି ବୋଲି ଅଭିଯୁକ୍ତ ପ୍ରେମିକ ପୋଲିସ ଆଗରେ ସବୁକଥା କହିଛି।

Also Read: ପ୍ରଥମେ କଲା ଉଲଗ୍ନ, ତା'ପରେ ଲୁଟିଲା ୨.୭୦ କୋଟି ଟଙ୍କା

Also Read: Siddipet Viral Video: ମଦ ନିଶାରେ ଅଦ୍ଭୂତ କାଣ୍ଡ କରି ବସିଲେ ବ୍ୟକ୍ତି, ଭିଡ଼ିଓ ଭାଇରାଲ