Rape case: ନିଶା ଦେଇ ଅପହରଣ ପରେ ଦୁଷ୍କର୍ମ, ଆଉ ଏବେ ଛୁଆକୁ ଜନ୍ମ ଦେଲା ନାବାଳିକା
Advertisement

Rape case: ନିଶା ଦେଇ ଅପହରଣ ପରେ ଦୁଷ୍କର୍ମ, ଆଉ ଏବେ ଛୁଆକୁ ଜନ୍ମ ଦେଲା ନାବାଳିକା

Delhi Teen Rape case: ପୁଣି ଲଜ୍ଜ୍ୟା । ଦେଶର ରାଜଧାନୀ ଦିଲ୍ଲୀରୁ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଉତ୍ତର ପୂର୍ବ ଦିଲ୍ଲୀରେ ଜଣେ ୪୮ ବର୍ଷିୟ ବ୍ୟକ୍ତିଙ୍କ ନାଁରେ ଆସଛି ସଙ୍ଗୀନ ଅଭିଯୋଗ। ସେ ଜଣେ ୧୪ ବର୍ଷିୟ ନାବାଳିକାକୁ ପ୍ରଥମେ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ପୀଡିତା ବର୍ତ୍ତମାନ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

Delhi Teen Rape case: ପୁଣି ଲଜ୍ଜ୍ୟା । ଦେଶର ରାଜଧାନୀ ଦିଲ୍ଲୀରୁ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଉତ୍ତର ପୂର୍ବ ଦିଲ୍ଲୀରେ ଜଣେ ୪୮ ବର୍ଷିୟ ବ୍ୟକ୍ତିଙ୍କ ନାଁରେ ଆସଛି ସଙ୍ଗୀନ ଅଭିଯୋଗ। ସେ ଜଣେ ୧୪ ବର୍ଷିୟ ନାବାଳିକାକୁ ପ୍ରଥମେ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ପୀଡିତା ବର୍ତ୍ତମାନ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମୋହଦ୍ ମୁକରାମ ଅଲ୍ଲୀ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ପୀଡିତା ନିଜେ ଫୋନ୍ କରି ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ,ଅଭିଯୁକ୍ତ ଜଣକ ନାବାଳିକା ଉପରେ ପ୍ରଥମେ ଚୋରୀର ଆରୋପ ଲଗାଇଥିଲା । ଆଉ ଘର ଠାରୁ ଦୂର ସ୍ଥାନକୁ ନେଇ ସେଠାରେ ସେ ପ୍ରତିଦିନ ଦୁଷ୍କର୍ମ କରୁଥିଲା । ଏପରିକି ତାର ଭିଡିଓ ମଧ୍ୟ ପ୍ରସ୍ତୁତ କରୁଥିଲା ।

ପୋଲିସ ଘଟଣା ସମ୍ପର୍କରେ  କ’ଣ କହିଛି ? ଦିଲ୍ଲୀ ପୋଲିସର କହିଛି ଯେ, ଡାକ୍ତରଖାନାରୁ ଥାନାକୁ ଏକ  ଫୋନ କଲ କରିଥିଲା । ପରେ ଥାନାର ଜଣେ ଲେଡି ଅଫିସର ହସ୍ପିଟାଲରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ , ଜଣେ ୧୪ ବର୍ଷର ନାବାଳିକା ଏକ ସନ୍ତାନ ଜନ୍ମ ଦେଇଛି। ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ସଲମାନ ନାମକ ଜଣେ ଯୁବକଙ୍କ ସହ ନାବାଳିକାଙ୍କ ବନ୍ଧୁତା ଥିଲା । ଯାହାର ସୁଯୋଗ ନେଇ ସଲମାନ ନାବାଳିକାର କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଅଶ୍ଲୀଳ ଓ ଭିଡିଓ ରଖିଥିଲା । ଯାହାକୁ ମାଧ୍ୟମ କରି ସଲମାନ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲା । ପୀଡିତା ବିରୋଧ କଲେ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା ସଲମାନ ।

Also Read: Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା

ଏକ ମିଥ୍ୟା କାହାଣୀ ପୋଲିସକୁ କହିବାକୁ ପୀଡିତାଙ୍କୁ କହିଥିଲା ଅଭିଯୁକ୍ତ : ପୀଡିତାଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଉ ତଦନ୍ତରୁ ଜଣାପଡିଥିଲା ଯେ, ଅଭିଯୁକ୍ତ ନାଁ ମୁକରାମ। ନାବାଳିକା ଥଣ୍ଡା ପାନୀୟ ପାଇବା ପାଇଁ ପ୍ରାୟତଃ ମୁକାରାମ ଦୋକାନକୁ ଯାଉଥିଲା । ଦିନେ ଯେତେବେଳେ ନାବାଳିକା ମୋହଦ୍ ମୁକରାମ ଅଲ୍ଲୀ ଦୋକାନକୁ ଯାଇଥିଲା , ସେତେବେଳେ ମୁକରାମ ତା ଦୋକାନରୁ ନାବାଳିକା ଫୋନ ଚୋରି କରି ନେଇଥିବା କହିଥିଲା । ଆଉ ଚୋରୀର ଅଭିଯୋଗ ମଧ୍ୟ ନାବାଳିକା ଉପରେ ଲଗାଇଥିଲା । ପରେ ନାବାଳିକାଙ୍କୁ ସେଠାରୁ ଅପହରଣ କରି (Nand Nagri)  ନନ୍ଦନଗରୀକୁ ନେଇଯାଇଥିଲା। ସେଠାରେ ସେ ପୀଡିତାଙ୍କୁ ଚା’ରେ ନିଶା ମିଶାଇ ପିଇବାକୁ ଦେଇଥିଲା । ଏହା ପରେ ନାବାଳିକା ଚେତାଶୂନ୍ୟ ହୋଇଯାଇଥିଲା । ଯାହାର ସୁଯୋଗ ନେଇ ମକରାମ ନାବାଳିକାଟିର ଅଶ୍ଲିଳ ଭିଡିଓ ପ୍ରସ୍ତୁତ କରିଥିଲା । ଏବଂ ସେଠାରେ ଦୁଷ୍କର୍ମ କରିଥିଲା । କେବଳ ଏତିକି ନୁହେଁ, ପୀଡିତାଙ୍କ ଚେତା ଫେରିବା ପରେ ସେ ତାଙ୍କୁ ଡରାଇଥିଲା ଏବଂ ପୋଲିସ ଆଗରେ ମିଛ କାହାଣୀ କହିବାକୁ ମଧ୍ୟ ଧମକ ଦେଇଥିଲା । 

ୱାଜିରାବାଦରେ ୪ ବର୍ଷର ଝିଅ ସହ ଦୁଷ୍କର୍ମ :ୱାଜିରାବାଦ ଅଞ୍ଚଳରେ ଜଣେ ଚାରି ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଥିବ ଅଭିଯୋଗ ଆସିଛି । ଏହି ଅଭିଯୋଗ ଜମିଦାରଙ୍କ ଜ୍ୱାଇଁଙ୍କ ଉପରେ ରହିଛି। ପୋଲିସ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରିଛି । ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ସୂଚନା ମୁତାବକ, ଏହି ମାମଲା ବୁରାରି ଅଞ୍ଚଳର, ଯେଉଁଠାରେ ଜଣେ ଚାରି ବର୍ଷର ଝିଅ ତା ପରିବାର ସହିତ ରୁହେ ।  ପୀଡିତାଙ୍କ ମାଆ କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀ ଏବଂ ଝିଅ ସହ ଏକ ଭଡା ଘରେ ରୁହନ୍ତି। ଜମିଦାରଙ୍କ ଜ୍ୱାଇଁ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଗତ ପାଞ୍ଚ ବର୍ଷ ଧରି ପାଖ ଘରେ ଭଡାରେ ରୁହନ୍ତି। ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ରାତି ପ୍ରାୟ ୯ ଟା ବେଳେ ତାଙ୍କ ଝିଅ ପଡିଶା  ଘରକୁ ଖେଳିବାକୁ ଯାଇଥିଲା । ପରେ ସେଠାରେ  ସେ କିଛି ସମୟ ପରେ କାନ୍ଦି କାନ୍ଦି ଘରକୁ ଫେରିଥିଲା । ପରେ ପରା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ପୀଡିତାଙ୍କ ମାଆ ଥାନାର ଦ୍ବାରସ୍ତ ହୋଇଥିଲେ ।