Shilpi Khuntia Suicide Case: 'ଶିଳ୍ପୀଙ୍କୁ ହତ୍ୟା କରିଛି ସ୍ୱାମୀ', ସନ୍ତୋଷ ଖୁଣ୍ଟିଆକୁ ଗିରଫ କଲା ପୋଲିସ
Advertisement

Shilpi Khuntia Suicide Case: 'ଶିଳ୍ପୀଙ୍କୁ ହତ୍ୟା କରିଛି ସ୍ୱାମୀ', ସନ୍ତୋଷ ଖୁଣ୍ଟିଆକୁ ଗିରଫ କଲା ପୋଲିସ

Cuttack Shilpi Khuntia Suicide Case: କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୃତା ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ପୋଲିସ । ଶିଳ୍ପୀଙ୍କ ପରିବାର ସନ୍ତୋଷ ଓ ତାଙ୍କ ପରିବାରକୁ ଦୋଷୀ ବୋଲି କହୁଥିବା ବେଳେ ସନ୍ତୋଷ ଶିଳ୍ପୀର ହତ୍ୟାକାରୀ ବୋଲି କହିଛନ୍ତି । 

Shilpi Khuntia Suicide Case: 'ଶିଳ୍ପୀଙ୍କୁ ହତ୍ୟା କରିଛି ସ୍ୱାମୀ', ସନ୍ତୋଷ ଖୁଣ୍ଟିଆକୁ ଗିରଫ କଲା ପୋଲିସ

Shilpi Khuntia Suicide Case: ଗତକାଲି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା କଟକର ଶ୍ରୀରାମ ନଗର ଅଞ୍ଚଳରେ ସାବତ ମାଆ ଓ ପୁଅର ମୃତ୍ୟୁ ଖବର । ଦୁଇ ପାରିବାରିକ କଳହ ଭିତରେ ବଳି ପଡ଼ିଛି ଗୋଟେ ନୀରିହ ଜୀବନ। ଶିଳ୍ପୀ ଓ ସନ୍ତୋଷଙ୍କ ମଧ୍ୟରେ ବାରମ୍ବାର ପୁଅ ଓ ପରିବାରକୁ ନେଇ ଝଗଡ଼ା ଲାଗିରହୁଥିଲା। ଯାହା ଫଳରେ ଶିଳ୍ପୀ ପ୍ରଥମେ ପୁଅର ବେକକୁ ଏକ ଧାରୁଆ ବ୍ଲେଡରେ କାଟିବା ପରେ ନିଜେ ଓଢଣୀରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ସେପଟେ ଶିଳ୍ପୀଙ୍କ ବାପଘର ପରିବାର ସନ୍ତୋଷଙ୍କୁ ଦାୟୀ କରିଥିବା ବେଳେ ଶିଳ୍ପୀ ହ୍ୱାଟସଆପ ଚାଟ୍ କୁ ଆଧାର କରି ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି । ଗିରଫ ସହ ପ୍ରାଥମିକ ପଚରାଉଚରା ପରେ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି। 

ସୂଚନାନୁସାରେ, ଗତକାଲି କଟକ ଶ୍ରୀରାମ ନଗର(Cuttack) ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସାବତ ମାଆ ଶିଳ୍ପୀ ଖୁଣ୍ଟିଆ ୨ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଥିଲେ । ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ(Shilpi Khuntia Suicide Case) । ସେ ଗତ ବର୍ଷ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ମାଟ୍ରିମୋନି ସାଇଟରୁ ଦେଖି ବିବାହ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା। ମୃତ୍ୟୁର ପୂର୍ବଦିନ ରାତି ଗୋଟାଏ ସମୟରେ ସେ ନିଜ ବଡ଼ ଭଉଣୀଙ୍କୁ ହ୍ୱାଟସଆପ ଚାଟରେ (Whatsapp Chat) ସବୁ କଥା ଖୋଲି କହିଥିଲେ । 

ବାପା ମାଙ୍କ କଥା ବୁଝିବା ସହ ଅଫିସର ଡିଟେଲ୍ସ ବିଷୟରେ ବି ମେସେଜ କରିଥିଲେ । ମେସେଜ ଦେଖିବା ପରେ ବଡ଼ ଭଉଣୀ ତାଙ୍କୁ କଲ୍ କରିଥିଲେ ହେଲେ ସେ ସେମିତି କିଛି ଭୁଲ ନିଷ୍ପତ୍ତି ନେବେ ନାହିଁ ବୋଲି କହିଥିଲେ । ହେଲେ ଗତକାଲି ସକାଳ ସମୟରେ ଶିଳ୍ପୀଙ୍କ ଭଉଣୀ ତାଙ୍କୁ କଲ୍ କରିଥିଲେ ମଧ୍ୟ ନମ୍ବର ସୁଇଚ୍ ଅଫ ଥିଲା । ପରେ ସେ ତାଙ୍କ ଭଡ଼ା ଘରେ ପହଞ୍ଚିଯାଇଥିଲେ ହେଲେ ଭିତରୁ କବାଟ ବନ୍ଦ ରଖିଥିଲେ ଶିଳ୍ପୀ । ବାରମ୍ବାର କବାଟ ବାଡ଼େଇବା  ସହ ଡାକ ଛାଡ଼ିଥିଲେ ମଧ୍ୟ ଶିଳ୍ପୀ କବାଟ ନଖୋଲିବାରୁ ପୋଲିସ କୁ (Police) ଡ଼ାକିଥିଲେ ଭଉଣୀ । ପରେ ପୋଲିସ କବାଟ ଭାଙ୍ଗିବା ପରେ ଦେଖିଥିଲା ମୃତଦେହ । 

ଦୁଇ ବର୍ଷର ଶିଶୁପୁତ୍ରର ବେକ କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ(Shilpi Khuntia Suicide Case) । ସେପଟେ ଶିଳ୍ପୀଙ୍କ ପରିବାର ବର୍ଗଙ୍କ କହିବା କଥା, ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଶିଳ୍ପୀଙ୍କୁ ଖୁବ୍ ନିର୍ଯାତନା ଦେଉଥିଲେ । ମାନସିକ ଚାପରେ ରହୁଥିଲେ ଶିଳ୍ପୀ । ଅନେକ ସମୟରେ ତାଙ୍କର କୁନି ପୁଅକୁ ନେଇ ମଧ୍ୟ ଝଗଡ଼ା ହେଉଥିଲା। ସନ୍ତୋଷଙ୍କ ନିର୍ଯାତନା ଶିଳ୍ପୀ ସହିନପାରିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପରିବାର ଲୋକ କହିଛନ୍ତି। ଶିଳ୍ପୀଙ୍କ ପରିବାର ସନ୍ତୋଷ ଓ ତାଙ୍କ ପରିବାରକୁ ଦୋଷୀ ବୋଲି କହୁଥିବା ବେଳେ ସନ୍ତୋଷ ଶିଳ୍ପୀର ହତ୍ୟାକାରୀ ବୋଲି କହିଛନ୍ତି । ତେବେ ଶିଳ୍ପୀଙ୍କ ପରିବାରର ଅଭିଯୋଗ ଓ ହ୍ୱାଟସଆପ ଚାଟ୍ କୁ ଆଧାର କରି ପୋଲିସ ସନ୍ତୋଷଙ୍କୁ ଗିରଫ କରିଛି।

Also Read: PM Awas Yojana: କେନ୍ଦ୍ର ସରକାରଙ୍କ ବଡ଼ ଝଟକା! ଏହି ସବୁ ଜିନିଷ ଥିଲେ ମିଳିବନି ଘର