Bihar News: ସାନ ଭାଇଙ୍କ ପତ୍ନୀଙ୍କୁ ନେଇ ଫେରାର ବଡ଼ ଭାଇ, ଦେଢଶୁର ପାଇଁ ୨ ସନ୍ତାନର ମା' ଭୁଲିଲା ଲୋକଲଜ୍ଜା
Advertisement

Bihar News: ସାନ ଭାଇଙ୍କ ପତ୍ନୀଙ୍କୁ ନେଇ ଫେରାର ବଡ଼ ଭାଇ, ଦେଢଶୁର ପାଇଁ ୨ ସନ୍ତାନର ମା' ଭୁଲିଲା ଲୋକଲଜ୍ଜା

Bihar News: ମହିଳାଙ୍କ ପତି ତାଙ୍କ ବଡ଼ ଭାଇଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୀଡିତଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପୋଲିସର ସୂଚନାନୁସାରେ, ୨ ସନ୍ତାନର ମା' ନିଜ ଦେଢଶୁରଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲା ଯେ ସେ ଲୋକଲଜ୍ଜାଙ୍କୁ ଅଣଦେଖା କରି ଏପରି କାଣ୍ଡ ଘଟାଇଛି । ସେ କାହାକୁ କିଛି ନ କହି ଦେଢଶୁରଙ୍କ ସହ ଫେରାର ହୋଇଯାଇଛି ।

ପ୍ରତୀକାତ୍ମକ ଫଟୋ

Bihar News: ବିହାରର ମୁଙ୍ଗରରେ ସମ୍ପର୍କକୁ ଲଜ୍ଜିତ କରିବାର ଘଟଣା ସମସ୍ତଙ୍କୁ ଚକିତ କରିଛି । ୨ ସନ୍ତାନର ମା' ନିଜ ଦେଢଶୁରଙ୍କ ସହିତ ଫେରାର ହୋଇଯାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ଦେଢଶୁର ଓ ଅଭିଯୁକ୍ତ ମହିଳାଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କକୁ ନେଇ ଅଞ୍ଚଳର ଚର୍ଚ୍ଚା ହେଉଛି । ମହିଳାଙ୍କ ପତି ତାଙ୍କ ବଡ଼ ଭାଇଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୀଡିତଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପୋଲିସର ସୂଚନାନୁସାରେ, ୨ ସନ୍ତାନର ମା' ନିଜ ଦେଢଶୁରଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲା ଯେ ସେ ଲୋକଲଜ୍ଜାଙ୍କୁ ଅଣଦେଖା କରି ଏପରି କାଣ୍ଡ ଘଟାଇଛି । ସେ କାହାକୁ କିଛି ନ କହି ଦେଢଶୁରଙ୍କ ସହ ଫେରାର ହୋଇଯାଇଛି ।

ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତ ଦେଢଶୁର ମଧ୍ୟ ୪ ସନ୍ତାନର ବାପା । ଏବେ ମହିଳାଙ୍କ ପତି ପୋଲିସଠାରୁ ନ୍ୟାୟ ଲୋଡ଼ିଛନ୍ତି । ପୋଲିସର ସୂଚନାନୁସାରେ, ପୂରା ଘଟଣା ଆସାରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ମାକୱା ଗ୍ରାମ ସହ ଜଡିତ । ଯେଉଁଠାରେ ଦୁଇ ସନ୍ତାନର ମା' ନର୍ମଦା ଦେବୀଙ୍କ ଉପରେ ପ୍ରେମ ଜ୍ୱର ଏତେ ମାତ୍ରାରେ ଚଢ଼ିଥିଲା କି ସେ ତାଙ୍କ ପଡ଼ୋଶୀରେ ରହୁଥିବା ଦେଢଶୁର କୈଲାଶ ସାହାଙ୍କ ସହ ସମସ୍ତ ସାମାଜିକ ବନ୍ଧନ ଭାଙ୍ଗି ଫେରାର ହୋଇଯାଇଛି । ଏହାସହ ନିଜ ସାଙ୍ଗରେ ଦୁଇ ପିଲାଙ୍କୁ ମଧ୍ୟ ନେଇଯାଇଛି ।

ସୂଚନାନୁସାରେ, ତ୍ରିପୁରୀ ସାହା ୨୦୦୭ରେ ବେଗୁସରାଇ ଜିଲ୍ଲାର ରଘୁନାଥପୁର ନିବାସୀ ଶିକାରୀ ସାହାଙ୍କ ଝିଅ ନର୍ମଦାଙ୍କୁ ବିବାହ କରିଥିଲେ । ଉଭୟଙ୍କ ପାରିବାରିକ ଜୀବନ ମଧ୍ୟ ଖୁସିରେ ଚାଲୁଥିଲା, ଏହି ସମୟରେ ଉଭୟଙ୍କର ମଧ୍ୟ ଦୁଇଟି ସନ୍ତାନ ଜନ୍ମ ହୋଇଥିଲା । ସାହା ମୁମ୍ବାଇରେ ଶ୍ରମିକ ଭାବରେ କାମ କରୁଥିଲେ ଓ ମୁଙ୍ଗେରରେ ଥିବା ତାଙ୍କ ଘରକୁ ଟଙ୍କା ପଠାଉଥିଲେ, ଯାହା ତାଙ୍କ ପତ୍ନୀ ଓ ପିଲାମାନଙ୍କ ଖର୍ଚ୍ଚ ପୂରଣ କରୁଥିଲା ।

ଏହି ସମୟରେ ନର୍ମଦା ୪ ସନ୍ତାନଙ୍କ ବାପା ସମ୍ପର୍କରେ ଦେଢଶୁର କୈଲାଶ ସାହାଙ୍କ ପ୍ରେମରେ ପଡିଥିଲା । ଧୀରେ ଧୀରେ ସେମାନେ ପ୍ରେମରେ ପଡିଗଲେ ଓ ଦୁହେଁ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେବା ଆରମ୍ଭ କଲେ । ତ୍ରିପୁରୀ ସାହା ମଧ୍ୟ ଏହା ବିଷୟରେ ଜାଣିବାକୁ ପାଇଲେ ଓ ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, କିନ୍ତୁ ଉଭୟଙ୍କ ପ୍ରେମ ଏତେ ପରିମାଣରେ ଆଗକୁ ବଢ଼ିଯାଇଥିଲା କି ଚାରି ଦିନ ପୂର୍ବେ ଜାନୁୟାରୀ ୨୨ରେ ଉଭୟେ ସମ୍ପର୍କକୁ ଖାତିର ନକରି ଫେରାର ହୋଇଥିଲେ ।

ଅଧିକ ପଢ଼ନ୍ତୁ:-BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି

ଅଧିକ ପଢ଼ନ୍ତୁ:-ଅଘୋରୀଙ୍କ ଏପରି ସାଧନା ଯେ ଜଣେ ମୃତ ବ୍ୟକ୍ତି ବି ଜୀବିତ ହୋଇ କୁହନ୍ତି କଥା! ଜାଣନ୍ତୁ ପୂରା ରହସ୍ୟ

ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଚୟନକର୍ତ୍ତା ଓ ରାହୁଲ ଦ୍ରାବିଡଙ୍କୁ ଏହି ଖାସ୍ ଅନୁରୋଧ କଲେ ସୌରଭ ଗାଙ୍ଗୁଲି

ନର୍ମଦା ଉଭୟ ପିଲାଙ୍କୁ ସାଙ୍ଗରେ ନେଇଯାଇଛି । ଅନ୍ୟପକ୍ଷରେ, ଯେତେବେଳେ ତ୍ରିପୁରୀ ଏହି ସୂଚନା ପାଇବା ପରେ ଘରେ ପହଞ୍ଚିଥିଲେ, ସେତେବେଳେ ପୁରା ଘର ଖାଲି ପଡ଼ିଥିଲା । ବିବାହରେ ମିଳିଥିବା ଅଳଙ୍କାର ମଧ୍ୟ ନିଖୋଜ ଥିଲା । ଏହା ପରେ ପତି ଆସାରଗଞ୍ଜ ପୋଲିସ ଷ୍ଟେସନରେ କୈଲାଶ ସାହାଙ୍କ ସମେତ ଚାରିଜଣଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ ।