Crime News: 'କୁକୁର'କୁ କୁକୁର କହିବାରୁ ଗଲା ଜୀବନ, ଜାଣନ୍ତୁ କ'ଣ ରହିଛି ପୁରା ମାମଲା
Advertisement

Crime News: 'କୁକୁର'କୁ କୁକୁର କହିବାରୁ ଗଲା ଜୀବନ, ଜାଣନ୍ତୁ କ'ଣ ରହିଛି ପୁରା ମାମଲା

Man Killed By Neighbors After Dog Fight: ଆମ ଭିତରୁ ଅଧିକାଂଶ ଲୋକେ ଘରେ କୁକୁର ରଖିବାକୁ ଭଲ ପାଆନ୍ତି । ପୋଷା କୁକୁରକୁ ମଧ୍ୟ ନିଜ ପରିବାରର ସଦସ୍ୟ ବୋଲି ମାନନ୍ତି । ଏବଂ ତାର ବହୁତ ଯତ୍ନ ମଧ୍ୟ ନିଅନ୍ତି । ଯଦିଓ କେହି ସେମାନଙ୍କ ପୋଷା କୁକର ଉପରେ ପାଟି କରନ୍ତି । ତେବେ,ପୋଷା କୁକୁର ପାଳିଥିବା ମାଲିକ ମାଲିକାଣୀମାନେ ରାଗି ଯାଆନ୍ତି । ଏବଂ ରାଗରେ ଏଭଳି କିଛି କରିପକାନ୍ତି , ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡେ । ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । 

ସୌଜନ୍ୟ- ସୋସିଆଲ ମିଡିଆ

Man Killed By Neighbors After Dog Fight: ଆମ ଭିତରୁ ଅଧିକାଂଶ ଲୋକେ ଘରେ କୁକୁର ରଖିବାକୁ ଭଲ ପାଆନ୍ତି । ପୋଷା କୁକୁରକୁ ମଧ୍ୟ ନିଜ ପରିବାରର ସଦସ୍ୟ ବୋଲି ମାନନ୍ତି । ଏବଂ ତାର ବହୁତ ଯତ୍ନ ମଧ୍ୟ ନିଅନ୍ତି । ଯଦିଓ କେହି ସେମାନଙ୍କ ପୋଷା କୁକର ଉପରେ ପାଟି କରନ୍ତି । ତେବେ,ପୋଷା କୁକୁର ପାଳିଥିବା  ମାଲିକ ମାଲିକାଣୀମାନେ ରାଗି ଯାଆନ୍ତି । ଏବଂ ରାଗରେ ଏଭଳି କିଛି କରିପକାନ୍ତି , ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡେ । ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ପଡ଼ୋଶୀଙ୍କ ପୋଷା କୁକୁରକୁ 'କୁକୁର'ବୋଲି କହିବାରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି କୁକୁର ମାଲିକ । ଏଭଳି ଛାତିଥରା ହତ୍ୟାକାଣ୍ତ ଘଟିଛି ତାମିଲନାଡୁ ଡିଣ୍ଡିଗୁଲ ଜିଲ୍ଲାର ଥାଡିକୋମ୍ବୁ ସହର(Thadikombu town of Dindigul district of Tamil Nadu)ରେ।  ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁ ଡିଣ୍ଡିଗୁଲ ଜିଲ୍ଲାର ଥାଡିକୋମ୍ବୁ ସହରରେ ରୁହନ୍ତି ୬୫ ବର୍ଷୀୟ କୃଷକ ରାୟାପନ୍ । ଏବଂ ତାଙ୍କ ଘର ନିକଟରେ ରୁହନ୍ତି  ପଡ଼ୋଶୀ ଡାନିଏଲ ଓ ଭିନସେଣ୍ଟ । ଡାନିଏଲ ଓ ଭିସେଣ୍ଟଙ୍କର ଏକ ପୋଷା କୁକୁର ମଧ୍ୟ ରହିଛି । ଯିଏକି ବହୁତ ହିଂସ୍ର । ଗତ ଜାନୁଆରୀ ୧୯ ଗୁରୁବାର ଦିନ ରାୟାପନଙ୍କୁ ଡାନିଏଲଙ୍କ କୁକୁର ଗୋଡାଇ କାମୁଡିବା ପାଇଁ ଗୋଡାଇ ଥିଲା।  ଯାହାକୁ ନେଇ ଭୟଭିତ ହୋଇପଡିଥିଲେ ରାୟାପନ୍। ଏବଂ କୁକୁରକୁ ବାନ୍ଧି ରଖିବା ପାଇଁ ଡାନିଏଲ ଓ ଭିନ୍ସେଣ୍ଟଙ୍କୁ ମଧ୍ୟ କହିଥିଲେ । ଏବଂ କୁକୁରର ନାଁ ନେଇ  ରାୟାପନ୍ କୁକୁରକୁ କୁକୁର ବୋଲି ଡାକିଦେଇଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ଡାନିଏଲ ଓ ଭିନ୍ସେଣ୍ଟ । ଏବଂ ସେମାନେ ରାୟାପନଙ୍କ ସହ ଯୁକ୍ତିତର୍କ କରିବାକୁ ମଧ୍ୟ ଲାଗିଲେ । ପରିସ୍ଥିତି ଏପରି ହେଲା ଯେ, ହାତାହାତି ହୋଇଯାଇଥିଲେ ଉପୟ ପକ୍ଷ । ଏହି ଘଟଣାରେ ଅଧିକ ଉତ୍ତ୍ୟକ୍ତ ହୋଇ ଡାନିଏଲ ଓ ଭିନ୍ସେଣ୍ଟ ରାୟାପନଙ୍କୁ ମାଡ ମାରି ଲହୁଲୁହାଣ କରିପକାଇଥିଲେ । 

Also Read: School Shooting: ସ୍କୁଲରେ ଫୁଟିଲା ଗୁଳି, ୨ ଛାତ୍ର ମୃତ ଶିକ୍ଷକ ଆହତ

ଫଳରେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇଯାଇଥିଲେ ରାୟାପନ । ଏବଂ ଡାକ୍ତରଖାନା ନେବା ପୂର୍ବରୁ ସେ ମୃତ୍ୟୁ ବରଣ କରିଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।  ଥାଡିକୋମ୍ବୁ ପୋଲିସ  ଏକ ମାମଲା ରୁଜୁ କରିଛି । ଏବଂ ୨ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ଜଣାପଡିଛି । କୁକୁର ମାଲିକ ଡାନିଏଲ ଏବଂ ଭିନ୍ସେଣ୍ଟଙ୍କ ବିରୋଧରେ ପୋଲିସ ୱାରେଣ୍ଟ ଜାରି କରିଛି।