ଡ଼ରାଇବ କି ତୃତୀୟ ଲହର? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଦେଲେ ଏମିତି ଉତ୍ତର
Advertisement

ଡ଼ରାଇବ କି ତୃତୀୟ ଲହର? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଦେଲେ ଏମିତି ଉତ୍ତର

୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ଲୋକଙ୍କୁ କୋରୋନା ଟିକା (Vaccine) ଦିଆଯାଉଛି। କିନ୍ତୁ ଶିଶୁ ତଥା ବାଳକ ବଳିକାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ପ୍ରତିଷେଧକ ଟିକା ଦିଆ ଯାଇପାରିନାହିଁ। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ତୃତୀୟ ଲହର ଜନ ସମାଜ ପାଇଁ ବିଶେଷ ପ୍ରଭାବ ପକାଇବ।

ଡ଼ରାଇବ କି ତୃତୀୟ ଲହର? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଦେଲେ ଏମିତି ଉତ୍ତର

ସମ୍ବଲପୁର: ଡରାଇବ କି ତୃତୀୟ ଲହର? ଜନ ସମାଜକୁ ଏହି ଭାବନା ଗୋଟିଏ ପ୍ରକାର ଆତଙ୍କିତ କରି ରଖିଛି। ଯେଭଳି ଭାବରେ ଦିନକୁ ଦିନ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ତୃତୀୟ ଲହର ବୋଲି ସମସ୍ତେ ଆଶଙ୍କା କରୁଛନ୍ତି। ତୃତୀୟ ଲହରରେ ମୁଖ୍ୟତଃ ଶିଶୁ ଏବଂ ୧୮ ବର୍ଷରୁ କମ ବୟସ୍କଙ୍କୁ ସଂକ୍ରମିତ କରିବ ବୋଲି ଆଶା କରାଯାଉଛି। ସେଥିପାଇଁ ସମସ୍ତେ ସତର୍କ ରହିବା ପାଇଁ ସରକାର ସଚେତନ କରୁଛନ୍ତି।

୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ଲୋକଙ୍କୁ କୋରୋନା ଟିକା (Vaccine) ଦିଆଯାଉଛି। କିନ୍ତୁ ଶିଶୁ ତଥା ବାଳକ ବଳିକାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ପ୍ରତିଷେଧକ ଟିକା ଦିଆ ଯାଇପାରିନାହିଁ। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ତୃତୀୟ ଲହର ଜନ ସମାଜ ପାଇଁ ବିଶେଷ ପ୍ରଭାବ ପକାଇବ। ଏହି ଲହରରେ ଶିଶୁ ତଥା ବାଳକ ବଳିକାଙ୍କୁ ବିଶେଷ କ୍ଷତି ପହଞ୍ଚାଇବ। ସେଥିପାଇଁ ପରିବାର ପରିଜନ ନିଜ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ଚିନ୍ତିତ ଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହୁଛନ୍ତି। ଆସ୍ତେ ଆସ୍ତେ ଅନଲକ ଆଡକୁ ସମାଜ ଗତି କରୁଥିବା ବେଳେ ସ୍କୁଲ କଲେଜ ସବୁ ପ୍ରାୟ ପ୍ରାୟ ଖୋଲିଗଲାଣି। ସେଥିପାଇଁ ଅଭିଭାବକ ଚିନ୍ତାରେ ଯେ, ସ୍କୁଲ କଲେଜ ଗଲେ ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ପାଇବ। 

Also Read: ମରୁଡି ଘୋଷଣା ସହ ସାର କଳାବଜାରୀ ରୋକିବାକୁ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ସେପଟେ ଧୀରେ ଧୀରେ ସମସ୍ତେ ଆଶ୍ୱସ୍ତ ହେଲେଣି ଯେ, କୋରୋନା (Coronavirus) ଆମ ଜୀବନରେ ସବୁ ଦିନ ରହିବ କିନ୍ତୁ ଏହା ଠାରୁ ବଞ୍ଚିବାର ଏକ ମାତ୍ର ଉପାୟ ବାରମ୍ବାର ସବୁନରେ ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ମାସ୍କ ପରିଧାନ କରିବା। ଡାକ୍ତରମାନେ ମଧ୍ୟ ସମସ୍ତଙ୍କୁ ସଚେତନ ରହିବା ପାଇଁ ସତର୍କ କରୁଛନ୍ତି। ବୁର୍ଲା ଭୀମସାର (Burla) ରେ ମଧ୍ୟ ଅନେକ ଶିଶୁ ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ତଥାପି ସମସ୍ତଙ୍କୁ ସଚେତନ ରହିବା ପାଇଁ ଡାକ୍ତର ଜଗନ୍ନାଥ ହାତୀ କହିଛନ୍ତି।

ତୃତୀୟ ଲହର ମୁକାବିଲା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ (Naba Kisore Das) କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୭୦ ପ୍ରତିଶତ ସେରୋ ସର୍ଭେ (Sero Survey) ସରିଛି। ସାମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ମେଡିକାଲ ଷ୍ଟାପମାନଙ୍କୁ ଟ୍ରେନିଂ ଦିଆଯିବା ସହ ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ ହୋଇଛି। ସ୍ବତନ୍ତ୍ର SOP ତିଆରି କରାଯାଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ମେଡ଼ିକାଲ କଲେଜଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସବୁ ପ୍ରକାର ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ରାଜ୍ୟରେ ଶିଶୁଙ୍କ ପାଇଁ ୨, ୩୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେଥିରୁ ପ୍ରାୟ ୬୧୦ଟି ICU କେବଳ ଶିଶୁଙ୍କ ପାଇଁ ସଂରକ୍ଷିତ ରହିଛି। ରାଜ୍ୟରେ ଥିବା ସରକାରୀ ମେଡିକାଲର ୧୫ ପ୍ରତିଶତ ବେଡ୍ ଅକ୍ସିଜେନ ଓ ICU ସହ ସଂରକ୍ଷିତ ରଖାଯାଇଛି। 

Also Read: ନିମ୍ନମାନର କାମ କରାଇ ପ୍ରଶାସନ ନିରବ! ଉପାୟ ନ ପାଇ ଭଙ୍ଗା କେନାଲ ସଜାଡିଲେ ସମ୍ବଲପୁର କୃଷକ

ସେହିପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ହେଲା, ସମଗ୍ର PICU, NICU ଓ SNCUର 50 ପ୍ରତିଶତ ତୃତୀୟ ଲହର ପାଇଁ ଶିଶୁଙ୍କ ଉଦ୍ଦେଶ୍ୟରେ ରଖାଯାଇଛି। ଶିଶୁଭବନରେ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଖୋଲାଯିବା ସହ ପ୍ରାଇଭେଟ ହସ୍ପିଟାଲରେ ୫୦ ପ୍ରତିଶତ ବେଡ୍ ତୃତୀୟ ଲହର ପାଇଁ ସଂରକ୍ଷିତ ରଖାଯିବା ସଙ୍ଗେ ସଙ୍ଗେ ଶିଶୁଙ୍କ ସହ ଅଭିଭାବକଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡକୁ ମାତ୍ ଦେବାକୁ ଆମ ପାଖରେ ଦୁଇଟି ମୁଖ୍ୟ ଅସ୍ତ୍ର ରହିଛି। ପ୍ରଥମଟି ହେଲା କୋଭିଡ ନିୟମ ଅନୁପାଳନ ଏବଂ ଦ୍ବିତୀୟଟି ହେଲା ଟିକାକରଣ। ତେଣୁ ଟିକା ନେବା ସହ କୋଭିଡ କଟକଣା ମାନି ସତର୍କ ରହିଲେ ଆମେ ତୃତୀୟ ଲହରର ମୁକାବିଲା କରିପାରିବା।