ବିପୁଳ କଫ୍‌ ସିରପ୍‌ ଜବତ, ୨ ଗିରଫ
Advertisement

ବିପୁଳ କଫ୍‌ ସିରପ୍‌ ଜବତ, ୨ ଗିରଫ

ବୁର୍ଲା ଥାନା (Burla Police) ଅଞ୍ଚଳର ବିଭିନ୍ନ ଅଞ୍ଚଳରୁ ବିପୁଳ ମାତ୍ରାରେ କଫ୍‌ ସିରପ୍‌ ଜବତ କରିଛି ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ବୁର୍ଲା ଥାନା ଅନ୍ତର୍ଗତ ଗୋଳଗୁଣ୍ଡା ଗାଁର ସୁରେଶ ଜେକବ ଓ ଉଆନ ଆର୍ କଲୋନୀର ରାଜେଶ ପଞ୍ଚବିହାର ବୋଲି ଜଣାପଡ଼ିଛି।

ବିପୁଳ କଫ୍‌ ସିରପ୍‌ ଜବତ, ୨ ଗିରଫ

ସମ୍ବଲପୁର: ପାର୍ବଣ ଋତୁରେ ଜମୁଛି ନିଶା ବଜାର! ବୁର୍ଲା ଥାନାଞ୍ଚଳରେ ବିପୁଳ କଫ୍‌ ସିରପ୍‌ ଜବତ ହୋଇଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କିଛି ନିଶା ବଟିକା ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି।

ବୁର୍ଲା ଥାନା (Burla Police) ଅଞ୍ଚଳର ବିଭିନ୍ନ ଅଞ୍ଚଳରୁ ବିପୁଳ ମାତ୍ରାରେ କଫ୍‌ ସିରପ୍‌ ଜବତ କରିଛି ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ବୁର୍ଲା ଥାନା ଅନ୍ତର୍ଗତ ଗୋଳଗୁଣ୍ଡା ଗାଁର ସୁରେଶ ଜେକବ ଓ ଉଆନ ଆର୍ କଲୋନୀର ରାଜେଶ ପଞ୍ଚବିହାର ବୋଲି ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ପୋଲିସ ତାହାର ତଦନ୍ତ ଜାରି ରଖିଛି।

Also Read: ଶ୍ୟାମ ଡିଆରଆଇ ଗୁଳିକାଣ୍ଡ ଘଟଣା; ମୃତକଙ୍କ ପରିବାରକୁ କମ୍ପାନୀ ଦେଲା ୩ ଲକ୍ଷ, ୪ ଅଟକ

ପାର୍ବଣ ଋତୁ ଜାରି ରହିଥିବାରୁ ସମ୍ବଲପୁର (Sambalpur) ମହାନଗର ଅଞ୍ଚଳରେ ପୋଲିସ ନିଶା କାରବାର ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରିଛି। ୨ ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ, ୫୦ ବୋତଲ କଫ୍‌ ସିରପ୍‌, ୨ ଷ୍ଟ୍ରିପ୍‌ ନିଶା ବଟିକା, ଗୋଟିଏ ସ୍କୁଟି ଜବତ କରିଛି। ତେବେ ଏଭଳି ମାମଲାରେ ବାରମ୍ବାର ଅଭିଯୁକ୍ତମାନେ ଗିରଫ ହେଲେ ସୁଦ୍ଧା ଜିଲ୍ଲାରେ ନିଶା କାରବାର ଉପରେ ରୋକ୍‌ ଲାଗି ପାରୁନି। ଯାହା ସଚେତନ ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

fallback