ଜାଣିରଖନ୍ତୁ: ଆସନ୍ତା ମାସରୁ ବଢିବାକୁ ଯାଉଛି ଏହିସବୁ ସାମଗ୍ରୀର ଦାମ
Advertisement

ଜାଣିରଖନ୍ତୁ: ଆସନ୍ତା ମାସରୁ ବଢିବାକୁ ଯାଉଛି ଏହିସବୁ ସାମଗ୍ରୀର ଦାମ

ୱାର୍କ ଫର୍ମ ହୋମ ସହ ଅନଲାଇନ୍ ସ୍କୁଲ ପାଠପଢା ଯୋଗୁଁ ଲାପଟପ୍ ର ଚାହିଦା ବି ବୃଦ୍ଧି ପାଉଛି।୨ ମାସ ଲକଡାଉନ୍ ପରେ ଖୁଚୁରା ବ୍ୟବସାୟୀମାନେ ପୁଣି ଥରେ ଦୋକାନ ଖୋଲିଛନ୍ତି। ତେଣୁ ଏଥର ଗ୍ରାହକଙ୍କ ଉପରେ ବହୁତ ବଡ଼ ମହଙ୍ଗା ପଡ଼ିପାରେ ।

ଜାଣିରଖନ୍ତୁ: ଆସନ୍ତା ମାସରୁ ବଢିବାକୁ ଯାଉଛି ଏହିସବୁ ସାମଗ୍ରୀର ଦାମ

ଆମ ଦୈନନ୍ଦିନ ଜୀବନରେ ଅନେକ ବୈଦ୍ୟୁତିକ ସାମଗ୍ରୀର ବ୍ୟବହାର କରିଥାଉ । ତେବେ ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଚଳିତ ମାସରେ ହିଁ କିଣନ୍ତୁ କାରଣ ଆସନ୍ତା ମାସରୁ ଏ ସବୁ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକ ସ୍ଥାୟୀ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, କ୍ରମାଗତ ଭାବେ ବ୍ୟବହାର କରୁଥିବା ଦ୍ରବ୍ୟର ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ ହେତୁ ସେମାନଙ୍କୁ ଅଧିକ ଚାପ ଦିଆଯାଉଛି, ଯାହା ଗ୍ରାହକଙ୍କୁ ଦିଆଯିବ । ଅନ୍ୟପଟେ ୱାର୍କ ଫର୍ମ ହୋମ ସହ ଅନଲାଇନ୍ ସ୍କୁଲ ପାଠପଢା ଯୋଗୁଁ ଲାପଟପ୍ ର ଚାହିଦା ବି ବୃଦ୍ଧି ପାଉଛି।୨ ମାସ ଲକଡାଉନ୍ ପରେ ଖୁଚୁରା ବ୍ୟବସାୟୀମାନେ ପୁଣି ଥରେ ଦୋକାନ ଖୋଲିଛନ୍ତି। ତେଣୁ ଏଥର ଗ୍ରାହକଙ୍କ ଉପରେ ବହୁତ ବଡ଼ ମହଙ୍ଗା ପଡ଼ିପାରେ ।

ଚଳିତ ବର୍ଷ ଜାନୁଆରୀ ଆରମ୍ଭରୁ ହିଁ  TV, ଫ୍ରିଜ୍, AC ଓ ଲାପଟପ୍ ର ଦାମ ବଢିବାରେ ଲାଗିଛି । ଏହାବାଦ୍ ଏହି ସବୁ ସାମଗ୍ରୀ ଉପରେ କମ୍ପାନୀ ମାନେ ୧୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ମୂଲ୍ୟ ବୃଦ୍ଧି ପଛରେ କମ୍ପାନୀ ମାନେ ବିଭିନ୍ନ ଦିଗକୁ ଦାୟୀ କରୁଛନ୍ତି । ବ୍ୟବସାୟୀ ମାନେ ଏକଥା ବି କହିଛନ୍ତି ଯେ, ଆଗକୁ ସାମଗ୍ରୀର ମୂଲ୍ୟ ଆହୁରି ବୃଦ୍ଧି ହେବ କାରଣ ପ୍ୟାନେଲ କମ ରହିଛି । ସେହି ତୁଳନାରେ ଟିଭିର ଦାମ ଅଧିକ ବୃଦ୍ଧି ପାଇବ । 

Also Read: Platform Ticket ସହ କରିପାରିବେ ଟ୍ରେନରେ ଯାତ୍ରା, ଜାଣନ୍ତୁ Indian Railways ର ଏହି ନିୟମ

ସେହିପରି ୨ ବର୍ଷରୁ ଅଧିକ ହେଲାଣି ଲୋକ ଘରେ ବସି ୱାର୍କ ଫ୍ରମ ହୋମ (Work From Home)କଲେଣି ଅନ୍ୟପଟେ ଅନଲାଇନ କ୍ଲାସ ବି ଜାରି ରହିଛି । ଯାହା ଫଳରେ ଲାପଟପ ର ଚାହିଦା ବଢିଚାଲିଛି । ସେଥିପାଇଁ ଲାପଟପ ଉପରେ ୫ ରୁ ୭ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି ଏବଂ ଆଗକୁ ମଧ୍ୟ ମୂଲ୍ୟ ବୃଦ୍ଧି ହେବାରେ ସମ୍ଭାବନା ରହିଛି । ସେପଟେ ଲାପଟପ୍ କମ୍ପାନୀଙ୍କର କହିବା କଥା ହେଲା ପ୍ରୋସେସର ସପ୍ଲାଏ କମ ରହିଛି ସେଥିପାଇଁ ଲାପଟପ (Laptop) ର ଦାମ ବଢିବାରେ ଲାଗିଛି । ସେହିଭଳି ଦୁଇମାସ କଡ଼ା ଲକଡାଉନ ପରେ ରିଟେଲର୍ସ ମାନେ ଦୋକାନ ଖୋଲିବା ଆରମ୍ଭ ହୋଇଛି । 

Also Read: 'ବାପା' ହେଲେ ବରୁଣ ଧାୱନ, ସୋସିଆଲ ମିଡିଆରେ ସେୟାର କଲେ Video

କମ୍ପାନୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ମହଜୁଦ ରହିଛି । ମାତ୍ର ଆଗାମୀ ଦୁଇ ତିନି ମାସ ଧରି କିଣାବିକା କମ ରହିବ । ତେବେ ରିଟେଲର୍ସ ମାନେ ଅନଲକ ହେବା ପରେ ଅଧିକ ରିହାତି ଦେବା କଥା ଭାବୁନାହାଁନ୍ତି । ଯାହାଫଳରେ ଗ୍ରାହକ ଅଧିକ ମୂଲ୍ୟ ଦେଇ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବାଧ୍ୟ ହେବେ ।ରିଟେଲର୍ସ ଆସୋସିଏସନ ଅଫ ଇଣ୍ଡିଆର CEO କୁମାର ରାଜ ଗୋପାଳନଙ୍କ କହିବା କଥା ଯେ, ଏତେ ଲମ୍ବା ଲକଡାଉନ (Lockdown) ପରେ ରିଟେଲର୍ସ ମାନେ ଏବେ ଦୋକାନ ଖୋଲିବା ଆରମ୍ଭ କରିଛନ୍ତି। ରଣନୀତି କେମିତି ରହିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ । ଏହି ସବୁ ସାମଗ୍ରୀରେ ମୂଲ୍ୟ ବୃଦ୍ଧି ଆଗକୁ ଆହୁରି ବଢିପାରେ ।