DA ବୃଦ୍ଧି ପରେ କେତେ ବୃଦ୍ଧି ପାଇବ ଆପଣଙ୍କ ଦରମା? ଏଠାରେ ଜାଣନ୍ତୁ
Advertisement

DA ବୃଦ୍ଧି ପରେ କେତେ ବୃଦ୍ଧି ପାଇବ ଆପଣଙ୍କ ଦରମା? ଏଠାରେ ଜାଣନ୍ତୁ

ପ୍ରିୟତା ଭତ୍ତା (DA) ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ରର ୪୮ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଏହାର ଲାଭ ପାଇବେ ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପ୍ରିୟ ଭତ୍ତାକୁ (DA) ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀ (Central govt employees) ଓ ପେନସନଭୋଗୀଙ୍କ ପାଇଁ ବୁଧବାର ବଡ ରିଲିଫ୍ ଖବର ଆସିଛି । ପ୍ରିୟଙ୍କା ଭତ୍ତା (DA) ଓ ପ୍ରିୟତା ରିଲିଫ୍ (DR) ଉପରେ ସରକାର ପ୍ରତିବନ୍ଧକ ହଟାଇ ଦେଇଛନ୍ତି । DA କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ୧ ଜୁଲାଇ ୨୦୨୧ ରୁ କାର୍ଯ୍ୟକାରୀ ହେବ । ଅର୍ଥାତ୍ ବର୍ତ୍ତମାନ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇବେ ।

ପ୍ରିୟତା ଭତ୍ତା କ’ଣ ଓ ଏହାକୁ କିପରି ଗଣନା କରାଯାଏ?
ପ୍ରିୟତା ଭତ୍ତା (DA) ବେତନର ଏକ ଅଂଶ । ଏହା କର୍ମଚାରୀଙ୍କ ମୌଳିକ ବେତନର ଏକ ସ୍ଥିର ପ୍ରତିଶତ ଅଟେ । ମୁଦ୍ରାସ୍ଫୀତିର ପ୍ରଭାବ ହ୍ରାସ କରିବାକୁ ସରକାର ନିଜ କର୍ମଚାରୀମାନଙ୍କୁ ପ୍ରିୟତା ଭତ୍ତା ପ୍ରଦାନ କରୁଛନ୍ତି । ସମୟ ସମୟରେ ଏହା ବୃଦ୍ଧି କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀମାନେ (Retired employees) ମଧ୍ୟ ପେନସନରେ ଏହି ସୁବିଧା ପାଆନ୍ତି । ଅଲ୍ ଇଣ୍ଡିଆ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ (All India Consumer Price Index) ଉପରେ ଆଧାରିତ ମୁଦ୍ରାସ୍ଫୀତି ହାରକୁ ନେଇ ସରକାର ପ୍ରିୟତା ଭତ୍ତା ସ୍ଥିର କରିଛନ୍ତି ।

ଅଧିକ ପଢ଼ନ୍ତୁ: PPE କିଟ୍ ପିନ୍ଧି ଖେଳାଳିଙ୍କୁ ଟ୍ରେନିଂ ଦେଉଛନ୍ତି ଶ୍ରୀଲଙ୍କା କୋଚ୍, ଦେଖନ୍ତୁ Video

କେତେ ବୃଦ୍ଧି ପାଇବ ଦରମା?
୧୮ ମାସ ପାଇଁ ପ୍ରିୟତା ଭତ୍ତା ଓ ପ୍ରିୟତା ରିଲିଫ ଉପରେ ପ୍ରତିବନ୍ଧକ ହଟାଇବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ, ବର୍ତ୍ତମାନ କର୍ମଚାରୀଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଦରମା କେତେ ବୃଦ୍ଧି ପାଇବ? ଏଥିପାଇଁ ଆପଣ ମୌଳିକ ଦରମା ଯାଞ୍ଚ କରିବା ଉଚିତ୍ । ଅର୍ଥ ବିଶେଷଜ୍ଞ ମତରେ DA ବୃଦ୍ଧି ଯୋଗୁଁ କେତେ ଦରମା ବୃଦ୍ଧି ହେବ । ଏହାକୁ ଏକ ଉଦାହରଣ ସହିତ ବୁଝାଯାଇପାରେ ।

ବେସିକ ସେଲାରୀ (ପ୍ରତି ମାସ)       ପ୍ରିୟତା ଭତ୍ତା (୧୭ ପ୍ରତିଶତ ହାରରେ)  ପ୍ରିୟତା ଭତ୍ତା (୨୮ ପ୍ରତିଶତ ହାରରେ) ବୃଦ୍ଧି (୧୧ ପ୍ରତିଶତ)
    ୧୫,୦୦୦ ଟଙ୍କା                            ୨,୫୫୦ ଟଙ୍କା                                     ୪,୨୦୦ ଟଙ୍କା                         ୧,୬୫୦ ଟଙ୍କା 
    ୨୫,୦୦୦ ଟଙ୍କା                            ୪,୨୫୦ ଟଙ୍କା                                     ୭,୦୦୦ ଟଙ୍କା                         ୨,୭୫୦ ଟଙ୍କା 
    ୪୦,୦୦୦ ଟଙ୍କା                            ୬,୮୦୦ ଟଙ୍କା                                    ୧,୨୦୦ ଟଙ୍କା                          ୪,୪୦୦ ଟଙ୍କା 

କେତେ ବୃଦ୍ଧି ପାଇଲା DA?

ଜାନୁଆରୀ ୨୦୨୦ ରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ଚାରି ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ପରେ ଦ୍ୱିତୀୟାର୍ଦ୍ଧରେ (ଜୁନ୍ ୨୦୨୦) ଏହା ତିନି ପ୍ରତିଶତ ବୃଦ୍ଧି ପାଇଥିଲା । ଜାନୁଆରୀ ୨୦୨୧ ରେ ଏହା ଚାରି ପ୍ରତିଶତ ବୃଦ୍ଧି ପାଇଥିଲା । ଏହି ଉପାୟରେ DA କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ତେବେ କୋରୋନା କାରଣରୁ ସରକାର ଗତ ବର୍ଷ ଜାନୁଆରୀରୁ ଏହାକୁ ନିଷିଦ୍ଧ କରିଥିଲେ । ବର୍ତ୍ତମାନ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ।