କେନ୍ଦ୍ର ନିକଟରେ ଏହି ଦାବି କଲା ଓଡ଼ିଶା...
Advertisement

କେନ୍ଦ୍ର ନିକଟରେ ଏହି ଦାବି କଲା ଓଡ଼ିଶା...

ଓଡ଼ିଶାକୁ N-95 ମାସ୍କ, HCQS ଟାବେଲଟ୍ ଏବଂ ଭିଟାମିନ୍ ସି ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ନବ ଦାସ । 

ଫାଇଲ ଫଟୋ

ଭୁବନେଶ୍ୱର: କୋରୋନା ମୁକାବିଲା ଦିଗରେ କେନ୍ଦ୍ର ନିକଟରେ କିଛି ଦାବି କରିଛି ଓଡ଼ିଶା । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଦାବି କରିଛନ୍ତି । ଓଡ଼ିଶାକୁ N-95 ମାସ୍କ, HCQS ଟାବେଲଟ୍ ଏବଂ ଭିଟାମିନ୍ ସି ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ନବ ଦାସ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେସିଂ ଆଲୋଚନା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏପରି ନିବେଦନ କରିଥିଲେ । ଏହା ସହ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ଶହ ପିପିଇ ଯୋଗାଇ ଦେବାକୁ କହିଛନ୍ତି ଶ୍ରୀଯୁକ୍ତ ନବ ଦାସ ।