ଓବିସି ରାଜନୀତି: ବିଜେଡ଼ିକୁ ଘେରିଲେ ବିରୋଧୀ
Advertisement

ଓବିସି ରାଜନୀତି: ବିଜେଡ଼ିକୁ ଘେରିଲେ ବିରୋଧୀ

ଜାତିଭିତ୍ତିକ ଗଣନାରେ ଓବିସିକୁ ସାମିଲ କରିବା ନେଇ ବିଜେଡି ପକ୍ଷରୁ କେନ୍ଦ୍ର ନିକଟରେ କରାଯାଇଥିବା ଦାବି କାଟ ଖାଇଛି। ଏହି ଦାବି କାଟ ଖାଇବା ପରେ ଶାସକ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ବିରୋଧି। ଓଡିଶାର ୫୦ ପ୍ରତିଶତରୁ ଅଧିକ ଓବିସି ବର୍ଗଙ୍କୁ ନେଇ ବିଜେଡି ଯେଉଁ ରାଜନୀତି ଆରମ୍ଭ କରିବାକୁ ଯାଉଥିଲା, ତା' ଉପରେ ଏହା ଏକ ମାଡ ବୋଲି ବିରୋଧୀ ସିଧାସଳଖ କହିଛନ୍ତି। ଓବିସିଙ୍କ ସ୍ବାର୍ଥ ରକ୍ଷା ପାଇଁ ଦୀର୍ଘ ବର୍ଷ ଧରି କିଛି ବି କରି ନ ଥିବା ବିଜେଡି ଏବେ ଓବିସିଙ୍କୁ ନିଜ ଆଡକୁ ଟାଣିବାକୁ ଯେଉଁ ଉଦ୍ଯମ କରିଥିଲା ସେଥିରେ ଫେଲ ମାରିଥିବା ଉଭୟ କଂଗ୍ରେସ ଏବଂ ବିଜେପି କହିଛନ୍ତି।

ପ୍ରତିକାତ୍ମକ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ଜାତିଭିତ୍ତିକ ଗଣନାରେ ଓବିସିକୁ ସାମିଲ କରିବା ନେଇ ବିଜେଡି ପକ୍ଷରୁ କେନ୍ଦ୍ର ନିକଟରେ କରାଯାଇଥିବା ଦାବି କାଟ ଖାଇଛି। ଏହି ଦାବି କାଟ ଖାଇବା ପରେ ଶାସକ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ବିରୋଧି। ଓଡିଶାର ୫୦ ପ୍ରତିଶତରୁ ଅଧିକ ଓବିସି ବର୍ଗଙ୍କୁ ନେଇ ବିଜେଡି ଯେଉଁ ରାଜନୀତି ଆରମ୍ଭ କରିବାକୁ ଯାଉଥିଲା, ତା' ଉପରେ ଏହା ଏକ ମାଡ ବୋଲି ବିରୋଧୀ ସିଧାସଳଖ କହିଛନ୍ତି। ଓବିସିଙ୍କ ସ୍ବାର୍ଥ ରକ୍ଷା ପାଇଁ ଦୀର୍ଘ ବର୍ଷ ଧରି କିଛି ବି କରି ନ ଥିବା ବିଜେଡି ଏବେ ଓବିସିଙ୍କୁ ନିଜ ଆଡକୁ ଟାଣିବାକୁ ଯେଉଁ ଉଦ୍ଯମ କରିଥିଲା ସେଥିରେ ଫେଲ ମାରିଥିବା ଉଭୟ କଂଗ୍ରେସ ଏବଂ ବିଜେପି କହିଛନ୍ତି।

୨୦୦୧, ୨୦୧୧ ଓ ବର୍ତ୍ତମାନ ୨୦୨୧ରେ ଆଉ ଏକ ଗଣନା ହେବାକୁ ଯାଉଥିବାବେଳେ ପୂର୍ବ ଦୁଇଥର ଗଣନା ବେଳେ ବିଜେଡି ରାଜ୍ୟରେ ସରକାରରେ ଥିଲା। ତେବେ ସେତେବେଳେ ବିଜେଡ଼ି କାହିଁକି ଓବିସିଙ୍କ ପାଇଁ ସ୍ବତନ୍ତ୍ର ଗଣନା କଥା ଉଠାଉ ନ ଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଅନ୍ଯପକ୍ଷରେ ଯଦି ଓବିସିଙ୍କ ପ୍ରତି ରାଜ୍ଯ ସରକାରଙ୍କ ଏତେ ଆନ୍ତରିକତା ଅଛି, ତେବେ ସେମାନଙ୍କ ପାଇଁ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଆବଶ୍ଯକ ସଂରକ୍ଷଣ ଓ କମିଶନ ଗଠନ ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ବିଜେପି କହିଛି।

ଅନ୍ଯପକ୍ଷରେ ଏ ପ୍ରସଙ୍ଗରେ ବିରୋଧୀଙ୍କ କଥାକୁ ତୀବ୍ର ସମାଲୋଚନା କରିଛି ବିଜେଡି। ରାଜ୍ଯ ଜନସଂଖ୍ୟାର ସର୍ବାଧିକ ଓବିସି ବର୍ଗର ହୋଇଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ଗଣନା ଦ୍ବାରା ଚିହ୍ନଟ କରିବାକୁ ଦଳ ଚାହୁଁଛି। ଏହାଦ୍ବାରା ସେମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ଯାଣମୂଳକ କାର୍ଯ୍ଯର ସୁଫଳ ପହଞ୍ଚାଇବା ସହ ସେମାନଙ୍କ ଉନ୍ନତି ଦିଗରେ ଭଲ ଭାବେ କାର୍ଯ୍ଯ କରିହେବ। ସେଥିପାଇଁ ହିଁ ରାଜ୍ଯ ସରକାର ଏହି ଦାବି କରିଛନ୍ତି। ଏପରିକି ସଂସଦରେ ଜାତିଭିତ୍ତିକ ଗଣନାରେ ଓବିସି ସାମିଲ କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ମନା କରିଥିଲେ ମଧ୍ଯ ଏହା ଶେଷ ନିଷ୍ପତ୍ତି ନୁହେଁ। ବିଜେଡି ଏହି ଦାବିକୁ ନେଇ ବିଭିନ୍ନ ପ୍ରକ୍ରିୟାରେ ନିଜ ମତ ଉପସ୍ଥାପନ କରିବ ବୋଲି ବିଜେଡି କହିଛି। ତେଣୁ ବିରୋଧ ଆଳରେ ଏଭଳି ଭଲ ପ୍ରସଙ୍ଗକୁ ବିରୋଧ କରିବା ଯୁକ୍ତି ଯୁକ୍ତ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି।