ବିନା ଲକ୍ଷଣରେ ସ୍ୱାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ୍
Advertisement

ବିନା ଲକ୍ଷଣରେ ସ୍ୱାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ୍

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସକାଳେ ମନ୍ତ୍ରୀ ଟ୍ୱଟ୍ କରି ନିଜ କୋରୋନା ସଂକ୍ରମଣର ଖବର ଦେଇଥିଲେ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି। ଡବଲ ଡୋଜ୍ କୋରୋନା ଟିକା ନେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଟ୍ୱିଟ କରି ସେ ନିଜେ ଏହାର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସକାଳେ ମନ୍ତ୍ରୀ ଟ୍ୱଟ୍ କରି ନିଜ କୋରୋନା ସଂକ୍ରମଣର ଖବର ଦେଇଥିଲେ। ମନ୍ତ୍ରୀ କହିଛନ୍ତି, 'ମୁଁ ଗତକାଲି କୋରୋନା ପଜିଟିଭ୍ ଟିହ୍ନଟ ହୋଇଛି। ମୋ ଠାରେ କୋରୋନାର କୌଣସି ଲକ୍ଷଣ ନାହିଁ। ମୁଁ ଘରେ ଆଇସୋଲେସନରେ ଅଛି। ଗତ ୩ ଦିନରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜର କୋରୋନା ପରୀକ୍ଷଣ କରାଇ ନିଅନ୍ତୁ।'

Also Read: ରାଜ୍ୟରେ ମାଡ଼ିଗଲା ମହାମାରୀ; ୨୪ ଘଣ୍ଟାରେ ୪୨% ବୃଦ୍ଧି, ଅଟକୁନି ଓମିକ୍ରନ୍

ସୂଚନାଯୋଗ୍ୟ, ରାଜ୍ୟରେ ଲାଗାତାର କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଗୁରୁବାର ଠାରୁ ପ୍ରାୟ ୪୨% ଅଧିକ। ସେପଟେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୧ ପହଞ୍ଚିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।