ଆହୁରି ମାସେ ବଢ଼ୁ ଲକଡାଉନ୍: ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement

ଆହୁରି ମାସେ ବଢ଼ୁ ଲକଡାଉନ୍: ସ୍ୱାସ୍ଥ୍ୟ ମନ୍ତ୍ରୀ

ରାଜ୍ୟ ସରକାର କେନ୍ଦ୍ର ପାଖରେ ବିଭିନ୍ନ ଦାବି କରିଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । 

ଫାଇଲ ଫଟୋ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ କିଛି ରାଜ୍ୟ ଲକଡାଉନ୍ ବଢ଼ାଇବା ସପକ୍ଷରେ ଅଛନ୍ତି । ତେଣୁ ଲକଡାଉନ୍ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ବାହାର ରାଜ୍ୟରୁ ଶ୍ରମିକଙ୍କୁ ଫେରାଇ ଆଣିବା ଉପରେ ମଧ୍ୟ ଆଲୋଚନା ହୋଇଛି ।  ତେବେ ରାଜ୍ୟ ସରକାର କେନ୍ଦ୍ର ପାଖରେ ବିଭିନ୍ନ ଦାବି କରିଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । 

ଶ୍ରମିକମାନଙ୍କୁ ବାହାର ରାଜ୍ୟରୁ ଟେଷ୍ଟ ପରେ ରାଜ୍ୟକୁ ଆଣିବା ପାଇଁ ଦାବି କରିଛନ୍ତି ନବ କିଶୋର ଦାସ I ବସ୍ ଯୋଗେ ଆଣିବା ଅସମ୍ଭବ । ତେଣୁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିବେ । ଶ୍ରମିକମାନଙ୍କୁ ଅତିଶୀଘ୍ର ଫେରାଇ ଅଣାଯିବା  ନେଇ ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ମନ୍ତ୍ରୀ ନବ ଦାସ । 

CMR ଗାଇଡଲାଇନ୍ ଅନୁସାରେ, ରାଜ୍ୟ ସରକାର ସବୁ ପଦକ୍ଷେପ ନେଇଛନ୍ତି । ସେହିପରି କୋଲକାତାରୁ ଫେରନ୍ତାଙ୍କ ବାବଦରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । କୋରୋନା ମୁକାବିଲା ନେଇ ଓଡ଼ିଶା କାର୍ଯ୍ୟ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିବା ନବ କହିଛନ୍ତି । କୋରୋନା ମୁକାବିଲା ପାଇଁ ଆହୁରି ମାସେ ଲକଡାଉନ୍ ବଢ଼ୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଆମେ ଘରେ ରହି କୋରୋନା ସହ ଲଢ଼ିପାରିବା ବୋଲି ସେ କହିଛନ୍ତି ।