ଭିତରେ ଠାକୁର, ବାହାରେ ପୋଲିସ, ଭକ୍ତ ନିରାଶ
Advertisement

ଭିତରେ ଠାକୁର, ବାହାରେ ପୋଲିସ, ଭକ୍ତ ନିରାଶ

ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

ଭିତରେ ଠାକୁର, ବାହାରେ ପୋଲିସ, ଭକ୍ତ ନିରାଶ

ଭୁବନେଶ୍ବର: ଏପ୍ରିଲ ୨୧ ବୁଧବାର ଦେଶବ୍ୟାପୀ ପାଳିତ ହୋଇଯାଇଛି ପବିତ୍ର ରାମ ନବମୀ। ଆଜି ଥିଲା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ହେଲେ କୋଭିଡ କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ଦର୍ଶନରୁ ବାଦ ପଡିଛନ୍ତି ଶ୍ରଦ୍ଧାଳୁ। କେବଳ ମନ୍ଦିର ଭିତରେ ବିଧି ରକ୍ଷା ପାଇଁ ନିରାଡମ୍ବର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

ବଢୁଥିବା କୋରୋନା ସଂକ୍ରମଣ ଜନିତ ଘଟଣାକୁ ଦୃଷ୍ଟିରେ ରଖି ବୁଧବାର ଠାରୁ ରାଜଧାନୀରେ ଧର୍ମାନୁଷ୍ଠାନ (Religious Place) ଖୋଲିବା ଉପରେ ଲାଗିସାରିଛି କଟକଣା। ମନ୍ଦିର (Temple), ମସଜିଦ (Mosque), ଚର୍ଚ୍ଚ (Church) ଆଦି ଧର୍ମାନୁଷ୍ଠାନ ପରିସରରେ ଏଣିକି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କ (Devotee) ପ୍ରବେଶକୁ ବାରଣ କରାଯାଇଛି। ସବୁକିଛି କୋଭିଡ କଟକଣାରେ ପାଳନ ହେବ। ଯାହାକୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି।

Also Read: ଆଜି ରୁକୁଣା ରଥଯାତ୍ରା: ବିନା ଭକ୍ତରେ ରଥ ଟଣା, ଛାତ ଉପରୁ ଦର୍ଶନ ମନା

ରାମ ନବମୀରେ ଭକ୍ତ ନିରାଶ। କାରଣ ଏଥର ମନ୍ଦିର ବାହାରେ ପହରା ଦେଇଥିଲା ପୋଲିସ। ପ୍ରତ୍ୟେକ ବର୍ଷ ପବିତ୍ର ରାମ ନବମୀ (Rama Navami) ଅବସରରେ ଉସ୍ତ୍ରବ ମୁଖର ହୋଇଉଠେ ରାଜ୍ୟ ରାଜଧାନୀ। ବିଭିନ୍ନ ମନ୍ଦିରରେ ସକାଳୁ ରାତି ପର୍ଯ୍ୟନ୍ତ ଗହଳି ଲାଗିଥାଏ। ହେଲେ ଏଥରର ଦୃଶ୍ୟ ରହିଥିଲା ପୂରା ଅଲଗା। ମନ୍ଦିର ଦ୍ୱାରରେ ଲାଗିଥିଲା ତାଲା। ଆଉ ବାହାରେ ରହିଥିଲେ ଭକ୍ତ। କୋଭିଡ କଟକଣା ହେତୁ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ତଥା ମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବାରଣ କରାଯାଇଛି। 

ଯାହା ଫଳରେ ଏଥର ରାମ ନବମୀ ଭଳି ଦିନରେ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ହେଲେ ପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡିନାହିଁ। ସୀମିତ ସଂଖ୍ୟକ ପୂଜକ ସେବାୟତଙ୍କ ଦ୍ବାରା ପର୍ବ ପାଳନ କରାଯାଇଛି।

Also Read: ମନ୍ଦିରରେ କୋରୋନା କାୟା, ଭକ୍ତ ନିରାଶ

ସକାଳ ସମୟରେ ମନ୍ଦିର ସାମ୍ନାରେ ଉପସ୍ଥିତ ହୋଇଥିବା ଲୋକଙ୍କୁ ପୋଲିସ ପକ୍ଷରୁ ହଟାଯିବା ସହ କୋଭିଡ ନିୟମ ପାଳନ କରିବାକୁ ମନ୍ଦିର, ଛକ, ବଜାର ଆଦି ସର୍ବସାଧାରଣ ସ୍ଥାନରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି। ସେହିପରି ରାଜଧାନୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକଙ୍କ ଲାଗି ବନ୍ଦ ହୋଇଛି ସମସ୍ତ ଧାର୍ମିକଅନୁଷ୍ଠାନ। କୋଭିଡ କଟକଣା ମଧ୍ୟରେ କେବଳ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା, ଆରାଧନା ସହ ଉପାସନା ସହ ନମାଜ ପାଠ ହେବ। 

Also Read: ଶ୍ରଦ୍ଧାଳୁଙ୍କୁ ଲିଙ୍ଗରାଜ ମନ୍ଦିର ମନା

କିଛି ଦିନର ବିରତି ପରେ ପୁଣି ଧର୍ମାନୁଷ୍ଠାନରେ ପଡିଛି ମହାମାରୀ କୋରୋନା ପ୍ରଭାବ। ଯାହାକୁ ନେଇ ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ବଢିଛି ସତ, ହେଲେ ସରକାରଙ୍କ ନିୟମ ପାଳନ କରି ନିଜ ସ୍ବାସ୍ଥ୍ୟ ତଥା ମହାମାରୀର ବିଲୀନ ପାଇଁ ଏକଜୁଟ ହେବାର ଆବଶ୍ୟକତା ରହିଛି।