Coronavirus Update: ରଥଯାତ୍ରା ପୂର୍ବରୁ ରାଜ୍ୟରେ ବଢ଼ିଲା ସଂକ୍ରମଣ, ଆକ୍ରାନ୍ତଙ୍କ ଠାରେ ଦେଖା ଦେଉଛି ନୂଆ ଲକ୍ଷଣ
Advertisement

Coronavirus Update: ରଥଯାତ୍ରା ପୂର୍ବରୁ ରାଜ୍ୟରେ ବଢ଼ିଲା ସଂକ୍ରମଣ, ଆକ୍ରାନ୍ତଙ୍କ ଠାରେ ଦେଖା ଦେଉଛି ନୂଆ ଲକ୍ଷଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ୧୫ ଜଣ ଥିବା ବେଳେ ସଂଗରୋଧରୁ ୬୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ପଜିଟିଭ ବାହାରିଛନ୍ତି।

ଫାଇଲ ଫଟୋ

Coronavirus Update: ରାଜ୍ୟରେ ଟେନସନ ବଢାଇଲା ମହାମାରୀ କୋରୋନା। ଦେଶରେ କୋରୋନା ମାମଲା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଏହାର ଓଲଟା ଦେଖିବାକୁ ମିଳିଛି। ଦିନକରେ ଦୁଇଗୁଣା ପଜିଟିଭ୍ ଚିହ୍ନଟ। ରଥଯାତ୍ରା ପୂର୍ବରୁ ୧୦୦ ଦୈନିକ ସଂକ୍ରମଣ ଟପିଛି। ଗତ ତିନିରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ସେପଟେ କୋରୋନାର ନୂଆ ଲକ୍ଷଣ ଦେଖାଯାଇଥିବା ସ୍ୱାସ୍ଥ୍ୱ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। 

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ୧୫ ଜଣ ଥିବା ବେଳେ ସଂଗରୋଧରୁ ୬୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫, କଟକରୁ ୨୧ ଓ ଷ୍ଟେଟ୍‌ ପୋଲ ୧୪ କୋଭିଡ ରୋଗୀ ଚିହ୍ନଟ କରାଯାଇଛି। ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କୋଭିଡ୍ ମାମଲା ୧୦୦ ଟପିଛି। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୪୪୧କୁ ବୃଦ୍ଧି ପାଇଛି ଆକ୍ଟିଭ କେସ୍ ୫୧୭ ରହିଥିବା ବେଳେ ୧୨,୭୯,୭୪୫ ଆକ୍ରାନ୍ତ ସୁସ୍ଥ ହେଲେଣି।

Also Read: କେମିତି ହେଲା ରାଇମୋହନଙ୍କ ମୃତ୍ୟୁ? ପୋଷ୍ଟମର୍ଟମ ରିପୋର୍ଟ ଆସିଲା, ଭିସେରାକୁ ଅପେକ୍ଷା

ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ ହେଉଛି। ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ବଢ଼ୁଛି। ପୂର୍ବରୁ ଦୈନିକ ସଂକ୍ରମଣ ୫୦ ରହୁଥିବା ବେଳେ ଏବେ ଏହି ସଂଖ୍ୟା ୧୦୦ ପାର କରିଛି। ଭିଡ଼କୁ ନଯିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି। ସବୁବେଳେ ମାକ୍ସ ପିନ୍ଧନ୍ତୁ, ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ। ବର୍ତ୍ତମାନ ଘରେ ଘରେ କୋରୋନା ଟେଷ୍ଟିଂ କରାଯାଉଛି। ହସ୍ପିଟାଲରେ ପୂର୍ବ ଭଳି ବେଡ୍‌ ବ୍ୟବସ୍ଥା କରାଯିବ। ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

ଅନ୍ୟପଟେ ରାଜ୍ୟରେ କୋରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆଲାରାମିଂ ସ୍ଥିତି ନାହିଁ। କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହେବ। ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ। ପୁରୀରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ୫୦ ହଜାରକୁ ବଢ଼ାଯିବ। ଯେତେ ସମ୍ଭବ ଲୋକେ ଘରେ ରହି ଅନଲାଇନରେ ରଥଯାତ୍ରା ଦେଖନ୍ତୁ ବୋଲି ରାଜ୍ୟ ସରକାର ଅପିଲ କରିଛନ୍ତି। 

Also Read: ପୁଣି କୋରୋନାମୟ ହେଲା ପୁରା ଓଡ଼ିଶା, ପାଞ୍ଚ ଦିନ ହେଲା ଖସୁନି ଦୈନିକ ମାମଲା

ସେପଟେ ଦେଶରେ ଦିନକରେ ୧୧ ହଜାର ୭୯୩ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୨୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୭୦୦କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୯ ହଜାର ୪୮୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବିଭିନ୍ନ ପ୍ରତିଷ୍ଠିତ ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସରେ ବର୍ତ୍ତମାନ କୋରୋନା ସଂକ୍ରମଣର ଲକ୍ଷଣରେ ପରିବର୍ତ୍ତନ ଆସିଛି। ଏବେ ଆକ୍ରାନ୍ତଙ୍କ ଠାରେ ଥଣ୍ଡା, କାଶ, ଶ୍ୱାସକ୍ରୀୟରେ କଷ୍ଟ, ସ୍ୱାଦ-ଗନ୍ଧହୀନ ଭଳି ଲକ୍ଷଣ ଦେଖାଯାଉନାହିଁ। ଅତ୍ୟାଧିକ ଜ୍ୱର କୋରୋନାର ପ୍ରମୁଖ ଲକ୍ଷଣ ପାଲଟିଛି। 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, କୋରୋନା ଆକ୍ରାନ୍ତଙ୍କୁ ପ୍ରଥମ ଦିନ ଜ୍ୱର ହେଉଛି। ଦ୍ୱିତୀୟ ତୃତୀୟ ଦିନ ବେଳକୁ ତାହା ବୃଦ୍ଧି ପାଉଛି। ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ଏଭଳି ଲକ୍ଷଣ ରହୁଛି। କୋରୋନା ଟିକାକରଣ ପାଇଁ ଏଭଳି ଜ୍ୱର ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଆଣ୍ଟିବଡି ଓ କୋରୋନା ଭୂତାଣୁ ମଧ୍ୟରେ ସଙ୍ଘର୍ଷ ଯୋଗୁଁ ଶରୀରର ତାପମାତ୍ରା ବୃଦ୍ଧି ପାଉଛି। ଏଥିରେ ଚିନ୍ତା କରିବାର ନାହିଁ। କିନ୍ତୁ ଯେଉଁମାନଙ୍କର ଟିକାକରଣ ହୋଇନାହିଁ ସେମାନଙ୍କ ପ୍ରତି ବିପଦ ରହିଥିବା କୁହାଯାଉଛି। ତେବେ ଦୁଇ ଦିନ ପର୍ଯ୍ୟନ୍ତ ଜ୍ୱର ଲାଗି ରୁହେ ତେବେ କୋରୋନା ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି।