ଓମ୍ୱାଡସି ପାଣ୍ଠିର ତଦାରଖ, ଓଡିଶା ଗସ୍ତରେ କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି
Advertisement

ଓମ୍ୱାଡସି ପାଣ୍ଠିର ତଦାରଖ, ଓଡିଶା ଗସ୍ତରେ କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି

ଓଡିଶା ଗସ୍ତରେ ୪ ଜଣିଆ କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । ଓଡିଶା ଖଣିଜ ଅଞ୍ଚଳ ବିକାଶ ପାଣ୍ଠି ନିଗମ(ଓମ୍ୱାଡସି) ପାଣ୍ଠି ବିନିଯୋଗର ତଦାରଖ କରିବାକୁ ଆସିଛନ୍ତି ଏହି ଟିମ । ରାଜ୍ୟର ଖଣି କାରବାର ବାବଦରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗୀୟ ସଚିବଙ୍କ ସହ ଅଲୋଚନା କରିଛନ୍ତି । 

ଫାଇଲ ଫଟୋ

ଭୁବନେଶ୍ୱର: ଓଡିଶା ଗସ୍ତରେ ୪ ଜଣିଆ କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । ଓଡିଶା ଖଣିଜ ଅଞ୍ଚଳ ବିକାଶ ପାଣ୍ଠି ନିଗମ(ଓମ୍ୱାଡସି) ପାଣ୍ଠି ବିନିଯୋଗର ତଦାରଖ କରିବାକୁ ଆସିଛନ୍ତି ଏହି ଟିମ । ରାଜ୍ୟର ଖଣି କାରବାର ବାବଦରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗୀୟ ସଚିବଙ୍କ ସହ ଅଲୋଚନା କରିଛନ୍ତି । 

ମଙ୍ଗଳବାର ସିଇସି ଅଧ୍ୟକ୍ଷ ପିଭି ଜୟକ୍ରିଷ୍ଣନଙ୍କ ନେତୃତ୍ୱରେ ୭ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ ।  ଏବେସୁଦ୍ଧା ଖଣିଜ ସମ୍ପଦ ଭରା ଜିଲ୍ଲାରେ ଲୋକଙ୍କୁ ବାସଗୃହ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଭିତ୍ତିଭୂମି ନିର୍ମାଣ ପାଇଁ ଓମ୍ୱାଡସି ହାତକୁ ନେଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଏହି କମିଟିକୁ ଅବଗତ କରିଥିଲେ ସରକାର । ଆଜି ସିଇସି ଟିମ୍ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ କରି ଏହି ପାଣ୍ଠିର ଖର୍ଚ୍ଚ କିପରି ଓ କେଉଁ କ୍ଷେତ୍ରରେ ହୋଇଛି, ତାର ସମୀକ୍ଷା କରିବେ । 

ରାଜ୍ୟରେ ବେଆଇନ ଖଣି କାରବାର ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଖଣି ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ପାଣ୍ଠି ଆରମ୍ଭ ହୋଇଥିଲା । ବିଶେଷ କରି ଖଣି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ରାସ୍ତାଘାଟ, ପିଇବା ପାଣି ସହିତ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏବେ ସୁଦ୍ଧା ଏହି ପାଣ୍ଠିରେ ୧୬ହଜାର କୋଟି ଟଙ୍କା ଆସିଛି ଏବଂ ଏଥିରୁ ୧୦ହଜାର କୋଟି ଟଙ୍କାର ପ୍ରକଳ୍ପ ଆସିଛି । ବିଭିନ୍ନ ଜିଲ୍ଲାରୁ ବାକି ପ୍ରକଳ୍ପ ଆସିଲେ ଏହା ଖର୍ଚ୍ଚ କରାଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ସଚିବ ଦେଓ ରଂଜନ ସିଂହ ।