କାହିଁକି ଟ୍ରେଣ୍ଡ କରୁଛି #BoycottNetflix?
Advertisement

କାହିଁକି ଟ୍ରେଣ୍ଡ କରୁଛି #BoycottNetflix?

ପୁଣି ବିବାଦରେ ଲୋକ ପ୍ରିୟ ଓଟିଟି ପ୍ଲାଟଫର୍ମ Netflix। ୱେବ ସିରିଜ 'A Suitable Boy'ର ଏକ ଏପିସୋଡକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଟ୍ୱିଟରରେ ଏବେ ଟ୍ରେଣ୍ଡ ଚାଲିଛି #BoycottNetflix।

A Suitable Boy

ନୂଆଦିଲ୍ଲୀ: ମୀରା ନାୟାରଙ୍କ ନିର୍ଦ୍ଦେଶିତ Netflix ସିରିଜ୍ 'A Suitable Boy'ର ଏକ ଚୁମ୍ବନ ଦୃଶ୍ୟକୁ ନେଇ ଆଜି ସକାଳୁ ଟ୍ୱିଟରରେ #BoycottNetflix ଟ୍ରେଣ୍ଡ କରୁଛି। ୟୁଜର୍ସ ନିଜ ସ୍ମାର୍ଟଫୋନରୁ Netflix ଆପ ଅନଇନଷ୍ଟଲ କରିବାକୁ ଦାବି କରୁଛନ୍ତି। Netflix ଆନ୍ତଃଧର୍ମ ବିବାହକୁ ପ୍ରୋତ୍ସାହିତ କରୁଛି। ଏପରି କି ତବୁ, ଇଶାନ ଖଟ୍ଟର ଏବଂ ତାନିଆ ମାଣିକତାଲାଙ୍କ ଅଭିନୀତ 'A Suitable Boy' ହିନ୍ଦୁଙ୍କ ଧାର୍ମୀକ ଭାବନାକୁ ଆହତ କରିଥିବା ଅଭିଯୋଗ ହୋଇଛି।

Netflixରେ ପ୍ରସାରିତ 'A Suitable Boy'କୁ ନୁହେଁ ବରଂ ଏହାର ଏକଳ ଗୋଟିଏ ଏପିସୋଡକୁ ନେଇ ବିବାଦ ଆରମ୍ଭ ହୋଇଛି। ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ନିର୍ଦ୍ଧିଷ୍ଟ ସିରିଜରେ ୩ଟି ଚୁମ୍ବନର ସିନ ରହିଛି। ଯାହା ଏକ ହିନ୍ଦୁ ମନ୍ଦିରରେ ସୁଟିଂ କରାଯାଇଛି। ଆଉ ଏହାକୁ ହିନ୍ଦୁଙ୍କ ଧାର୍ମୀୟ ଭାବନାକୁ ଆହତ କରୁଥିବା ଅଭିଯୋଗ ହୋଇଛି। 

ଅନ୍ୟପଟେ, ତାନିଆ ମାଣିକତାଲାଙ୍କ ଚରିତ୍ର ଲତା ଓ ଦାନେଶ ରଜଭିଙ୍କୁ କବୀର ଦୁରାନୀ ଭାବେ ସିରିଜରେ ଚରିତ୍ରିତ କରାଯାଇଛି। ତେବେ ଏହି ଦୁହେଁ ଅର୍ଥାତ ଜଣେ ହିନ୍ଦୁ ଯୁବତୀ ଏବଂ ମୁସଲମାନ ଯୁବକଙ୍କ ପ୍ରେମ ଦୃଷ୍ୟକୁ ମନ୍ଦିର ପରିସରରେ ଦେଖାଯାଇଛି। ସେମାନେ ସେଠାରେ କ୍ରମାନ୍ୱୟ ଭାବେ ଚୁମ୍ବନ ଦେଉଥିବାର ଏକାଧିକ ସିନ ଅଛି। ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଜାତ ହୋଇଛି। Netflix ଆନ୍ତଃଧର୍ମ ବିବାହକୁ ପ୍ରୋତ୍ସାହିତ କରୁଥିବା ନେଇ ସେମାନେ ପ୍ରଡୋକ୍ସନ ସଂସ୍ଥା ବିଧୋରରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢନ୍ତୁ- କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଏହି ଖୁସି ଖବର ଦେବେ ମୋଦି ସରକାର! ପେନସନଭୋଗୀ ମଧ୍ୟ ହେବେ ଉପକୃତ

ଏହି ସମୟରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ମନ୍ଦିର ପ୍ରାଙ୍ଗଣରେ ଏଭିଳି ଦୃଷ୍ୟ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ। ବିବାଦୀୟ ବିଷୟବସ୍ତୁକୁ ଦେଖିବା ପାଇଁ ସେ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସିନର ଉଦ୍ଦେଶ୍ୟ କଣ ଜାଣିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ମିଶ୍ର କହିଛନ୍ତି।

ସେପଟେ ବିଜେପି ନେତା ଗୌରବ ଗୋଏଲ ମଧ୍ୟ  #BoycottNetflix ଅଭିଯାନକୁ ସମର୍ଥନ କରିଛନ୍ତି। ସେ ନିଜ ଟ୍ୱିଟରେ 'A Suitable Boy' ନାମକରଣ ଉପରେ ଆପତ୍ତି ଜଣାଇଛନ୍ତି। ଯଦି କୌଣସି ଓଟିଟି ପ୍ଲାଟଫର୍ମ ସୁଚିନ୍ତିତ ଭାବରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରୁଛି, ତେବେ ଆଇପିସିର ଧାରା 295A ଅନୁଯାୟୀ ପୋଲିସ କିମ୍ବା ସ୍ଥାନୀୟ କୋର୍ଟରେ ଅଭିଯୋଗ ଦାଖଲ କରନ୍ତୁ। ଆଇନ ଏପରି ଅପରାଧୀଙ୍କ ଉପରେ କାଯ୍ୟାନୁଷ୍ଠାନ ନେବ ବୋଲି ଗୌରବ ଗୋଏଲ କହିଛନ୍ତି।

ସୂଚନାଯୋଗ୍ୟ, ବିକ୍ରମ ସେଠଙ୍କ ୧୯୯୩ର ଉପନ୍ୟାସ ଉପରେ 'A Suitable Boy'ଆଧାରିତ। ଏଥିରେ ୧୯୫୧ ମସିହାର ଭାରତୀୟ ସମାଜର କାହାଣୀ ବର୍ଣ୍ଣନା କରାଯାଇଛି। ଯେଉଁଠି ଜଣେ ଉତ୍ସାହୀ ସାହିତ୍ୟ ଛାତ୍ରୀ ଲତା ଏବଂ ତାଙ୍କ ଜୀବନରେ ଦଖଲ କରୁଥିବା ମାଁଙ୍କର ଯାତ୍ରା ବିଷୟରେ ଅନୁସନ୍ଧାନ କରାଯାଇଛି। କାହାଣୀରେ ଦର୍ଶକଙ୍କୁ ଲତା ହୃଦୟ ଜୀତିବା ପାଇଁ ତିନି ଜଣ ପୁରୁଷଙ୍କ ସହ ରୋମାନ୍ସ, କରୁଥିବାର ଦେଖିବାକୁ ମିଳିବ।