ସଂଘର୍ଷର ସତ କାହାଣୀ; ୱାସିରୁ ବିଶ୍ଵ ରେକର୍ଡ
Advertisement

ସଂଘର୍ଷର ସତ କାହାଣୀ; ୱାସିରୁ ବିଶ୍ଵ ରେକର୍ଡ

ଫିଲ୍ମ ଦୁନିଆରେ ଗଡ ଫାଦର (God Father) ନଥିବା କୌଣସି ବି ଲୋକକୁ ଯେମିତି କଷ୍ଟ ସହିବାକୁ ପଡେ, ସେ ବି ସେହି ସବୁ କଷ୍ଟ କରିବା ଆରମ୍ଭ କରି ଦେଇଥିଲେ। ସଂଗୀତ ନିଶା ଏତିକି ଥିଲା ଯେ, କୋଲକାତାରୁ ମୁମ୍ବାଇ ଆସି ସେ ନିର୍ଦ୍ଦେଶକମାନଙ୍କ କାର୍ଯ୍ୟାଳୟର ଦୁଆର ଦୁଆରକୁ କାମ ପାଇଁ ଯାଉଥିଲେ। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମାୟା ନଗରୀ ମୁମ୍ବାଇ! ଏଠିକି ସମସ୍ତେ ଆସନ୍ତି ନିଜର ସ୍ବପ୍ନର ବଲିଉଡକୁ ଜିଇଁବା ପାଇଁ। କେହି ହାରି ଯାଆନ୍ତି, କେହି କେହି ସଙ୍ଘର୍ଷ କରି ସଫଳ ମଧ୍ୟ ହୁଅନ୍ତି। ଆଉ କେତେଜଣ ସୃଷ୍ଟି କରିଯାଆନ୍ତି ସ୍ୱର୍ଣ୍ଣିମ ଇତିହାସ। ଏମିତି ଜଣେ ଗାୟକ ହିନ୍ଦୀ ସିନେମା ଜଗତରେ ପ୍ଲେ ବ୍ୟାକ  ସିଂଗର ହେବାର ସ୍ବପ୍ନ ନେଇ ମୁମ୍ବାଇ ସହରରେ ପାଦ ଦେଇଥିଲେ। ଆଉ ଆଜି ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଲଗାତାର ୫ଟି ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ଜିତିଛନ୍ତି।

ଫିଲ୍ମ ଦୁନିଆରେ ଗଡ ଫାଦର (God Father) ନଥିବା କୌଣସି ବି ଲୋକକୁ ଯେମିତି କଷ୍ଟ ସହିବାକୁ ପଡେ, ସେ ବି ସେହି ସବୁ କଷ୍ଟ କରିବା ଆରମ୍ଭ କରି ଦେଇଥିଲେ। ସଂଗୀତ ନିଶା ଏତିକି ଥିଲା ଯେ, କୋଲକାତାରୁ ମୁମ୍ବାଇ ଆସି ସେ ନିର୍ଦ୍ଦେଶକମାନଙ୍କ କାର୍ଯ୍ୟାଳୟର ଦୁଆର ଦୁଆରକୁ କାମ ପାଇଁ ଯାଉଥିଲେ। ଆଉ ଶେଷରେ ବୁଝିବାକୁ ପାଇଲେ ଯେ, ସଫଳତା ଏଠି ଏତେ ଶୀଘ୍ର ମିଳେ ନାହିଁ। କିନ୍ତୁ ସେ ହାରି ନଯାଇ, ପ୍ରଚେଷ୍ଟା ଜାରି ରଖିଲେ। କିଛିଦିନ ଭିତରେ ମୁମ୍ବାଇ (Mumbai) ର ୱାସିର ଗୋଟିଏ ବାରରେ ଗୀତ ଗାଇବାର ସୁଯୋଗ ମିଳିଗଲା।  ତା ସହିତ ରହିବା, ଖାଇବାର ମଧ୍ୟ ଯୋଗାଡ଼ ହେଇଗଲା।

Also Read: ନାନାଙ୍କ ଜାଗା ନେଇଗଲେ ଅଜୟ; କେଉଁଠି, କେମିତି?

ମୁମ୍ବାଇ ଆସି ନିଜର ଷ୍ଟ୍ରଗଲ ସମୟରେ ଏତିକି ହୋଇଗଲେ ଜଣେ କଳାକାରକୁ ବହୁତ ଆଶ୍ବସ୍ତି ମିଳିଥାଏ। ଠିକ ସେହି ସମୟରେ ସେ ଜାଣିବାକୁ ପାଇଲେ ଯେ, ମୁମ୍ବାଇର ହୋଟେଲରେ ବି କଳାକାରମାନେ (Artists) ସଂଗୀତ ପରିବେଷଣ କରନ୍ତି। ବାସ ପୁଣି ଆରମ୍ଭ ହେଲା ହୋଟେଲ ପଛରେ ଦୌଡ଼ା। ବହୁତ ହୋଟେଲ ମାଲିକ ସିଧା ମନାକରିଦେଲେ ଯେ "ଭାଇ ତୁମକୁ ନେଲେ ଯିଏ ପୂର୍ବରୁ ଗାଉଛନ୍ତି ତାଙ୍କର କଣ କରିବୁ?" ନେହୁରା ହୋଇ ଏ କଳାକାର କହିଥିଲେ "ଥରଟିଏ  ସୁଯୋଗ ଦେଇ ଦେଖନ୍ତୁ"। 

ଆଉ ଦିନେ ତାଙ୍କ ଅନୁରୋଧ ରକ୍ଷା କରି ଜଣେ ମାଲିକ ତାଙ୍କୁ ସୁଯୋଗ ଦେଇଥିଲେ। ବାସ.. କିଛି ସମୟ ଭିତରେ, ଏ କଳାକାର ଗାଇ ଥିଲେ ତାଙ୍କ  ଗୀତ। ଆଉ ତାଙ୍କ ଗୀତ ଶୁଣି ଅତିଥୀମାନେ ମନ୍ତ୍ରମୁଗ୍ଧ ହୋଇ ରହିଯାଇଥିଲେ। ପୁଣି କରତାଳିର ଶବ୍ଦରେ ସେ  ହୋଟେଲ ରୁମ୍ କମ୍ପି ଉଠିଥିଲା। ଆଉ ଟିପ୍ସ ବି ଆସିବା ଆରମ୍ଭ ଇଯାଇଥିଲା। ଯେତେବେଳେ ଗାୟକ ମାଲିକଙ୍କ ପାଖକୁ ଯାଇଥିଲେ ମାଲିକ ଅତ୍ୟନ୍ତ ଉତ୍ସାହିତ ହୋଇ କହିଥିଲେ "କୁଆଡେ  ଆସୁଛ ବଂଧୁ .. ଯାଅ ଆହୁରି ଗାଅ... ଏ ମଞ୍ଚ ତୁମର..." ସେଦିନ ଏହି ଗାୟକ ନିଜର ଅସଲି ନାମ କେଦାର ନାଥ ଭଟ୍ଟାଚାର୍ଯ୍ୟ ନାଁରେ ସଂଗୀତ ପରିବେଷଣ କରୁଥିଲେ। ଆଉ ସେ ଆଜି ଆପଣଙ୍କର ପ୍ରିୟ ସିଙ୍ଗର କୁମାର ସାନୁ।

Also Read: ବିଶ୍ଵରେ ଧୂମ୍, ନେପାଳରେ ହଙ୍ଗାମା !

ସେହିଦନ ଆରମ୍ଭ ହୋଇଥିବା ଯାତ୍ରା ଦେଇଚାଲିଲା ନାମ, ସୁନାମ, ସମ୍ମାନ, ପୁଣି ଧନ ଦୌଲତ। ଖାଲି ସେତିକି ନୁହେଁ କୁମାର ସାନୁ (Kumar Sanu) କ୍ରମାଗତ ଭାବରେ ୫ ଥର ଫିଲ୍ମ ଫେୟାର ପୁରସ୍କାରର ସମ୍ମାନ ପାଇ guinness book of  world  recordsରେ ନିଜ ନାମ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଅଛନ୍ତି। ପୁଣି ଗୋଟିଏ ଦିନରେ ୨୮ଟି ଗୀତ ରେକର୍ଡିଙ୍ଗ କରି  ନିଜ ନାମରେ ବିଶ୍ୱ ରେକର୍ଡ କରିଛନ୍ତି। ଯହାକୁ ଆଜି ପର୍ଯ୍ୟନ୍ତ କିଏ ଭାଙ୍ଗି ନାହାନ୍ତି। ଏପରିକି ଆମେରିକାରେ ୩୧ ମାର୍ଚ୍ଚକୁ କୁମାର ସାନୁ ଦିବସ ଭାବେ ପାଳନ କରିଯିବାକୁ ଘୋଷଣା କରାଯାଇଛି। ଯାହାକି ଜଣେ ଭାରତୀୟ ଗାୟକଙ୍କୁ ଏକ ଅଦ୍ଵିତୀୟ ସମ୍ମାନ। 

କୁମାର ସାନୁ କେବଳ ଭାରତ ନୁହଁ ବିଦେଶରେ ମଧ୍ୟ ଖୁବ ଲୋକପ୍ରିୟ। ସେ ଭାରତର ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି। ସଂଗୀତ ଦୁନିଆଁକୁ ନିଜର ଅବଦାନ ଯୋଗୁଁ ତାଙ୍କୁ ୨୦୦୯ରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ଏପରି କି କୁମାର ସାନୁଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ବାବାସାହେବ ଆମ୍ବେଦକର ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଛି। ୨୦୦୪ରେ କୁମାର ସାନୁ BJPରେ ଯୋଗଦେଇ ରାଜନୀତିକୁ ଆସିଥିଲେ। କିନ୍ତୁ ଏହାର କିଛି ଦିନ ପରେ ସେ ଇସ୍ତଫା ମଧ୍ୟ ଦେଲେ। କିନ୍ତୁ ୧୦ ବର୍ଷ ପରେ ପୁଣି ଥରେ ପଦ୍ମ ପଙ୍କକୁ ଡିଆଁ ମାରିଲେ। 

Also Read: Bollywoodକୁ କଲବଲ କରୁଛି କୋରୋନା, ବିକ୍କିଙ୍କ ପରେ କ୍ୟାଟ୍ ପଜିଟିଭ୍

କୁମାର ସାନୁ ୧୯୮୬ ମସିହାରେ ବାଂଲାଦେଶୀ ଫିଲ୍ମ 'ତିନ କନ୍ୟା'ରୁ ନିଜର ପ୍ଲେ ବ୍ୟାକ୍ ସିଙ୍ଗର କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ସେ ସାନୁ ଭଟ୍ଟାଚାର୍ଯ୍ୟ ନାମରେ ପରିଚିତ ଥିଲେ। ୧୯୮୯ରେ ସେ ହିରୋ ହିରାଲାଲ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଲେ। ଜଗଜୀତ ସିଂହ ସେହି ବ୍ୟକ୍ତ ଯିଏ କେଦାରନାଥ ଭଚ୍ଚାଚାର୍ଯ୍ୟଙ୍କ କାୟାକଳ୍ପ ବଦଳାଇ ଦେଇଥିଲେ। ୧୯୮୯ ସେପ୍ଟେମ୍ବର ୨୩ ଜଗଜୀତ ସିଂହ, କେଦାରନାଥଙ୍କୁ କଲ୍ୟାଣଜୀଙ୍କ ସହ ସାକ୍ଷାତ କରାଇଥିଲେ। ଆଉ ଫିଲ୍ମ ଯାଦୁଗରରେ ତାଙ୍କୁ ଗାଇବାର ସୁଯୋଗ ମିଳିଥିଲା। କେବଳ ସେତିକି ନୁହଁ ଜଗଜୀତ ସିଂହ ହିଁ କେଦାରନାଥ ଭଚ୍ଚାଚାର୍ଯ୍ୟ ନାମ ବଦଳାଇ କୁମାର ସାନୁ ରଖିବାକୁ ପରାମର୍ଶ ଦେଇଥିଲେ।

ତେବେ ଏତେ ସଫଳତାର ଅଧିକାରୀ ହୋଇଥିଲେ ମଧ୍ୟ ଜହ୍ନରେ କଳଙ୍କ ପରି କୁମାର ସାନୁଙ୍କ ବୈବାହିକ ଜୀବନ କଟିଛି। ଅଶି ଦଶକର ମଧ୍ୟ ଭାଗରେ ସେ ରିତା ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଥିଲେ। ତାଙ୍କ ଔସରରୁ ୩ଟି ପୁତ୍ର ସନ୍ତାନ ଜେସି, ଜିକୋ ଏବଂ ଜାନ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ ସାନ ପୁଅ ଜାନ ଯେତେବେଳେ ଗର୍ଭରେ ଥିଲା ସେତେବେଳେ ରିତାଙ୍କୁ ଛାଡି କୁମାର ସାନୁ ଚାଲିଗଲେ। ତାଙ୍କର ଏହି ପାରିବାରିକ କଳହ ପଛରେ ଅନୈତିକ ସମ୍ପର୍କକୁ ଦାୟୀ କରାଯାଏ।

Also Read: ରେଖାଙ୍କ ନଖରା; ସୁଟିଂ କଲେ, ଡବିଙ୍ଗ୍ ପାଇଁ ଆସିଲେ ନାହିଁ

କୁମାର ସାନୁଙ୍କ ସମ୍ପର୍କ ଅଭିନେତ୍ରୀ ମୀନାକ୍ଷୀ ସେଶାଦ୍ରୀଙ୍କ ସହ ଥିଲା। ଯାହାକୁ ପରବର୍ତ୍ତୀ ସମୟରେ ତାଙ୍କ ସେକ୍ରେଟାରୀ ସ୍ପଷ୍ଚ କରିଥିଲେ। ମହେଶ ଭଟ୍ଟଙ୍କ ଫିଲ୍ମ ଜୁର୍ମରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପରେ ଉଭୟେ ଏକାଠି ରହିଲେ। ଏହି ଘଟଣାକୁ ନେଇ କୁମାର ସାନୁ ଓ ପତ୍ନୀ ରିତାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ପରେ ଉଭୟଙ୍କ ଛାଡ଼ପତ୍ର ହେଲା ଓ କୁମାର ସାନୁ ମୀନାକ୍ଷୀଙ୍କ ସହ ରହିଲେ। ଏହି ଦାମ୍ପତ୍ୟ ଜୀବନ ମଧ୍ୟ ଅଧିକ ଦିନ ତିଷ୍ଟି ରହିଲା ନାହିଁ।

୧୯୯୫ରେ ହିରିସ ମୌସୁର ନାମକ ଜଣେ ବ୍ୟବସାୟୀ ସହ ଅଭିନେତ୍ରୀ ମୀନାକ୍ଷୀଙ୍କ ବିବାହ ହେଲା। ଆଉ କୁମାର ସାନୁ, ସାଲୋନୀ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କଲେ। ଏବେ କୁମାର ସାନୁ ଓ ସାଲୋନୀଙ୍କ ଦୁଇଟି ଝିଅ ଅଛନ୍ତି, ଜଣଙ୍କର ନାମ ଶାନୋନ ଓ ଅନ୍ୟ ଜଣଙ୍କର ନାମ ଆନା। ବିଗବସ୍ ୧୪ରେ କୁମାର ସାନୁ ଓ ତାଙ୍କ ପୂର୍ବପତ୍ନୀ ରିତାଙ୍କ ସାନ ପୁଅ ଜାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଯହାକୁ ନେଇ ପରବର୍ତ୍ତୀ ସମୟରେ କୁମାର ସାନୁ କ୍ଷମା ମାଗିଥିଲେ।