ଡ୍ରାମା କ୍ୱିନ ରାକ୍ଷୀଙ୍କ ଡ୍ରାମା: ସାମ୍ପୁ କଣ୍ଡିସନର ଲଗାଇ ଗାଧୋଇଦେଲେ ବିଗ୍ ବସ କଣ୍ଟେନଷ୍ଟେଣ୍ଟ
Advertisement

ଡ୍ରାମା କ୍ୱିନ ରାକ୍ଷୀଙ୍କ ଡ୍ରାମା: ସାମ୍ପୁ କଣ୍ଡିସନର ଲଗାଇ ଗାଧୋଇଦେଲେ ବିଗ୍ ବସ କଣ୍ଟେନଷ୍ଟେଣ୍ଟ

ପ୍ରତିଟି ଏପିସୋଡରେ ରାକ୍ଷୀଙ୍କୁ କିଛି ଅଜବ ଦଜବ କାରନାମା କରୁଥିବାର ଦେଖିବାକୁ ମିଳିଛି । ହେଲେ କିଛିଦିନ ତଳେ ଏକ ଏପିସୋଡରେ ପୁରା ଖୁଲମଖୁଲା ବିଗବସ୍ ଗ୍ରାଉଣ୍ଡରେ ରାକ୍ଷୀ ସାୱନ୍ତଙ୍କ ଗାଧୋଇବାର ସିନ୍ ଏବେ ସାମ୍ନାକୁ ଆସିଛି ।

ଡ୍ରାମା କ୍ୱିନ ରାକ୍ଷୀଙ୍କ ଡ୍ରାମା: ସାମ୍ପୁ କଣ୍ଡିସନର ଲଗାଇ ଗାଧୋଇଦେଲେ ବିଗ୍ ବସ କଣ୍ଟେନଷ୍ଟେଣ୍ଟ

ମୁମ୍ବାଇ; ଟେଲିଜଗତର ଲୋକପ୍ରିୟ ରିୟାଲିଟି ସୋ ବିଗ୍ ବସ କୁ ନେଇ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ । ପ୍ରତିଟି ସିଜିନ୍ ରେ ଦେଖିବାକୁ ମିଳେ କିଛି ନୂଆ ନୂଆ ଟ୍ୱିଷ୍ଟ । ସେପଟେ ଏହି ରିୟାଲିଟି ସୋର ଟିଆରପିକୁ ନେଇ ବି ସବୁବେଳେ ଚର୍ଚ୍ଚା ଚାଲିଥାଏ । ଚଳିତ ଥରର ସିଜିନରେ ବେଶ୍ ଏଣ୍ଟରଟେନ କରୁଛନ୍ତି ବଲିଉଡ ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ । ପ୍ରତିଟି ଏପିସୋଡରେ ରାକ୍ଷୀଙ୍କୁ କିଛି ଅଜବ ଦଜବ କାରନାମା କରୁଥିବାର ଦେଖିବାକୁ ମିଳିଛି । ହେଲେ କିଛିଦିନ ତଳେ ଏକ ଏପିସୋଡରେ ପୁରା ଖୁଲମଖୁଲା ବିଗବସ୍ ଗ୍ରାଉଣ୍ଡରେ ରାକ୍ଷୀ ସାୱନ୍ତଙ୍କ ଗାଧୋଇବାର ସିନ୍ ଏବେ ସାମ୍ନାକୁ ଆସିଛି ।

ସୂଚନାନୁସାରେ, ରାକ୍ଷୀ ସାୱନ୍ତ ( Rakhi sawant) ଘରର ବାଥରୁମରେ ନଗାଧୋଇ ବାହାରେ ଥିବା ସୁଇମିଂପୁଲରେ ଗାଧୋଉଛନ୍ତି । ଆଉ ତାଙ୍କ ମୁଣ୍ଡରେ ସାମ୍ପୁ (Shampoo) ସହ କଣ୍ଡିସନ (Conditioner)ର ଲଗାଇବାରେ ସାହାଯ୍ୟ କରୁଛନ୍ତି ବିଗ୍ ବସ୍ ହାଉସର (Bigg Boss) ଅନ୍ୟ ୨ ସଦସ୍ୟ ରାହୁଲ ବୈଦ୍ଦା (Rahul Vaidya)ଓ ଅଲ୍ଲୀ ଗୋନି (Ali Goni)। ପ୍ରକୃତରେ ଘଟଣାଟି ଏମିତି,  ବିଗ୍ ବସ୍ ର ସଦସ୍ୟଙ୍କ ଠାରୁ ସମସ୍ତ ସୁବିଧା ଛଡ଼ାଇ ନିଆଯାଇଛି ଯେଉଁଥିରେ ସେମାନଙ୍କ ବାଥରୁମ୍ (BathRoom) ମଧ୍ୟ ଜବତ କରାଯାଇଛି । ଯାହା ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଗାଧୋଇବା ସମସ୍ୟା, କିନ୍ତୁ ରାକ୍ଷୀ ଏହି ସମସ୍ୟାକୁ ଚୁଟକିରେ ସମାଧାନ କରି ଖୁବ୍ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି ।

Also Read: ବିରାଟ କୋହଲିଙ୍କୁ ଝଟକା: ନୋଟିସ କଲେ କେରଳ ହାଇକୋର୍ଟ

ବିଗ୍ ବସ୍ ର  (Bigg Boss) ଏକ ଭିଡିଓ କ୍ଲିପ୍ (Video Clip) ଭାଇରାଲ୍ ହେଉଛି ଯେଉଁଥିରେ, ରାକ୍ଷୀ ଘରର ଗ୍ରାଉଣ୍ଡରେ ଗାଧୋଇବାକୁ ବସିଛନ୍ତି । କେଶକୁ ସାମ୍ପୁ କରିବା ଆରମ୍ଭ କରିବା ପରେ ତାଙ୍କୁ ସାହାଯ୍ୟ କରିଥିଲେ ଅନ୍ୟ ସାଥୀ ।,ରାହୁଲ ତାଙ୍କ କେଶରେ ସାମ୍ପୁ ଲଗାଇବା ଏବଂ ରାକ୍ଷୀଙ୍କ କେଶରେ ପାଣି ଢାଳୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ସମୟରେ ଅଲିଙ୍କର ମଧ୍ୟ ଏକ ଏଣ୍ଟ୍ରି ହୋଇଛି ଯାହା ବାଦ୍ ରାକ୍ଷୀ କହିଛନ୍ତି ଯେ, ଅଲି ତାଙ୍କ କେଶରେ କଣ୍ଡିସନର ଲଗାଇଦେବେ । ଏହି ସମୟରେ ରାକ୍ଷୀ, ଅଲି ଏବଂ ରାହୁଲ ବହୁତ ମଜା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ରାହୁଲ ଏକ ଗୀତ ଗାଉଛନ୍ତି ।

Also Read: Oscar ରେସରେ ତାମିଲ ଫିଲ୍ମ 'Soorarai Pottru'

କେବଳ ଏତିକି ନୁହେଁ, ରାହୁଲ ବୈଦ୍ଦା (Rahul Vaidya) କହୁଛନ୍ତି ଯେ, ଆଜି ଆମର ଭାଗ୍ୟ ଖୋଲିଗଲା । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଗବସ୍ (Bigg Boss) ରେ ରାକ୍ଷୀ ପ୍ରତିଦିନ କିଛିନା କିଛି ନୂଆ କରୁଥିବା ଦୃଶ୍ୟ ଦେଖାଯାଉଛି ଏବଂ ଏହି କାରଣରୁ ବିଗ୍ ବସ୍ ରେ ଦର୍ଶକ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।