ଏଥର ଜଳିବନି ରାବଣ !
Advertisement

ଏଥର ଜଳିବନି ରାବଣ !

ଛୁଇଁଛି ଶରତ। ହସୁଛି କାଶତଣ୍ଡି। ଧରାଧାମରେ ମା' ଦୁର୍ଗତୀନାଶିନୀଙ୍କ ଅବତରଣ ପରେ ଧରାଧାମ ବି ହସୁଛି। କିନ୍ତୁ କୋରୋନା କାଳରେ ଏହି ପାର୍ବଣ ଋତୁରେ ହଜିଛି ଖୁସିର ମାହୋଲ। ଫିକା ପଡ଼ିଛି ଏହି ପାର୍ବଣ ଋତୁ। ବଡ଼ ବଡ଼ ପେଣ୍ଡାଲ ପରିବର୍ତ୍ତେ ଛୋଟ ଛୋଟ ପେଣ୍ଡାଲରେ ପୂଜା ପାଉଛନ୍ତି ମା'। 

ଏଥର ଜଳିବନି ରାବଣ !

ଭୁବନେଶ୍ୱର: ଛୁଇଁଛି ଶରତ। ହସୁଛି କାଶତଣ୍ଡି। ଧରାଧାମରେ ମା' ଦୁର୍ଗତୀନାଶିନୀଙ୍କ ଅବତରଣ ପରେ ଧରାଧାମ ବି ହସୁଛି। କିନ୍ତୁ କୋରୋନା କାଳରେ ଏହି ପାର୍ବଣ ଋତୁରେ ହଜିଛି ଖୁସିର ମାହୋଲ। ଫିକା ପଡ଼ିଛି ଏହି ପାର୍ବଣ ଋତୁ। ବଡ଼ ବଡ଼ ପେଣ୍ଡାଲ ପରିବର୍ତ୍ତେ ଛୋଟ ଛୋଟ ପେଣ୍ଡାଲରେ ପୂଜା ପାଉଛନ୍ତି ମା'। କେବଳ ରୀତିନୀତି ଅନୁଯାୟୀ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଉଛି। 

ଅଧିକ ପଢନ୍ତୁ: ନୂଆବର୍ଷରେ ରୁପାଦ୍ୱାରରେ ଝଲସିବ ଶ୍ରୀମନ୍ଦିର

ସେପଟେ ଏହି ପୂଜୋତ୍ସବ ସମୟରେ ବ୍ୟବସାୟର ଆଶା ରଖିଥିବା ଛୋଟଛୋଟ ବ୍ୟବସାୟୀମାନେ ମଧ୍ୟ ନିରାଶ ହୋଇଛନ୍ତି। ସେମାନେ ବ୍ୟବସାୟ ମଧ୍ୟ ହରାଇଛନ୍ତି। ଭକ୍ତମାନଙ୍କୁ ପୂଜା ମଣ୍ଡପକୁ ଆସିବାକୁ ମଧ୍ୟ ବାରଣ କରାଯାଇଛି। ଫଳରେ ନୈରାଶ୍ୟଜନକ ମାହୋଲ ସୃଷ୍ଟି ହୋଇଛି। ଭର୍ଚୁଆଲ ବ୍ୟବସ୍ଥାରେ ଭକ୍ତମାନେ ମା'ଙ୍କର ଦର୍ଶନ କରିବେ। 

ସେପଟେ ଏହି ରଙ୍ଗହୀନ ପାର୍ବଣ ଋତୁର ପ୍ରମୁଖ ପର୍ବ ରାବଣପୋଡ଼ି ଉତ୍ସବକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଛିଡ଼ା ହୋଇଛି। କଟକଣା ମଧ୍ୟରେ ଏହାକୁ ପାଳନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କୋରୋନା କାଳରେ ରାବଣ ପ୍ରସ୍ତୁତ କରୁଥିବା ଶ୍ରମିକମାନଙ୍କ ପାଇଁ ରୋଜଗାରର ପନ୍ଥା ହଜିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡ଼ି ଉତ୍ସବ ପାଳନ ହେଉଥିବା ବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ବର୍ଷ ଏହାକୁ ବନ୍ଦ କରିବାର ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ: ଲଘୁଚାପ ଘନୀଭୂତ, ଆଗାମୀ ୨୪ ଘଣ୍ଟା ବର୍ଷିବ

ସୂଚନା ଯୋଗ୍ୟ ରାଜ୍ୟରେ ବିଶେଷ କରି କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜାକୁ ବେଶ ଯାକଜକମରେ ପାଳନ କରାଯାଇଥାଏ। ଉଭୟ ସହରରେ ଶହେରୁ ଊର୍ଦ୍ଧ୍ୱ ପୂଜା ପେଣ୍ଡାଲରେ ମା'ଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କର ଦର୍ଶନ କରିଥାନ୍ତି। ବିଶେଷ କରି ରାବଣପୋଡ଼ି ଉତ୍ସବ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କର ଭିଡ଼ ଜମିଥାଏ। ତେବେ ଏହି ସମୟରେ ସଂକ୍ରମଣର ମାତ୍ରା ବ୍ୟାପକ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ଏହାକୁ ବନ୍ଦ କରାଯିବାର ସମ୍ଭାବନା ରହିଛି। 

ସେହିପରି ରାଜ୍ୟ ବ୍ୟତୀତ ଦେଶର ଅନେକ ସ୍ଥାନରେ କୋରୋନା ପାଇଁ ରାବଣପୋଡ଼ି କାର୍ଯ୍ୟକୁ ବାରଣ କରାଯାଇଛି। ନୀତିନିୟମ ଅନୁଯାୟୀ ମା'ଙ୍କର ପୂଜା କାର୍ଯ୍ୟକ୍ରମ ଜାରି ରହିଛି। କୋଲକାତାରେ ବଡ଼ ବଡ଼ ପୂଜା ମଣ୍ଡପ ଗୁଡିକରେ ୧୦ ଫୁଟ ଦୂରରୁ ଛିଡ଼ା ହୋଇ ମାଙ୍କର ଦର୍ଶନ କରିପାରିବେ ଭକ୍ତ। ତେବେ କୋଲକାତାର କିଛି ପୂଜା କମିଟି କହିଛନ୍ତି କି, ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ ପ୍ରତିଛବି କରାଯାଇ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବଭଳି ଏତେ ଯାକଜକମରେ ଏହି ରାବଣ ପୋଡ଼ି ଉତ୍ସବକୁ ପାଳନ କରାଯିବ ନାହିଁ ବୋଲି ପୂଜା କମିଟି ଗୁଡ଼ିକ ସୂଚନା ଦେଇଛନ୍ତି।