ପୁଣି ବିବାହ କଲେ ପ୍ରକାଶ ରାଜ୍
Advertisement

ପୁଣି ବିବାହ କଲେ ପ୍ରକାଶ ରାଜ୍

ମଙ୍ଗଳବାର ରାତି ୮ଟା ବେଳେ ଅଭିନେତା ପ୍ରକାଶ ରାଜ (Prakash Raj) ତାଙ୍କ ବିବାହ ନେଇ ଟ୍ୱିଟରରେ ସୂଚନା ଦେଇଥିଲେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିଛନ୍ତି ସିଙ୍ଘମ ଫେମ୍ ତଥା ସାଉଥ ଷ୍ଟାର ପ୍ରକାଶ ରାଜ। ଅଭିନେତାରୁ ନେତା ବନିଥିବା ପ୍ରକାସ ମଙ୍ଗଳବାର ତାଙ୍କର ୧୧ତମ ବିବାହ ବାର୍ଷୀକିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପୁଅ ବେଦାନ୍ତଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରକାଶ ତାଙ୍କ  ଦ୍ୱିତୀୟ ପତ୍ନୀ ପୋନୀ ବର୍ମାଙ୍କ ସହ ଦ୍ୱିତୀୟ ଥର ବିବାହ କରିଥିବା ପ୍ରକାଶ କହିଛନ୍ତି।

ମଙ୍ଗଳବାର ରାତି ୮ଟା ବେଳେ ଅଭିନେତା ପ୍ରକାଶ ରାଜ (Prakash Raj) ତାଙ୍କ ବିବାହ ନେଇ ଟ୍ୱିଟରରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଆଜି ଆମେ ପୁଣି ଥରେ ବିବାହ କରିଛୁ। କାରଣ ଆମ ପୁଅ ବେଦାନ୍ତ ଏହା ଦେଖିବାକୁ ଚାହୁଁଥିଲା। ଏହି ମୂହୁର୍ତ୍ତକୁ ନେଇ ପରିବାର ଲୋକେ ମଧ୍ୟ ଖୁସି ଥିବା ପ୍ରକାଷଶ ତାଙ୍କ ଟ୍ୱିଟରେ ପ୍ରକାଶ କରିଛନ୍ତି।

Also Read: ବର୍ଷାଙ୍କ ଆଗାମୀ ଫିଲ୍ମ 'ବିଜୟିନୀ'ର ସୁଟିଂ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ଅନୁଭବ

ଅଭିନେତା ଟ୍ୱିଟରରେ ତାଙ୍କ ପରିବାରର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ତାଙ୍କର ପୂର୍ବ ପତ୍ନୀ ଲଳିତା କୁମାରୀଙ୍କୁ ଦୁଇ ଝିଅ ମେଘନା ଓ ପୂଜା ସହ ପୁଅ ବେଦାନ୍ତ ମଧ୍ୟ ଅଛନ୍ତି। ଗୋଟିଏ ଫଟୋରେ ଅଭିନେତା ତାଙ୍କ ପତ୍ନୀ ପୋନୀ (Poly Verma) ଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି। ଏହା ପୂର୍ବରୁ ପ୍ରକାଶ ତାଙ୍କର ପ୍ରକୃତ ବିବାହର ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ପୋନୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ଅଭିନେତା ପ୍ରକାଶ ରାଜ୍ ୧୯୯୪ ଅଭିନେତ୍ରୀ ଲଳିତା କୁମାରୀଙ୍କୁ ବିବାହ କରିଥିଲେ। ବିବାହର ୧୫ ବର୍ଷ ପରେ ଉଭୟଙ୍କ ବିଚ୍ଛାଦ ହେଲା। ଏହା ପରେ ପ୍ରକାଶ ୨୦୧୦ରେ କୋରିଓଗ୍ରାଫର ପୋନୀ ବର୍ମାଙ୍କୁ ସହ ବିବାହ କଲେ। ଏବେ ଅଭିନେତାର ରାଜନୀତିରେ ସକ୍ରୀୟ ଅଛନ୍ତି। ଅନେକ ସମୟରେ ତାଙ୍କ ରାଜନୈତିକ ବୟାନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି।