'ଦମନ'ର ଦମଦାର ଟ୍ରେଲର୍ ରିଲିଜ୍, ଜାଣନ୍ତୁ କେବେ ଆସିବ ଫିଲ୍ମ
Advertisement

'ଦମନ'ର ଦମଦାର ଟ୍ରେଲର୍ ରିଲିଜ୍, ଜାଣନ୍ତୁ କେବେ ଆସିବ ଫିଲ୍ମ

ବିଶେଷ କରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ସମସ୍ୟା ଓ ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀ 'ଦମନ'ରେ ଦେଖିବାକୁ ମିଳିବ। ବାବୁଶାନ ନିଜେ ଲୋକଙ୍କ ଗହଣରେ ଯାଇ ମ୍ୟାଲେରିଆ, ଅନ୍ଧବିଶ୍ୱାସ ପରି ବିଷୟରେ ସଚେତନ କରୁଛନ୍ତି। ଫିଲ୍ମର ଟ୍ରେଲର ଦମଦାର ହୋଇଛି।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଓଲିଉଡର ଚକଲେଟି ବୟ ବାବୁଶାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ଦମନ'ର ଦମଦାର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଗତ ଗୁରୁବାର ଦିନ ସାଧାରଣତନ୍ତ୍ର ଦିବସ ଅବସରରେ ଏହାକୁ ରିଲିଜ୍ କରାଯାଇଛି। ଜେପି ମୋସନ ପିକଚରର ୟୁଟ୍ୟୁବ ସାଇଟରେ ଦମନର ଟ୍ରେଲର ଅପଲୋଡ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୨ ହଜାରରୁ ଊର୍ଦ୍ଧ୍ୱ ଥର ଭିଡିଓଟିକୁ ୟୁଜର୍ସମାନେ ଦେଖିସାରିଲେଣି।

'ଦମନ' ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ, ମାଓ ପ୍ରବଣ ତଥା ବିଚ୍ଛିନ୍ନାଞ୍ଚଳର ଦୈନନ୍ଧୀନ ଜୀବନର ସଂଗ୍ରାମକୁ ଦେଖାଯାଇଛି। 'ଦମନ'ର ଲିଡ୍ ରୋଲରେ ବାବୁଶାନ ଅଛନ୍ତି। ସେ ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ହୋଇଥିବା ଜଣେ ଡାକ୍ତରଙ୍କ ଭୂମିକା ତୁଲାଉଛନ୍ତି। ମାଲକାନଗିରିର ଗରିବ ଆଦିବାସୀମାନେ କିପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ହାରୁଛନ୍ତି ତାହାକୁ ସ୍ପଷ୍ଟ ଭାବରେ ଚିତ୍ରିତ କରାଯାଇଛି। 

Also Read: ପୁଷ୍ପା ଫିଲ୍ମର ସାମି ସାମି ଗୀତରୁ ଏହି ଲାଇନକୁ କାଟିଥିଲେ ସୁନିଧି, ଜାଣନ୍ତୁ କାରଣ

ବିଶେଷ କରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ସମସ୍ୟା ଓ ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀ 'ଦମନ'ରେ ଦେଖିବାକୁ ମିଳିବ। ବାବୁଶାନ ନିଜେ ଲୋକଙ୍କ ଗହଣରେ ଯାଇ ମ୍ୟାଲେରିଆ, ଅନ୍ଧବିଶ୍ୱାସ ପରି ବିଷୟରେ ସଚେତନ କରୁଛନ୍ତି। ଫିଲ୍ମର ଟ୍ରେଲର ଦମଦାର ହୋଇଛି। ଏଥିରେ ସ୍ଥାନୀୟ ଭାଷା ଓ ସ୍ଥାନକୁ ବି ଗୁରୁତ୍ୱ ଦିଆଯାଇଛି। ବାବୁଶାନଙ୍କ ଅଭିନୟ 'ଦମନ'କୁ ଆହୁରୀ ଜୀବନ୍ତ କରୁଛି। ଫିଲ୍ମରେ ବିଚ୍ଛିନ୍ନାଞ୍ଚଳର ପ୍ରାକୃତିକ ଦୃଶ୍ୟ ଓ ନିରୀହ ଆଦିବାସୀଙ୍କ ଜୀବନ କାହାଣୀ ଦର୍ଶକଙ୍କ ମନମୋହିବ ବୋଲି ଆଶା କରାଯାଉଛି। 

 

'ଦମନ'କୁ ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ଜୀପେନ୍ଦ୍ର ସାମଲ ଫିଲ୍ମକୁ ପ୍ରଯୋଜନା କରିଛନ୍ତି। 'ଦମନ' ଆସନ୍ତା ରଜ ପର୍ବ ଅବସରରେ ରିଲିଜ ହେବ। 'ଦମନ' ବ୍ୟତୀତ ରଜରେ ବାବୁଶାନଙ୍କ ଅଭିନିତ 'ବିଦ୍ୟାରାଣ' ମଧ୍ୟ ମୁକ୍ତିଲାଭ କରିବାର ସମ୍ଭାବନା ଅଛି। ତେଣୁ ଏଥର ରଜରେ ବାବୁଶାନଙ୍କ ରାଜ୍ ଚାଲିବ ବୋଲି ସୀନେ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।