ଜାଣିଛନ୍ତି କି ଭଗବାନ ଶିବଙ୍କୁ କାହିଁକି ପସନ୍ଦ ଭସ୍ମ ପାଉଁଶ
Advertisement

ଜାଣିଛନ୍ତି କି ଭଗବାନ ଶିବଙ୍କୁ କାହିଁକି ପସନ୍ଦ ଭସ୍ମ ପାଉଁଶ

ସାଧୁ ଥରେ ନିଜର କୁଟିଆର ମରାମତି କରିବା ପାଇଁ କାଠ ହାଣୁଥିଲେସ ସେହି ସମୟରେ ତାଙ୍କର ଅଙ୍ଗୁଳି କଟିଗଲା। ସେ ଦେଖିଲେ ଅଙ୍ଗୁଳିରୁ ରକ୍ତ ବୋହିବା ବଦଳରେ ଗଛରୁ ଯେପରି ରସ ବୁହେ ସେମିତି ତାଙ୍କ ହାତରୁ ବାହାରୁଛି।

ଜାଣିଛନ୍ତି କି ଭଗବାନ ଶିବଙ୍କୁ କାହିଁକି ପସନ୍ଦ ଭସ୍ମ ପାଉଁଶ

Mahashivratri 2022: ମହା ଶିବରାତ୍ରୀ, ଭଗବାନ ଶିବଙ୍କର ପୂଜା ପର୍ବ ଆଜି ମହାଆଡମ୍ବରରେ ଚାରିଆଡେ ପାଳନ କରାଯାଉଛି। ଆଜି ଭଗବାନ ଶିବକୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରି ଭକ୍ତ ମାନେ ସାନିଧ୍ୟ ଲାଭ କରିବେ। ଶିବଙ୍କ ବେଶପ୍ରିୟ ହେଉଛି ଅରଖ, ବେଲପତ୍ର, ଏବଂ ଭାଙ୍ଗ। ଏହା ବ୍ୟତୀତ, ଅନ୍ୟ ଦେବତାମାନଙ୍କ ପରି, ଭଗବାନ ଶିବ ଦିବ୍ୟ ଆଭୂଷଣ ଏବଂ ପୋଷାକ ପସନ୍ଦ କରନ୍ତି ନାହିଁ କିନ୍ତୁ ପାଉଁଶକୁ ବହୁତ ପସନ୍ଦ କରନ୍ତି । ଭଗବାନ ଶିବ କେବଳ ତାଙ୍କ ଶରୀରରେ ପାଉଁଶ ପ୍ରୟୋଗ କରନ୍ତି ଏବଂ ପାଉଁଶ ହେଉଛି ତାଙ୍କର ଅଳଙ୍କାର । ପ୍ରଭୁ ଭୋଳାନାଥ କାହିଁକି ତାଙ୍କ ଶରୀରରେ ପାଉଁଶ ଲଗାନ୍ତି ତାହା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। 

ଭଗବାନ ଶିବ (Lord Shiv) ପୁରା ଶରୀରରେ ପାଉଁଶ ଲଗାଇଥାନ୍ତି। ଶିବଭକ୍ତ ମଥାରେ ପାଉଁଶ ତିଳକ ଲଗାଇଥାନ୍ତି। ଶିବ ପୁରାଣରେ ଏହି ପାଉଁଶ ସମ୍ବନ୍ଧ ବହୁତ ରୋମାଞ୍ଚକର କାହାଣୀ ରହିଛି। କିମ୍ବଦନ୍ତୀ ଅନୁଯାୟୀ, ଜଣେ ସାଧୁ ଥିଲେ ଯିଏ ବହୁତ ତପସ୍ୟା କରି ଶକ୍ତିଶାଳୀ ହୋଇଥିଲେ । ସେ କେବଳ ଫଳମୂଳ ଏବଂ ସବୁଜ ପତ୍ର ଖାଉଥିଲେ, ତେଣୁ ତାଙ୍କର ନାମ ଥିଲା ପ୍ରନଦ। ତାଙ୍କ ତପସ୍ୟା ମାଧ୍ୟମରେ, ସେହି ସାଧୁ ଜଙ୍ଗଲର ସମସ୍ତ ଜୀବଜନ୍ତୁ ଉପରେ ନିୟନ୍ତ୍ରଣ ସ୍ଥାପନ କରୁଥିଲେ ।  ସାଧୁ ଥରେ ନିଜର କୁଟିଆର ମରାମତି କରିବା ପାଇଁ କାଠ ହାଣୁଥିଲେସ ସେହି ସମୟରେ ତାଙ୍କର ଅଙ୍ଗୁଳି କଟିଗଲା। ସେ ଦେଖିଲେ ଅଙ୍ଗୁଳିରୁ ରକ୍ତ ବୋହିବା ବଦଳରେ ଗଛରୁ ଯେପରି ରସ ବୁହେ ସେମିତି ତାଙ୍କ ହାତରୁ ବାହାରୁଛି। 

Also Read: ମହଙ୍ଗା ହେଲା LPG Cylinder, ଜାଣନ୍ତୁ କେତେ ଟଙ୍କା ବଢିଲା

ସାଧୁଙ୍କୁ ଅନୁଭବ ହେଲା ଯେ, ସେ ଏତେ ପବିତ୍ର ହୋଇଗଲେଣି ଯେ, ତାଙ୍କ ଶରୀରରେ ରକ୍ତ (Blood) ନୁହେଁ ଗଛର ରସ ଭରିଗଲାଣି। ସେ ଏକଥା ଜାଣିବା ପରେ ବହୁତ ଅଧିକା ଖୁସି ହୋଇଗଲେ ଏବଂ ଏହି କାରଣରୁ ତାଙ୍କ ମନରେ ବହୁତ ଗର୍ବ ଆସିଗଲା। ଯାହାଫଳରେ ସାଧୁ ଜଣଙ୍କ ନିଜକୁ ଦୁନିଆର ସବୁଠାରୁ ପବିତ୍ର ବ୍ୟକ୍ତି ବୋଲି ଭାବିବାକୁ ଲାଗିଲେ। ଭଗବାନ ଶିବ ଯେତେବେଳେ ଏ ସବୁ ଦେଖିଲେ ତେବେ ପ୍ରଭୁ ଏକ ବୃଦ୍ଧର ରୂପ ଧାରଣ କରି ସେଠାରେ ପହଞ୍ଚିଲେ। ବୃଦ୍ଧ ବ୍ୟକ୍ତି ଜଣଙ୍କ ସେହି ସାଧୁଙ୍କୁ ପଚାରିଲେ ଯେ, ସେ ଏତେ ଖୁସି କଣ ପାଇଁ? ତେବେ ସାଧୁ ଜଣଙ୍କ ସବୁ କଥା କହିଲେ। ପରେ ବୃଦ୍ଧ ଜଣଙ୍କ କହିଲେ ମନେରଖ , ସେହି ଗଛମୂଳ ଜଳିଗଲେ ଶେଷରେ ପାଉଁଶରେ ହିଁ ପରିଣତ ହୁଏ। ଅର୍ଥାତ୍ ଶେଷରେ କେବଳ ପାଉଁଶ ହିଁ ବଞ୍ଚେ। 

Also Read: ସାଙ୍ଘାତିକ ହୋଇପାରେ 'WFH', ଜାଣନ୍ତୁ ଘରୁ କାମ କରିବାର ସାଇଡ୍ ଇଫେକ୍ଟ

ବୃଦ୍ଧ ବ୍ୟକ୍ତି ରୂପ ଧାରଣ କରିଥିବା ପ୍ରଭୁ ଶିବ ନିଜ ଅଙ୍ଗୁଳି କାଟି ଦେଖାଇଲେ, ଆଉ ସେତିକିବେଳେ ସେଥିରୁ କେବଳ ପାଉଁଶ ହିଁ ବାହାରିଲା। ସାଧୁକୁ ଅନୁଭବ ହେଲା ଯେ ସ୍ୱୟଂ ଭଗବାନ ଶିବ (Lord Shiva) ତାଙ୍କ ସାମ୍ନାରେ ଛିଡା ହୋଇଛନ୍ତି। ସାଧୁ ନିଜର ଅଜ୍ଞାନତା ପାଇଁ କ୍ଷମାପ୍ରାର୍ଥନା କଲେ। ଆଉ କୁହାଯାଏ ଯେ, ଭଗବାନ ଶିବ ସେବେଠାରୁ ନିଜ ଶରୀରରେ ପାଉଁଶ ଲଗାଇ ରଖିଥାନ୍ତି କାରଣ ସେ ଚାହାଁନ୍ତି ତାଙ୍କ ଭକ୍ତ ମାନେ ଏହି କଥା ସର୍ବଦା ମନେ ରଖନ୍ତୁ। ଶାରୀରିକ ସୌନ୍ଦର୍ଯ୍ୟକୁ ନେଇ ଅହଂକାର କରନି ବରଂ ଜୀବନର ଅନ୍ତିମ ସତ୍ୟକୁ ମନେ ରଖ।