ବାର ବଦଳରେ ଏଗାର ବର୍ଷରେ ହେବ 'ହରିଦ୍ୱାର ମହାକୁମ୍ଭ'
Advertisement

ବାର ବଦଳରେ ଏଗାର ବର୍ଷରେ ହେବ 'ହରିଦ୍ୱାର ମହାକୁମ୍ଭ'

ଏକବିଂଶ ଶତାବ୍ଦିର ତୃତୀୟ ଦଶକ ଆରମ୍ଭରୁ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଯାହାକୁ ନେଇ ସନାତନ ଧର୍ମଲମ୍ବୀ ବା ହିନ୍ଦୁମାନେ ବହୁତ ଉତ୍ସାହିତ ଅଛନ୍ତି। ତେବେ ଏଥର ୧୨ ବର୍ଷରେ ହେଉଥିବା ମହାକୁମ୍ଭ ମେଳା ୧୧ ବର୍ଷରେ ହେଉଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚଳିତବର୍ଷ ହରିଦ୍ୱାରରେ ଆୟୋଜିତ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏକବିଂଶ ଶତାବ୍ଦିର ତୃତୀୟ ଦଶକ ଆରମ୍ଭରୁ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଯାହାକୁ ନେଇ ସନାତନ ଧର୍ମଲମ୍ବୀ ବା ହିନ୍ଦୁମାନେ ବହୁତ ଉତ୍ସାହିତ ଅଛନ୍ତି। ତେବେ ଏଥର ୧୨ ବର୍ଷରେ ହେଉଥିବା ମହାକୁମ୍ଭ ମେଳା ୧୧ ବର୍ଷରେ ହେଉଛି।

ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହରିଦ୍ୱାର ମହାକୁମ୍ଭ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି କୁମ୍ଭ ମେଳା ଆସନ୍ତାବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଥିବା ବେଳେ ବର୍ଷେ ଆଗୁଆ ଆୟୋଜିତ କରାଯାଉଛି। ୧୧ ବର୍ଷରେ ଆୟୋଜନର ବିଧି ନାହିଁ। କିନ୍ତୁ ବିଦ୍ୱାନମାନେ ଦୀର୍ଘ ୨ ବର୍ଷ କାଳ ବିଚାର ବିମର୍ଷ କରି ନୂଆ ସମୟ ନିର୍ଦ୍ଧାରିତ କରିଛନ୍ତି।

Also Read: ନୂଆବର୍ଷ ଆରମ୍ଭରୁ ଅଶୁଭ ସଙ୍କେତ: ଜାଣନ୍ତୁ କ'ଣ କହୁଛି ଶକୁନ ଶାସ୍ତ୍ର?

କୋରୋନା (Coronavirus) ସଙ୍କଟ ବେଳେ ମହାକୁମ୍ଭ (Haridwar Mahakumbh) ଆୟୋଜନ ହେଉଛି। ଜାନୁଆରୀ ୧୪ରୁ ଉତ୍ସବ ଆରମ୍ଭ ହୋଇ ୪୮ ଦିନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସାହିସ୍ନାନ (Sahisnan) ପାଇଁ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ବର୍ତ୍ତମାନ କୋରୋନା କଟକଣା ମନିବା ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି। 

ସାଧାରଣତଃ ୧୨ ବର୍ଷ ବ୍ୟବଧାନରେ ମହାକୁମ୍ଭ (Mahakumbh) ଆୟୋଜିତ ହୋଇଥାଏ। ଏଥିପାଇଁ ଶାସ୍ତ୍ରରେ ଅନେକ ନୀତି ନିୟମ ମଧ୍ୟ ରହିଛି। ହେଲେ ଏଥର ଆଗୁଆ ମେଳା ଆୟୋଜନକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ କଥା। ଆଉ ଠିକ ଏହି ପ୍ରଶ୍ନକୁ ନେଇ ଦୀର୍ଘ ୨ ବର୍ଷ କାଳ ବିଦ୍ୱାନଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଥିଲା।

Also Read: ୨୦୨୧ରେ ତିନି ମାସ ନାହିଁ ବିବାହ ଯୋଗ, ଜଣନ୍ତୁ କେବେ ହେବ ୨ ହୃଦୟର ମିଳନ

 

ମେଷ ରାଶିରେ ସୂର୍ଯ୍ୟ ଓ କୁମ୍ଭା ରାଶିରେ ବୃହସ୍ପତିଙ୍କ ଉପସ୍ଥିତିରେ ହିଁ ହରିଦ୍ୱାର ମହାକୁମ୍ଭ ଆୟୋଜିତ ହୁଏ। କିନ୍ତୁ ପ୍ରୟାଗରାଜ, ନାସିକ ଓ ଉଜ୍ଜୈନ କୁମ୍ଭ ପାଇଁ ଗ୍ରହ ନକ୍ଷତ୍ରଙ୍କ ଭିନ୍ନ ଗଣିତ ଅଛି। ଏହି ନିୟମ ଅନୁସାରେ ୨୦୨୨ରେ ସେଭଳି କୌଣସି ତିଥି ନ ଥିଲା। ୨୦୧୩ରେ ସମୟ ବିତିବା ସହ ଗ୍ରହଙ୍କ ଅବସ୍ଥିତି ମେଳ ଖାଇବ ନାହିଁ। ତେଣୁ ଉଜ୍ଜୌନ ବିଦ୍ୱାନ ପରିଷଦ ୨୦୨୧ରେ ମହାକୁମ୍ଭ ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।