ଅଠର ବର୍ଷର ଯାତ୍ରା ଶେଷ; ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଆଉ ଜଣେ ଭେଟେରାନ
Advertisement

ଅଠର ବର୍ଷର ଯାତ୍ରା ଶେଷ; ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଆଉ ଜଣେ ଭେଟେରାନ

ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ୪୧ ବର୍ଷୀୟ ମହମ୍ମଦ ହାଫିଜ ଆଧିକାରୀକ ଭାବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୁଁ ୧୮ ବର୍ଷ ପୂର୍ବେ ଏହି ଯାତ୍ରା ଆରମ୍ଭ କରିଥିଲି ଏବଂ ମୁଁ ଆଜି ମୋର ଅବସର ଘୋଷଣା କରୁଛି। 

ସୌ: ସୋସିଆଲ ମିଡିଆ

ଇସ୍ଲାମାବାଦ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଆଉ ଜଣେ ଭେଟେରାନ। ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ମହମ୍ମଦ ହାଫିଜ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଆଗାମୀ ଦିନରେ ପାକିସ୍ତାନ ସୁପର ଲିଗ୍ (PSL) ଏବଂ ଅନ୍ୟ କ୍ରିକେଟ୍ ଲିଗରେ ଖେଳିବେ ବୋଲି କହିଛନ୍ତି।

ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ୪୧ ବର୍ଷୀୟ ମହମ୍ମଦ ହାଫିଜ ଆଧିକାରୀକ ଭାବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୁଁ ୧୮ ବର୍ଷ ପୂର୍ବେ ଏହି ଯାତ୍ରା ଆରମ୍ଭ କରିଥିଲି ଏବଂ ମୁଁ ଆଜି ମୋର ଅବସର ଘୋଷଣା କରୁଛି। ମୁଁ ଗର୍ବର ସହିତ ପାକିସ୍ତାନ ପାଇଁ ଖେଳିଥିଲି। ମୋର ଲୋଭ ନଥିଲା, ମୁଁ ଟଙ୍କା ରୋଜଗାର କରିବାକୁ ଚାହୁଁନଥିଲି, ମୁଁ କେବଳ ଗର୍ବ ପାଇଁ ଖେଳିଥିଲି। ମୋର କୌଣସି ପ୍ରକାରର ଅନୁତାପ ନାହିଁ। ମୁଁ ମୋର କ୍ୟାରିଅରକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଷ୍ଟ।'

Also Read: କିଏ ବର୍ବାଦ କଲା ହରଭଜନଙ୍କ କ୍ୟାରିୟର? ସିଧା ଧମକ ଦେଇଦେଲେ ପୂର୍ବତନ ସ୍ପିନର୍

ଏହା ବ୍ୟତୀତ ସେ କହିଛନ୍ତି, 'ମୁଁ ଶାରୀରିକ ଭାବରେ ଖେଳି ପାରିବି ନାହିଁ। ପରବର୍ତ୍ତୀ ବିଶ୍ୱକପ୍ ମଧ୍ୟ ଖେଳି ପାରିଥା’ନ୍ତି କିନ୍ତୁ ମୁଁ ନିଜେ ଅବସର ନେବାକୁ ସ୍ଥିର କଲି। ଯଦି ଭବିଷ୍ୟତରେ ଯେକୌଣସି ସମୟରେ କିମ୍ବା ଇଭେଣ୍ଟରେ, ଜାତୀୟ ଦଳ ଦ୍ୱାରା କୌଣସି ସଫଳତା ହାସଲ ହୁଏ, ତାହା ମଧ୍ୟ ମୋର ହେବ।' ହାଫିଜ କହିଛନ୍ତି ଯେ, ତାଙ୍କୁ କ୍ରିକେଟ୍ ବୋର୍ଡର ବିଦାୟ ଦରକାର ନାହିଁ କିମ୍ବା ସେ ତାହା ଚାହୁଁନାହାଁନ୍ତି।

ହାଫିଜ ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଥିଲେ। ଟି-୨୦ ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ହାପିଜ୍ ପୂର୍ବରୁ ଘୋଷଣା କରିଥିଲେ ଯେ, ୨୦୨୦ ଟି-୨୦ ବିଶ୍ୱକପ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ସେ ନିଜର ୧୮ ବର୍ଷର କ୍ୟାରିୟରରେ ୫୫ଟି ଟେଷ୍ଟ, ୨୧୮ଟି ଦିନିକିଆ ଏବଂ ୧୧୯ ଟି-୨୦ ମ୍ୟାଚ ଖେଳିବା ସହ ୨୫୩ ୱିକେଟ୍ ସଂଗ୍ରହ କରିଛନ୍ତି।